No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୨ ଫେବୃଆରୀ ଶୁକ୍ରବାର )ପାରଳାଖେମୁଣ୍ଡି :- ଏ.ଆଇ.କେ.ଏମ୍.ଏସ ତରଫରୁ ଗଜପତି ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ କେନ୍ଦ୍ର ସରକାରଙ୍କ ୩ଟି ଚାଷୀ ବିରୋଧି କୃଷି ଆଇନ ପ୍ରତ୍ଯାହାର, ପ୍ରସ୍ତାବିତ ବିଦ୍ୟୁତ ବିଲ୍ ଓ କୃଷି ସଂସ୍କାର ନାମରେ ରାଜ୍ୟ ସରକାର ମନ୍ତ୍ରୀମଣ୍ଡଳ ବୈଠକରେ ନେଇଥିବା କୃଷକ ବିରୋଧି ନିଷ୍ପତି ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏଆଇକେଏମଏସ ର ଜିଲ୍ଲା ସମ୍ପାଦକ କେଦାର ଶବରଙ୍କ ନେତୃତ୍ବରେ ନୂଆ ବସଷ୍ଟାଣ୍ଡ ଠାରୁ ବହୁସଂଖ୍ୟକ କର୍ମୀ ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ନିକଟରେ ପହଞ୍ଚିଥିଲା । ଏଥିରେ ଏଆଇ କେ ଏମ୍ ଏସ ର ରାଜ୍ୟ ସମ୍ପାଦକ ଭାଲଚନ୍ଦ୍ର ଷଡଙ୍ଗୀ, ଗଜପତି ଜିଲ୍ଲା କମିଟି ସଦସ୍ଯ କାଡୁକା ଶବର ,
ରାୟଗଡା ଜିଲ୍ଲା ସମ୍ପାଦକ କେ. ଶ୍ରୀନିବାସ ରାଓ , ଆଇଏଫଟିୟୁ ର ରାଜ୍ୟ ସମ୍ପାଦକ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ଆଇନଜୀବି ଗୌରୀଶଙ୍କର ମହାନ୍ତି ପ୍ରମୁଖ ସାମିଲ ହୋଇଥିଲେ । ଏ ଆଇ କେଏମ୍ ଏସ ରାଜ୍ୟ ସମ୍ପାଦକ ଭାଲଚନ୍ଦ୍ର ଷଡଙ୍ଗୀ କେନ୍ଦ୍ର ସରକାରଙ୍କ ଚାଷୀମାରଣ ନୀତି ଓ କର୍ପୋରେଟ ପ୍ରୀତିକୁ ତୀବ୍ର ଭର୍ତ୍ସନା କରିଥିଲେ । ଏହାସହ ରାଜ୍ୟ ସରକାରଙ୍କ ମଣ୍ଡିରେ ଅବ୍ୟବସ୍ଥା ଓ ଅନ୍ଯ ଜିମାରେ ନୀତିକୁ ସମାଲୋଚନା କରିଥିଲେ । ଶେଷରେ ବିଭିନ୍ନ ସମସ୍ୟାକୁ ନେଇ ୯ଦଫା ସମ୍ବଳିତ ଦାବିପତ୍ର ଜିଲ୍ଲାପାଳ ଅନୁପମ ସାହାକୁ ପ୍ରଦାନ କରିଥିଲେ। ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ପାରଳାଖେମୁଣ୍ଡି ଥାନାଧିକାରୀ ବିବେକାନନ୍ଦ ସ୍ବାଇଁଙ୍କ ନେତୃତ୍ବରେ ବହୁ ପୋଲିସ ମୁତୟନ ହୋଇଥିଲେ । ( ଗଜପତି / ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result