No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୪ ଫେବ୍ରୁଆରି,ରବିବାର )ଭୁବନେଶ୍ୱର :- ୧୪ତମ ଗୁରୁ ଦେବପ୍ରସାଦ ପୁରସ୍କାର ଉତ୍ସବ ତ୍ରିଧାରା ଅନୁଷ୍ଠାନ ଦ୍ୱାରା ଆଜି ଏକ ବର୍ଣ୍ଣାଢ୍ୟ ପରିବେଶରେ ଉଦ୍ଘାଟିତ ହୋଇଯାଇଅଛି । ଏହି ଉତ୍ସବ ୧୩ ତାରିଖରୁ ଆରମ୍ଭ ହୋଇ ୧୫ ତାରିଖ ପର୍ଯ୍ୟନ୍ତ ରବିନ୍ଦ୍ର ମଣ୍ଡପରେ ଆୟୋଜିତ ହେବ । ତ୍ରିଧାରା ଏକ ଅଗ୍ରଣୀ ଅନୁଷ୍ଠାନ ଯାହା ଗୁରୁ ଦେବପ୍ରସାଦ ଦାସଙ୍କ ଅନନ୍ୟ ଶୈଳୀକୁ ସମର୍ଥନ କରେ ।
ଏହି ଉତ୍ସବର ଆୟୋଜନ କରିବାର ଉଦ୍ଦେଶ୍ୟ ହେଉଛି ଓଡ଼ିଶୀ ନୃତ୍ୟକୁ ଆଦିବାସୀ ତଥା ଲୋକ ପରମ୍ପରାର ଆଭିମୁଖ୍ୟକୁ ନେଇ ଏକ ଅନନ୍ୟ ଶୈଳୀରେ ପ୍ରଦର୍ଶନ ଏବଂ ପ୍ରୋତ୍ସାହିତ କରିବା । ପ୍ରାରମ୍ଭରେ ସମ୍ମାନିତ ଅତିଥି ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ କ୍ଷେତ୍ରରେ ଜୀବନ ଅବଦାନ ପାଇଁ ଭଜନ ସମ୍ରାଟ ପଦ୍ମଶ୍ରୀ ପଣ୍ଡିତ ଅନୁପ ଜଲୋଟାଙ୍କୁ ଆଜୀବନ ଆଚିଭମେ ଆୱାର୍ଡ ପ୍ରଦାନ କରାଯାଇଥିଲା । ଉଦ୍ଘାଟନୀ ସନ୍ଧ୍ୟାରେ ପ୍ରଥମ ଉପସ୍ଥାପନା ଥିଲା ତ୍ରିଧାରାର ବରିଷ୍ଠ ନୃତ୍ୟଶିଳ୍ପୀମାନଙ୍କ ଦ୍ୱାରା ଓଡ଼ିଶୀ ଡ୍ୟାନ୍ସ ଡ୍ରାମା ସଂକ୍ଷିପ୍ତ ରାମାୟଣ ।
ଏହି ନୃତ୍ୟ ନାଟିକାକୁ ସଂରଚନା କରିଥିଲେ ଗୁରୁ ଗଜେନ୍ଦ୍ର କୁମାର ପଣ୍ଡା ଏବଂ ଏହାର ସଂଗୀତ ସଂଯୋଜନା କରିଥିଲେ ଗୁରୁ ପଣ୍ଡିତ ହରମୋହନ । ତ୍ରିଧାରାର ନୃତ୍ୟଶିଳ୍ପୀମାନଙ୍କର ନୃତ୍ୟାନୁଗ୍ରହ, ଶରୀରର ଗତିବିଧି ଦ୍ୱାରା ଚମତ୍କାର ସଠିକତା ଏବଂ ଚିତ୍ତାକର୍ଷକ ଅଙ୍ଗଭଙ୍ଗୀ ନୃତ୍ୟ ମାଧ୍ୟମରେ ବେଶ୍ ବାରିହେଉଥିଲା ଯାହା ପ୍ରେକ୍ଷାଳୟରେ ଉପସ୍ଥିତ ଦର୍ଶକମାନଙ୍କର କରତାଳି ସାଉ ବାରେ ସକ୍ଷମ ହୋଇଥିଲା । ସନ୍ଧ୍ୟାର