No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୪ ଫେବ୍ରୁଆରି,ରବିବାର ) ନୟାଗଡ଼ :- ସ୍ବୟଂଶାସିତ ମହାବିଦ୍ୟାଳୟ, ନୟାଗଡ଼ ଓଡ଼ିଆ ଭାଷା ସାହିତ୍ୟ ବିଭାଗର ପାଠ୍ୟକ୍ରମ ନିର୍ଦ୍ଧାରଣ ବୈଠକ ବିଭାଗୀୟ ପ୍ରକୋଷ୍ଠରେ (ଅନ ଲାଇନ) ଅନୁଷ୍ଠିତ ହୋଇଯାଇଅଛି । କାର୍ଯ୍ୟକ୍ରମରେ ବିଭାଗ ମୁଖ୍ୟ ଡ. ଗୋବିନ୍ଦ ଚନ୍ଦ୍ର ଦାଶ ଅଧକ୍ଷତା କରିଥିଲେ । କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ପ୍ରଫେସର ଡ. ବିଷ୍ଣୁପ୍ରିୟା ଓତ୍ତା,ପ୍ରଫେସର ଡ. ପ୍ରେମାନନ୍ଦ ମହାପାତ୍ର, ପ୍ରାଧ୍ୟାପକ ଡ.ପ୍ରଦୀପ କୁମାର ଚୌଧୁରୀ,ଅଧ୍ୟାପିକା ରାଜକୁମାରୀ ବେହେରା,
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ଅଧ୍ୟାପକ ଡ. ବାନାମ୍ବର ପୃଷ୍ଟି, ଅଧ୍ୟାପକ ଶ୍ରୀ ସହଦେବ ବେହେରା, ଅଧ୍ୟାପକ ଡ. ବଶିଷ୍ଟ ବେହେରା, ଅଧ୍ୟାପିକା ଡ. ଜ୍ୟୋତ୍ସ୍ନାଞ୍ଜଳୀ ମଙ୍ଗରାଜ ଏବଂ ଅଧ୍ୟପିକା ଶ୍ରୀମତୀ ବିନ୍ଦୁଲତା ଷଣ୍ଢ। ଉପସ୍ଥିତ ସମସ୍ତ ସଭ୍ୟଙ୍କ ସହମତି କ୍ରମେ ପାଠ୍ୟକ୍ରମ ୨୦୨୦-୨୦୨୧ ଶିକ୍ଷାବର୍ଷ ପାଇଁ +୩ ଶ୍ରେଣୀର ପାଠ୍ୟ ଖସଡ଼ା ନିର୍ଦ୍ଧାରଣ ଓ ଗୃହୀତ କରାଗଲା।ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପକ ଡ. ବାନାମ୍ବର ପୃଷ୍ଟି । (ରିପୋର୍ଟ -ରାମକୃଷ୍ଣ ରଥ)
No Result
View All Result