No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୧ ଫେବୃଆରୀ ଗୁରୁବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଉଦୟପୁର ପଞ୍ଚାୟତ ଶିଖର ଗୋଛା ଗ୍ରାମ ରେ ବିଧାୟକ ଙ୍କ ପାଣ୍ଠିରୁ ନିର୍ମିତ ହୋଇଥିବା ଭଗବତ ଜୀଉ ମନ୍ଦିର ଉଦଘାଟିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଭଗବତ ଜୀଉ ମନ୍ଦିର ଉଦଘାଟନ କରିବା ସହ ଅଞ୍ଚଳ ର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ ।

ଉଦଘାଟନ ସମୟରେ ଦଶପଲ୍ଲା ବିଧାୟକଙ୍କ ସହିତ ପଞ୍ଚାୟତ ଓ ଗ୍ରାମର ବହୁ ବରିଷ୍ଠ ବିଜେଡ଼ି କର୍ମୀ ଉପସ୍ଥିତ ଥିଲେ।ଗ୍ରାମବାସୀ ଦଶପଲ୍ଲା ବିଧାୟକ ଙ୍କୁ ସମ୍ବର୍ଦ୍ଧନା ଦେବା ସହ କଥାରେ ନୁହେଁ ପ୍ରତ୍ୟେକ କାର୍ଯ୍ୟ କାମରେ କରି ଦଶପଲ୍ଲା ବିଧାୟକ ଦେଖାନ୍ତି ବୋଲି ଗ୍ରାମବାସୀ କହିଛନ୍ତି । (ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ)

No Result
View All Result