ଦ୍ୱିତୀୟ ଉପସ୍ଥାପନା ଥିଲା ଭଜନ ସମ୍ରାଟ ପଦ୍ମଶ୍ରୀ ପଣ୍ଡିତ ଅନୁପ ଜଲୋଟାଙ୍କ ଦ୍ୱାରା ଭଜନ ଏବଂ ଗଜଲ ପରିବେଶଣ । ସେ ତାଙ୍କର କିଛି ଲୋକପ୍ରିୟ ଭଜନ ଯଥା ଐସି ଲାଗି ଲଗନ୍, ମେନ୍ ନାହି ମାଖନ୍ ଖାୟୋ, ରଙ୍ଗ ଦେ ଚୁନରିୟା, ଜାଗ୍ ମେ ସୁନ୍ଦର ହେ ଦୋ ନାମ ଇତ୍ୟାଦି ପରିବେଶଣ କରିଥିଲେ ।
ସନ୍ଧ୍ୟାର ସଂଗୀତ କାର୍ଯ୍ୟକ୍ରମର ଉତ୍କୃଷ୍ଟ ଉପସ୍ଥାପନା ଦ୍ୱାରା କଳା ସଂଯୋଜକମାନେ ଆକର୍ଷିତ ହୋଇଥିଲେ ଏବଂ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହି ପଣ୍ଡିତ ଅନୁପ ଜଲଟାଙ୍କ ଭଜନ ଓ ଗଜଲକୁ ମନଭରି ଉପଭୋଗ କରିଥିଲେ । ତାଙ୍କୁ ତବଲାରେ ପଣ୍ଡିତ ପ୍ରଶନଜିତ୍ ପୋଡ଼ାର, ବଂଶିରେ ପ୍ରଫେସର ଜବାହାର ମିଶ୍ର, ସାରଙ୍ଗିରେ ପଣ୍ଡିତ ରାମଲାଲ ମିଶ୍ର, କିବୋଡ଼ରେ କୌଶିକ୍ ମୁଖାର୍ଜୀ ଓ ଗିଟାରରେ ଅରିନ୍ଧମ୍ ଘୋଷ ସହଯୋଗ କରିଥିଲେ ।
ଉଦ୍ଘାଟନୀ ଉତ୍ସବର ଅତିଥିମାନେ ଥିଲେ ଭାରତ ସରକାରଙ୍କ ପୂର୍ବତନ ପ୍ରଶାସନିକ ଅଧିକାରୀ ସୁରେଶ ଚନ୍ଦ୍ର ପଣ୍ଡା ; ପ୍ରମୁଖ ଆୟକର କମିଶନର ଧୀରେନ୍ଦ୍ର କୁମାର ମିଶ୍ର ; ଲୋକ ସେବକ ମଣ୍ଡଳର ସଚିବ ତଥା ସମାଜ ଖବର କାଗଜର ପ୍ରକାଶକ ନିରଞ୍ଜନ ରଥ ; ଟିମ୍ ଆର୍ଡ଼ ମାର୍କର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ନିଶିକାନ୍ତ ମିଶ୍ର ; କାଦମ୍ବିନୀ ପତ୍ରିକାର ସମ୍ପାଦକ ଡ଼. ଇତି ସାମନ୍ତ ; ତ୍ରିଧାରାର କାର୍ଯ୍ୟରତ ସମ୍ପାଦକ ସିମାଞ୍ଚଳ ପଣ୍ଡା ଏବଂ ତ୍ରିଧାରାର ନିର୍ଦ୍ଦେଶକ ଗୁରୁ ଗଜେନ୍ଦ୍ର କୁମାର ପଣ୍ଡା । କାର୍ଯ୍ୟକ୍ରମକୁ ସଂଚାଳନା କରିଥିଲେ ଡ଼. ଇ. ଶ୍ରୀନିବାସ ଘଟୁଆରୀ । (ପୁରୀ ଜିଲ୍ଳା ନ୍ୟୁଜ୍ ବ୍ୟୁରୋ /ବିଶ୍ଵନାଥ ମିଶ୍ର )
No Result
View All Result