No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୨ ଫେବୃଆରୀ ଶୁକ୍ରବାର ) କଳାହାଣ୍ଡି :- ଜିଲ୍ଲାର ବିଭିନ୍ନ ମଣ୍ଡିରେ ଜାରି ରହିଛି ଅଚଳାବସ୍ଥା।ମଣ୍ଡି ପରିଚାଳନାରେ ଫେଲ ମାରିଛନ୍ତି ଯୋଗାଣ ବିଭାଗ । ଆଜି ବି ମଣ୍ଡି ଗୁଡିକରେ ପଡ଼ି ରହିଛି ଚାଷୀର କଷ୍ଟ ଉପାର୍ଜିତ ହଜାର ହଜାର ଧାନ ବସ୍ତା । ଚାଷୀଙ୍କ ଦୟନୀୟ ସ୍ଥିତି ଏବେ ଦେଖିବାକୁ ମିଳିଛି ଭାନପୁର ସମବାୟ ସମିତି ଅନ୍ତର୍ଗତ ଭୀମକେଲା ଉପମଣ୍ଡିରେ । ଧାନ ଉଠୁ ନ ଥିବା ଅଭିଯୋଗ ଆଣି ଚାଷୀମାନେ ନର୍ଲା ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।
ଏହି ଉପମଣ୍ଡିରେ ଆଜକୁ ପ୍ରାୟ ୨୮ରୁ ୩୦ଦିନ ଧରି ୬୦୦୦ କୁଇଣ୍ଟାଲ ଧାନ ଖୋଳା ଆକାଶ ତଳେ ପଡିରହିଥିବା ଦାବିପତ୍ରରେ ଉଲ୍ଲେଖ ରହିଛି।ସୋସାଇଟି କର୍ମଚାରୀଙ୍କ ସହିତ ସଲାସୁତୁରା କରି ବେପାରୀ ମାନେ ନିଜ ପରିବାରର ୪ ରୁ ୫ ଜଣଙ୍କ ନାମରେ ଧାନ ବିକ୍ରିର ପଞ୍ଜିକରଣ କରିଥିବାରୁ ପ୍ରକୃତ ଚାଷୀ ଧାନବିକ୍ରି କରିପାରୁ ନ ଥିବା ଅଭିଯୋଗ ପଲସାପଡା ଚାଷୀ ପ୍ରଦୀପ ନାଏକ,ଜଗ ନାଏକ, ବିନୋଦ ନାଏକ,ସଦାନନ୍ଦ ବାଗ,ସଜ୍ଜନ ନାଏକ ପ୍ରମୁଖ ଅଭିଯୋଗ ଆଣିଛନ୍ତି। ତହସିଲଦାର ଭୀମକେଲା ମଣ୍ଡି ପରିଦର୍ଶନ କରି ପ୍ରକୃତ ଚାଷୀ ଚିହ୍ନଟ କରି ଶିଘ୍ର ଧାନ ଉଠାଣ ପାଇଁ ଚାଷୀ ମାନେ ଦାବିପତ୍ର ମାଧ୍ୟମରେ ଜଣାଇଛନ୍ତି । (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)
No Result
View All Result