No Result
View All Result

ଓଡ଼ିଶା ତାଜା ନ୍ୟୁଜ (୧୪ ଫେବ୍ରୁଆରି,ରବିବାର ) ରଣପୁର /ଅଭିମନ୍ୟୁ :- ଆଜି ୩୨ତମ ସଡ଼କ ସୁରକ୍ଷା ସପ୍ତାହ ପୂବାହ୍ନରେ ଚାନ୍ଦପୁରରେ ଅନୁଷ୍ଠିତ ହୋଇଯାଇଛି । ଚାନ୍ଦପୁରର ଥାନା ଅଧିକାରୀ ରଶ୍ମିରଂଜନ ଦାସ ଙ୍କ ସଂଯୋଜନାରେ ଜିଲ୍ଲା ଖାଉଟି ସଭାପତି ନାରାୟଣ ମହାପାତ୍ର ଉଦଘାଟନ କରିଥିଲେ । କୁନି ଛାତ୍ରଛାତ୍ରୀ ସଡ଼କ ସୁରକ୍ଷା ସ୍ଲୋଗାନ ଗୀତ ଓ ସଚେତନତା କରାଇଥିଲେ କି ” ସଡ଼କ ସୁରକ୍ଷା ଜୀବନ ରକ୍ଷା ” ।

ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ସମିତି ସଭ୍ୟ ମନୋଜ ଦାସ , ଲିଂଗରାଜ ରଥ । ଅରୁଣ ସୁବୁଦ୍ଧି ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ । ଏହି ଶୋଭାଯାତ୍ରାରେ ଚାନ୍ଦପୁର ବଜାର ପରିକ୍ରମା କରିଥିଲେ ଓ ଲୋକ ଙ୍କୁ ସଚେତନ କରାଈଥିଲେ ସଡ଼କ ରେ ଯାତାୟତ କଲାବେଳେ ସମସ୍ତ ସଡ଼କ ସୁରକ୍ଷା ଆଇନ ଶୃଙ୍ଖଳା ମାନି ଗାଡି ଚଳାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସୂଚାଇଛନ୍ତି ।

ଏଜିମିଶନ ରଘୁ ଦିବାକର ବୀଣାପାଣୀ ଶିଶୁ ମନ୍ଦିର ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ କିଛି ବରିଷ୍ଠ ନାଗରିକ ତଥା ପୋଲିସ ଅଧିକାରୀ ଏହି ସଚେତନ ଦୀର୍ଘ ଦୁଇ ଘଣ୍ଟା ବ୍ୟାପୀ ଏହି କାର୍ଯ୍ୟ କରିଥିଲେ । ଉପଆରକ୍ଷୀ ନିରୀକ୍ଷକ ସଂଜୟ ମଲିକ ଶୋଭାଯାତ୍ରା ପରିଚାଳନା କରିଥିଲେ । ପିଲାମାନେ ଶିଖେଇଲେ ଆମେ ଶିଖିଲେ ଜନ ସାଧାରଣ ଚର୍ଚ୍ଚା ପାଲଟିଛି ।

No Result
View All Result