No Result
View All Result
ଜଗନ୍ନାଥ ମନ୍ଦିର ସିଂହଦ୍ୱାର ପାଖରେ ଥିବା ପୁରାତନ କୀର୍ତ୍ତିରାଜି ପଥର ସବୁ ଭାଙ୍ଗିଗଲାଣି, ମନ୍ଦିର ଚତୁର୍ପାଶ୍ୱର ଉନ୍ନତି ପାଇଁ ସରକାର ବହୁତ ଯୋଜନା ମାନ କରୁଛନ୍ତି, ଏଥିପତି ଦୃଷ୍ଟି ଦିଅନ୍ତୁ ।
ଓଡ଼ିଶା ତାଜା ନ୍ୟୁଜ (୧୪ ଫେବ୍ରୁଆରି,ରବିବାର ) ପୁରୀ :- ବହୁ ବର୍ଷ ର ପଥର ନିର୍ମିତ ଓଡ଼ିଆ କଳା କୌଶଳ କୀର୍ତ୍ତିରାଜି ଆଜି ଭଗ୍ନବସ୍ଥାରେ ତାକୁ ନୂତନ ରୂପ ଦେବା ପାଇଁ କାମ କରୁନି ସରକାର ଙ୍କ ଯୋଜନା । ରାଜ୍ୟ ସରକାର ପୁରୀ ଶ୍ରୀ ମନ୍ଦିର କୁ ବିଶେଷ ଆକର୍ଷିତ ତଥା ସୌନ୍ଦର୍ଯ୍ୟକରଣ ପାଇଁ ବହୁ ଉନ୍ନତି ମୂଳକ କାର୍ଯ୍ୟ କରି ଆସୁଛନ୍ତି ।
ହେଲେ ପୁରାତନ କୀର୍ତ୍ତିରାଜି ତଥା ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ର ମନ୍ଦିର ଗୁଡ଼ିକୁ ନଜର ଯାଉନି ପ୍ରଶାସନ ର .. ଶ୍ରୀମନ୍ଦିର କୁ ଦିଆଯିବ ନୂତନ ରୂପ ହେଲେ ଆଜି ପର୍ଯ୍ୟନ୍ତ ପାର୍ଶ୍ଵ ଦେବଦେବୀଙ୍କର ମନ୍ଦିରର ରୂପରେଖ କୁ ବଦଳାଉନାହାନ୍ତି ରାଜ୍ୟ ସରକାର । ଶ୍ରୀମନ୍ଦିର ର ପ୍ରମୁଖ ଦ୍ଵାର ସିଂହଦ୍ଵାର ପାଖରେ ଥିବା ପାର୍ଶ୍ଵ ମନ୍ଦିର ଗୁଡିକ ର ପୁରାତନ କୀର୍ତ୍ତି ରାଜି ପଥର ସବୁ ଭାଙ୍ଗି ଖଣ୍ଡ ବିଖଣ୍ଡିତ ହୋଇ ପଡ଼ିରହିଛି ।
ଦେଖି ଅଣଦେଖା କରିଆସୁଛି କି ପ୍ରଶାସନ ଏହାକୁ ନେଇ ପ୍ରଶ୍ନ ଉଠୁଛି । ଚତୁଃ ପାର୍ଶ୍ଵ ମନ୍ଦିର ଗୁଡ଼ିକ ର ଉନ୍ନତି ପାଇଁ ସରକାର ଦୃଷ୍ଟି ଦେଉନଥିବା ଦେଖିବାକୁ ମିଳିଛି ଯେପରିକି ଅଲୋଡ଼ା ହୋଇ ପଡିଛି ମନ୍ଦିର । ଶ୍ରୀମନ୍ଦିରର ରୂପରେଖ ସହ ପୁରାତନ ପାର୍ଶ୍ୱ ମନ୍ଦିର ଗୁଡ଼ିକୁ ମଧ୍ୟ ଦୃଷ୍ଟି ଦେବା ପାଇଁ ଜନସାଧାରଣ ରେ ଚର୍ଚ୍ଚା ହେଉଛି । (ପୁରୀ ଜିଲ୍ଳା ନ୍ୟୁଜ୍ ବ୍ୟୁରୋ /ବିଶ୍ଵନାଥ ମିଶ୍ର )
No Result
View All Result