No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୦ ଫେବୃଆରୀ ବୁଧବାର) ନୟାଗଡ :- ଯମୁନା ବେହେରା ଓ ସ୍ୱାମୀ ଦୀନବନ୍ଧୁ ବେହେରା ଗ୍ରାମ ଭାଟସାହିଙ୍କ ମଧ୍ୟରେ ବିବାଦ ଘଟି ତାହା ମାନ୍ୟବର ଅଦାଲତ, ଓ ନୟାଗଡ ଟାଉନ ଥାନାରେ ପହଞ୍ଚିଥିଲା l ନାଟୁଗାଁ ସରପଞ୍ଚ ପଦ୍ମଚରଣ ଉଦୟଭାନୁ ଙ୍କ ଦ୍ୱାରାତାହାର ସମାଧାନ ପାଇଁ ଜ଼ିଲ୍ଲା ଶାନ୍ତି କମିଟିକୁ ନିମଂତ୍ରଣ କରାଯାଇଥିଲା l

ଜ଼ିଲ୍ଲା ଶାନ୍ତି କମିଟିର ସା. ସମ୍ପାଦକ ମଧୁସୂଦନ ପଟ୍ଟନାୟକ ଙ୍କ ଡ଼ାକରାରେ ତା 09/02/2021ରିଖରେ ଶ୍ରୀ ସିରିଡ଼ିସାଇ ମନ୍ଦିର ତୁଳସୀପୁର ଠାରେ କମିଟିର ବୈଠକ କରାଯାଇ ଉକ୍ତ ଦାମ୍ପତ୍ୟ କଳହର ସମାଧାନ କରାଯାଇ ସ୍ୱାମୀ ସ୍ତ୍ରୀ ଭାଟସାହୀ ଚାଲିଗଲେ l
ଏହି ବୈଠକରେ ଶାନ୍ତି କମିଟିର ଦଳବେହେରା ଙ୍କ ସଭାପତିତ୍ବ ତଥା ଭରତ ପ୍ରଧାନ, ଅନ୍ତର୍ଯ୍ୟାମୀ ସାହୁ, ନାରାୟଣ ବାରିକ, ସନ୍ତୋଷ ପ୍ରଧାନ, ରାଜକିଶୋର ଦଳବେହେରା,ଗୌରାଙ୍ଗ ପ୍ରଧାନ ଙ୍କ ସହିତ ସରପଞ୍ଚ ଉଦୟଭାନୁ ଙ୍କ ଯୋଗଦାନ ଦୁଇଟି ବିକ୍ଷିପ୍ତ ଆତ୍ମାକୁ ମିଳନ କରିବାରେ ସହାୟକ ହୋଇଛି l (ରିପୋର୍ଟ -ରାମକୃଷ୍ଣ ରଥ)
No Result
View All Result