ଓଡ଼ିଶା ତାଜା ନ୍ୟୁଜ (୧୪ ଫେବ୍ରୁଆରି,ରବିବାର ) କଟକ :- କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ଚାଷୀମାନଙ୍କୁ ସର୍ବନାଶ କରିବା ପାଇଁ ଆଣିଥିବା ଅନ୍ୟାୟ କୃଷି ଆଇନ , ଯଥା ଚୁକ୍ତି ଚାଷ ଆଇନ ୨୦୨୦, ୧୯୫୫ ମସିହାର ଅତ୍ୟାବଶ୍ୟକ ସାମଗ୍ରୀ, ସଂଶୋଧନ ଆଇନ ୨୦୨୦ ଓ ଘରୋଇ ମଣ୍ଡି ଆଇନ ବାତିଲ ଦାବିରେ , ସଂଯୁକ୍ତ କିଷାନ ମୋର୍ଚ୍ଚା କିଷାନ ଦ୍ୱାରା ଅହୂତ, ମଶାଲ ଶୋଭାଯାତ୍ରା କଟକର କଲେଜ ଛକ ରୁ ରାଣୀହାଟ ପର୍ଯ୍ୟନ୍ତ ପଟୁଆର ବାହାର କରାଯାଇଥିଲା । କେନ୍ଦ୍ର ସରକାର ପୁଞ୍ଜିପତି ଶ୍ରେଣୀ ସ୍ୱାର୍ଥରେ ତିନୋଟି ଅନ୍ୟାୟ ଆଇନ ଅଣିଛନ୍ତି । ଯେଉଁ ଆଇନ ଫଳରେ କୃଷକମାନେ, ସେମାନଙ୍କର ସାମ୍ବିଧାନିକ ଓ ମୌଳିକ ଅଧିକାର ହରାଇବେ ଓ ପୁଞ୍ଜିପତି, ବ୍ୟବସାୟୀ, କର୍ପୋରେଟ ସଂସ୍ଥା ଓ କଳାବଜାରୀ ମାନେ ଲାଭବାନ ହେବେ । ଅକ୍ଳାନ୍ତ ପରିଶ୍ରମ କରି ନିଜର ରକ୍ତ ନିଗାଡ଼ି ଦେଶର ଅନ୍ନଦାତା ଅମଳ କରୁଥିବା ଉତ୍ପାଦିତ ଶସ୍ୟକୁ ଏହି ଆଇନ ବଳରେ ପୁଞ୍ଜିପତି, ବ୍ୟବସାୟୀ, କର୍ପୋରେଟ ସଂସ୍ଥା ଓ କଳାବଜାରୀ ମାନେ ଲୁଟିନେବେ ।

ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟଦ୍ରବ୍ୟର ଦରଦାମ ଲଗାମଛଡା ଭାବେ ବଢି ଚାଲିବ । ତେଣୁ ଜନସାଧାରଣଙ୍କୁ ଏହି ଅନ୍ୟାୟ ଆଇନ ବିରୁଦ୍ଧରେ, ଧାରାବାହିକ ଭାବେ ପ୍ରତିରୋଧ ଆନ୍ଦୋଳନ ଗଢି ତୋଳିବାକୁ ଶୋଭାଯାତ୍ରାକାରୀ ମାନେ ଆହ୍ୱାନ ଦେଇଥିଲେ । ଲଢୁଆ କୃଷକ ମାନେ ଦିଲ୍ଲୀ ସୀମାରେ କରୁଥିବା ବିରତ୍ୱପୂର୍ଣ୍ଣ ସଂଗ୍ରାମକୁ ସଲାମ କରିବା ସହ ଶହୀଦ ମାନଙ୍କୁ ସଲାମ ଜଣାଇଥିଲେ । କେନ୍ଦ୍ର ବିଜେପି ସରକାର ଫାସିବାଦୀ କାୟଦାରେ ଦିଲ୍ଲୀ ସିମାନ୍ତରେ ଆନ୍ଦୋଳନ ଚାଲିଥିବା ସ୍ଥାନ ମାନଙ୍କରେ ଆନ୍ଦୋଳନକାରୀ ତଥା ସାଧାରଣ ଜନତାଙ୍କୁ ରୋକିବା ପାଇଁ ୧୦ ଲେୟାର ବ୍ୟାରିକେଡ ନିର୍ମାଣ, ରାସ୍ତାରେ ଅଢେଇ ଇଞ୍ଚର କଣ୍ଟା ପୋତିବା, କଣ୍ଟା ଯୁକ୍ତ ତାରରେ ବାଡ ତିଆରି କରି ଜନତାଙ୍କ ଯିବା ଆସିବାରେ ପ୍ରତିବନ୍ଧକ ସୃଷ୍ଟି କରିବା ଭଳି ହିଟଲରୀ ନୀତିକୁ ନିନ୍ଦା କରାଯାଇଥିଲା ।














