No Result
View All Result
ବଡ଼ଚଣାର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅମର ଶତପଥୀଙ୍କ ଦ୍ୱାରା ସ୍କୁଲ ଉଦଘାଟିତ
ସ୍କୁଲ ନିର୍ମାଣ ପାଇଁ ଡାଲମିଆ ସିମେଂଟ୍ ପକ୍ଷରୁ ପ୍ରାୟ ୫.୬ ଲକ୍ଷ ଟଙ୍କା ଉତ୍ସର୍ଗ କରାଯାଇଛି
ଓଡ଼ିଶା ତାଜା ନ୍ୟୁଜ୍ (୧୧ ଫେବୃଆରୀ ଗୁରୁବାର ) ଭୁବନେଶ୍ୱର / ଟାଙ୍ଗି :- ଅନ୍ତର୍ଭୁକ୍ତୀକରଣ ଓ ସମାନ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାର ଉଦ୍ୟମ ସ୍ୱରୂପ ଡାଲମିଆ ସିମେଂଟ୍ ( ଭାରତ ) ଲିମିଟେଡ୍ ( ଡିସିବିଏଲ୍ ) ପକ୍ଷରୁ ଆଜି ଯାଜପୁର ର ବରୁଣିଆ ଠାରେ ହରିଶଙ୍କର ବିଦ୍ୟା ମନ୍ଦିରର ନୂତନ ସ୍କୁଲ କୋଠାକୁ ଉଦଘାଟନ କରାଯାଇଛି । ଡିସିବିଏଲ ପକ୍ଷରୁ ସ୍କୁଲର ଗୋଟିଏ ଶ୍ରେଣୀ ଗୃହ ନିର୍ମାଣ କରାଯାଇଥିବା ବେଳେ ଅନ୍ୟ ଦୁଇଟି ଶ୍ରେଣୀ ଗୃହର ମରାମତି କରାଯାଇଛି । ଏହି ଅଂଚଳର ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷା ପ୍ରତି ସହାୟତା ପ୍ରଦାନ କରିବା ଲାଗି କଂପାନି ପକ୍ଷରୁ ପ୍ରାୟ ୫.୬ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି । ମୁୂଖ୍ୟ ଅତିଥି ଶ୍ରୀଯୁକ୍ତ ଅମର ଶତପଥୀଙ୍କ ଉପସ୍ଥିତିରେ ଶ୍ରୀଯୁକ୍ତ ରାମାବତାର ଶର୍ମା, ଡେପୁଟି ଏକ୍ଜିକ୍ୟୁଟିଭ୍ ଡାଇରେକ୍ଟର ଓ ୟୁନିଟ୍ ମୁଖ୍ୟ, ଡିସିବିଏଲ୍, ଟାଙ୍ଗି ଉଦଘାଟନୀ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବଡ଼ଚଣାର ଡିଇଓ ବିଇଓ, ଶ୍ରୀମତୀ ସ୍ୱାଗତିକା ପଣ୍ଡା, ସରପଂଚ, ପାରିଆ ଗ୍ରାମ ପଂଚାୟତ, ଶ୍ରୀଯୁକ୍ତ ଶ୍ରୀକାନ୍ତ ବେହେରା, ପିଏସ୍ ପରିଆ ଗ୍ରାମ ପଂଚାୟତ, ଗ୍ରାମର ବୟସ୍କ ବ୍ୟକ୍ତିବିଶେଷ, ଶିକ୍ଷକ ଏବଂ ସ୍କୁଲ ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ । ଏକ କଂପାନି ଭାବେ ଡିସିବିଏଲ୍ କାରଖାନା ଅଂଚଳର ପରିପାଶ୍ୱର୍ରେ ବାସ କରୁଥିବା ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଲାଗି ସର୍ବଦା ପ୍ରତିବଦ୍ଧ ରହିଛି ।
