No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୪ ଫେବ୍ରୁଆରି,ରବିବାର ) ଭଦ୍ରେଶ୍ୱର :- ଭଦ୍ରେଶ୍ୱର ଫାଣ୍ଡି ଅନ୍ତର୍ଗତ ହଳଦିଆ ପଞ୍ଚାୟତର ଲକ୍ଷ୍ମୀ ନାରାୟଣ ପୁର ଗାଁ’ରେ ଶନିବାର ବିଳମ୍ବିତ ରାତିରେ ବଡ ଧରଣର ଡକାୟତି ନେଇ ଥାନାରେ ଅଭିଯୋଗ ହୋଇଛି l ଡକାୟତମାନେ ଏହି ଗାଁର ଭୀମସେନ ରାଉତଙ୍କ ଘର ଭିତରେ ପଶି ପରିବାର ଲୋକଙ୍କୁ ଆକ୍ରମଣ କରିବା ପରେ ୨ଟି ଟ୍ରଙ୍କ, ୨ଟି ଆଟାଜ ଲୁଟିନେବାରେ ସଫଳ ହୋଇଥିଲେ l

ଏଥିରେ ଲକ୍ଷାଧିକ ଟଙ୍କାର ସୁନା ଗାହାଣ ଓ ଅନ୍ୟାନ୍ୟ ଅସବାପତ୍ର ଥିଲା l ଶନିବାର ରାତି ୨ଟା ପରେ ଏହି ଡକାୟତି ଘଟିବା ଅଭିଯୋଗ ହୋଇଛି l ଶାବଳ ଓ ଲୁହା ରଡ଼ରେ ଲୁଟେରା ମାନେ ପରିବାର ଲୋକଙ୍କୁ ଆକ୍ରମଣ କରି ମୁଣ୍ଡ ଫଟେଇ ଦେଇଥିବା ବେଳେ, ହାତ ଭାଙ୍ଗି ଦେଇଛନ୍ତି l ଆହତ ସଦସ୍ୟ ମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି l

ଅଭିଯୋଗ ପାଇବାପରେ ସ୍ଥାନୀୟ ଭଦ୍ରେଶ୍ୱର ଫାଣ୍ଡି ଅଧିକାରୀ ତପନ କୁମାର ନାୟକ ଘଟଣାସ୍ଥଳୀରେ ପହଂଚି ଥିଲେ l ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସହାୟତାରେ ଏହି ଡକାୟତି ଘଟଣାର ଅନୁସନ୍ଧାନ ପାଇଁ ପୋଲିସ ନିଷ୍ପତି ନେଇଛି l ତେବେ ପୋଲିସ ଡକାୟତ ମାନଙ୍କୁ ଧରିବାରେ ଓ ଲୁଟ ସାମଗ୍ରୀ ଉଦ୍ଧାର କରିବାରେ କେତେଦୂର ସଫଳ ହେଉଛି, ସେକଥା ଦେଖିବାକୁ ବାକି ରହିଲା l

No Result
View All Result