No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୦ ଫେବୃଆରୀ ବୁଧବାର) ରାୟଗଡ଼ :- ଗଜପତି ଜିରାଙ୍ଗ ପଂଚାୟତ ରାଜୀବ ଗାନ୍ଧୀସେବାକେନ୍ଦ୍ର ନିକଟରେ ରାୟଗଡ଼ ବ୍ଲକ କଂଗ୍ରେସ ପକ୍ଷରୁ ଏକ କର୍ମୀସମିଳନୀ ଅନୁଷ୍ଠିତ ହୋଇଯାଇଛି ଏହିକର୍ମୀ ସମିଳନୀରେ ମୁଖ୍ୟଅତିଥି ଭାବେ ମୋହନା ବିଧାୟକ ଶ୍ରୀ ଦଶରଥୀ ଗମାଙ୍ଗଙ୍କୁ ଶବରସାହି ତ୍ରିଦେବମନ୍ଦିର ଠାରୁ ସ୍ୱାଗତ କରାଯାଇଥିଲା ! ଆଜିର ଏହି ସଭାରେ ବିଧାୟକ ଦଳକୁ ତୃଣମୂଳ ସ୍ତରରେ କିପରି ମଜଭୁତ କରାଯାଇ ପାରିବ କର୍ମୀ ମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ କଂଗ୍ରେସଦଳର ରାୟଗଡ଼ ବ୍ଲକ ଅଧକ୍ଷ, ଦୁଇଟି ଜିଲ୍ଲା ପରିଷଦ ଜୁନ, ଏକଇଷି ଗୋଟି ସରପଞ୍ଚ,ସମିତି ସଭ୍ୟ, ଯେପରି ଦଳୀୟପ୍ରାଥୀ ବିଜୟହୋଇ ଆସିପାରିବେ ସେଥିଉପରେ ଗୁରୁତ୍ୱଦେବା ପାଇଁ ପ୍ରତି ପଂଚାୟତ କର୍ମୀ ସଜାଗ ହୋଇ ରହିବା ପାଇଁ କର୍ମୀଙ୍କୁ ଭାଷଣ ମାଧ୍ୟମରେ ଉଛାୟିତ କରିଥିଲେ !
ମହାବାତ୍ୟା ତିତିଲି ତାଣ୍ଡବ ରେ ରାୟଗଡ଼ ବ୍ଲକରେ ଶାସକଦଳ ଉନୟନ କାର୍ଯ୍ୟ ବ୍ୟାପକ ଅନିୟମିତତା ହୋଇଥିବା କର୍ମୀ ମାନେ ଅଭିଯୋଗ କରିଥିଲେ ଏହିଦୃନୀତିର ଉଚ୍ଚ ସ୍ତରୀୟତଦନ୍ତ କରାଗଲେ ଦୃନୀତିଗ୍ରସ୍ତ ଅଫିସର ମାନଙ୍କ ମୁଖା ଖୋଲିପାରନ୍ତା ବୋଲି ଅଭିଯୋଗ ହୋଇଥିଲା ! ଏହିକର୍ମୀ ସମିଳନୀରେ ଆଖପାଖ ଅଞ୍ଚଳରୁ ପାଞ୍ଚଶହକର୍ମୀ ଯୋଗଦାନ କରିଥିଲେ ସଂମାନନୀୟ ଅତିଥି ଜିଲ୍ଲାପରିଷଦ ଆର.ଉଦୟଗିରି ବ୍ଲକ ଶ୍ରୀ ଯାକୁବ ମାଝୀ,ରାୟଗଡ଼ଜିଲ୍ଲା ପରିଷଦ ପ୍ରାଥୀ ଅରୁଣ କୁମାର ମାଝୀ,ଇଶ୍ୱର ଚନ୍ଦ୍ର ମାଝୀ ଜିଲ୍ଲା ସାଧାରଣ ସମ୍ପାଦକ, ଗୋପାଳ କୃଷ୍ଣ ଦଳାଇ ସମିତିସଭ୍ୟ, ତ୍ରିନାଥପାତ୍ର ,ରଜତମାଳି ,ଜଲାଙ୍ଗ ପୂର୍ବତନ ସରପଞ୍ଚ ଅମୁଲ୍ୟ ପରିଛା,ରାମପ୍ରସାଦ ମାହାନ୍ତି,ଅନୁକ ରାଇକା,ପାତ୍ର ଗମାଙ୍ଗ, ଶ୍ୟାମସନ ମଣ୍ଡଳ, ଅନୁକ ରାଇକା,ପୂର୍ବ ତନ ସରପଞ୍ଚ ଡାଳିମ୍ବ ଶବର, ଅମ୍ବିକା ଗୌଡ଼,କପିଳାନ୍ଦ୍ରସିଂ,ଭିକାରିଶବର,ଇନ୍ଦ୍ର ଶବର, ରାଜୀବ ଶବର,ରବି ଶବର,ରଂଜିତ ପରିଛା, ଜିରାଙ୍ଗ ସରପଞ୍ଚ ମନୋଜ କୁମାର ଗମାଙ୍ଗଙ୍କ ନତୃତ୍ୱରେ ଆଜିର ଏହିକାର୍ଯ୍ୟକ୍ରମ ସ୍ୱଚାରୁ ରୂପେ ଅନୁଷ୍ଠିତ ହୋଇଥିଲା ! (ସଞ୍ଜୀବ କୁମାର ପାଣି )
No Result
View All Result