ଏହି ନିର୍ମାଣ ଜରିଆରେ କଂପାନି ଛାତ୍ରଛାତ୍ରୀମାନଙ୍କ ନିକଟରେ ବିନା କୌଣସି ପ୍ରତିବନ୍ଧକ କିମ୍ବା ବିଚ୍ୟୁତି ଦ୍ୱାରା ଉନ୍ନତ ଶିକ୍ଷା ଅନୁଭୂତି ପହଂଚାଇବାକୁ ଲକ୍ଷ୍ୟ ରଖିଛି । ଏହି ଅବସରରେ ଶ୍ରୀଯୁକ୍ତ ରାମାବତାର ଶର୍ମା, ୟୁନିଟ୍ ମୁଖ୍ୟ, ଡାଲମିଆ ସିମେଂଟ୍ (ଭାରତ) ଲିମିଟେଡ୍ କହିଛନ୍ତି ଯେ, “ଗୁଣାତ୍ମକ ଶିକ୍ଷା ହାସ କରିବା ଏକ ମୌଳିକ ମାନବ ଅଧିକାର । ଏକ କଂପାନି ଭାବେ ଆମର ଦକ୍ଷତା ଅନୁସାରେ ସୁଯୋଗ ପ୍ରଦାନ କରିବା ଏବଂ ସମସ୍ତଙ୍କ ପାଇଁ ଏକ ଉନ୍ନତ ଭବିଷ୍ୟତ ଗଠନ କରିବାର ମୂଳଦୁଆ ପକାଇବାରେ ସହାୟତା ପ୍ରଦାନ କରିବାରେ ଆମେ ବିଶ୍ୱାସ କରୁ । ସ୍କୁଲ ଭିତିଭୂମିର ମରାମତି ସହିତ ଆମେ ବେଶ ଆଶାବାଦୀ ରହିଛୁ ଯେ ଛାତ୍ରଛାତ୍ରୀମାନେ ଶ୍ରେଣୀରେ ଉପସ୍ଥିତ ରହିବା ଲାଗି ଉତ୍ସାହିତ ମନେ କରିବେ ଏବଂ ସେମାନଙ୍କ ପାଇଁ ଏକ ଉନ୍ନତ ଭବିଷ୍ୟତ ଗଠନ କରିବା ଲାଗି ଆମେ ନିରନ୍ତର ଭାବେ କାର୍ଯ୍ୟ କରୁଛୁ ।’’ କଂପାନିର କେସିଡବ୍ଲୁ ସିମେଂଟ୍ ପ୍ଲାଂଟ୍ ନିକଟରେ ନିର୍ମାଣ କରାଯାଇଥିବା ନୂଆ ସ୍କୁଲ କୋଠାର ଲକ୍ଷ୍ୟ ହେଉଛି ବରୁଣିଆ ଗ୍ରାମ ପାଖାପାଖରେ ବାସ କରୁଥିବା ଛାତ୍ରଛାତ୍ରୀଙ୍କୁ ଲାଭ ପ୍ରଦାନ କରିବା । ଏଥିରେ ସାମିଲ ରହିଛି ଅମିୟଝରି, ବରୁଣିଆ, ପରିଆ, ନନ୍ଦୁଆଝର, ନିମଡିହ, ବରଗଡ଼ ଓ କାଇମାଟିଆ ଗ୍ରାମ । ଏହି ସ୍କୁଲ ଯାହା ନବମ ଓ ଦଶମ ଶ୍ରେଣୀ ପାଠପଢ଼ା ଆରମ୍ଭ କରିଛି ସେଥିରେ ମୋଟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୮୦ ରହିଥିବା ବେଳେ ୧୧ ଶିକ୍ଷାଦାନ ଓ ଅଣ-ଶିକ୍ଷାଦାନ କର୍ମଚାରୀ ବା ଷ୍ଟାଫ୍ ରହିଛନ୍ତି ।
No Result
View All Result