No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୨ ଫେବୃଆରୀ ଶୁକ୍ରବାର ) ନୟାଗଡ :- ନୟାଗଡ଼ ସଦରମହକୁମାରେ ଅବସ୍ଥିତ ଆହାର କେନ୍ଦ୍ର ନିକଟରେ ନୟାଗଡ଼ କ୍ଲବ୍ ତରଫରୁ ୨୦୦ ଅଭାବୀ ଗରିବ ଦୁଃସ୍ଥ ଲୋକମାନଙ୍କୁ ଜଳଖିଆ ବିତରଣ କରାଯାଇଛି । ନୟାଗଡ଼ କ୍ଲବ୍ ର ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ନେତୃତ୍ବରେ ଏହି ଜଳଖିଆ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା ।
ଆଜି ପବିତ୍ର କୁମ୍ଭ ସଂକ୍ରନ୍ତି ଅବସରରେ ସକାଳ ୯ଟା ସମୟରେ ଉପମା ଘୁଗୁନି ଜଳଖିଆ ବିତରଣ କରାଯାଇଥିବା ବେଳେ ପ୍ରତ୍ଯେକ ମାସ ସଂକ୍ରାନ୍ତିରେ ଏହି କାର୍ଯ୍ୟକ୍ରମ ଚାଲୁ ରହିଛି ଏବଂ ଆଗକୁ ମଧ୍ଯ ଜାରିରହିବ ବୋଲି କ୍ଲବ୍ ର କୋଷାଧ୍ୟକ୍ଷ ଶ୍ରୀଧର ସାହୁ ସୂଚନା ଦେଇଛନ୍ତି ।
ଏହି ମାଗଣା ଜଳଖିଆ ବିତରଣ କାର୍ଯ୍ୟକ୍ରମରେ କ୍ଲବର ଉପସଭାପତି ଅରୁଣ କୁମାର ମହାନ୍ତି, ସଦସ୍ଯ ପ୍ରସନ୍ନ କୁମାର ବସନ୍ତିଆ,ଲକ୍ଷ୍ମୀ ନାରାୟଣ ରଥ, ଧୀରେନ୍ଦ୍ର ପଟ୍ଟନାୟକ, ଅବିନାଶ ସାହୁ ଓ ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ, ସମାଜସେବୀ ଦାମୋଦର ସାହୁ ସମେତ ବହୁ ସମାଜସେବୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । (ରିପୋର୍ଟ -ରାମକୃଷ୍ଣ ରଥ)
No Result
View All Result