No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୯ ଫେବୃଆରୀ ମଙ୍ଗଳବାର ) ଢେଙ୍କାନାଳ :- ଜିଲ୍ଲାରେ ହାତୀ ଉପଦ୍ରବ ଦିନକୁ ଦିନ ବଢିବାରେ ଲାଗିଛି। କେତେବେଳେ ଫସଲହାନୀ ସାଙ୍ଗକୁ ଧନ ସଂପତ୍ତି ନଷ୍ଟ ହେଉଛି ତ ଆଉ କେତେବେଳେ ମଣିଷ ବି ବଳି ପଡିଯାଉଛି। ଏଭଳି ନିତି ଦିନିଆ ଘଟଣା ଘଟୁଥିବା ବେଳେ ଏବେ କିନ୍ତୁ ଗୋଟେ ଗୋଠଛଡା ଦନ୍ତା ହାତୀର ଉପଦ୍ରବରେ ସହରବାସୀ ଭୟଭୀତ। କୁହାଯାଉଛି,
କୁଆଡୁ ଗୋଟେ ଦନ୍ତା ଆସିଛି।ଗୋଠଛଡା ହୋଇ ସହର ଉପକଣ୍ଠ ପାହାଡ଼ ମାନଙ୍କରେ ଘୁରି ବୁଲୁଛି । ରାତି ହେଲେ ଖାଦ୍ୟ ଅନ୍ୱେଷଣରେ ସହର ମୁହାଁ ହେଉଛି । ନିକଟରେ ଦୁଇ ଜଣଙ୍କୁ ଦଳି ମାରି ଦେଇଥିବାବେଳେ ଗତ ରାତିରେ ପୁଣି ସହର ଉପକଣ୍ଠ ଶ୍ୟାମାଚରଣପୁର ଠାରେ ସେଇ ଦନ୍ତା ଆତଙ୍କ ମଚାଇଛି । ରାତିସାରା ଉପଦ୍ରବ କରିଛି । ନିକଟସ୍ଥ ସାଇ ମନ୍ଦିର ହତା ଭାଙ୍ଗି ଆସିଛି।ବହୁ ଗଛ ବୃକ୍ଷ ସହିତ ଅନେକଙ୍କ ଘର ପାଚେରୀ ଭାଙ୍ଗିଛି । ଖବରପାଇ ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ଉଚିତ ସମୟରେ ପହଞ୍ଚି ରାତିସାରା ଟର୍ଚ୍ଚ ମାରି ଦନ୍ତା ସହିତ ଚୋର ପୋଲିସ ଖେଳ ଖେଳିବାର ଦେଖିବାକୁ ମିଳିଛି, କିନ୍ତୁ ଦନ୍ତା ଭୋରୁ ଭୋରୁ ଯାଇଛି ।
ଘର ଆଗରେ ନଗଦ ମଇଳା ବାମ୍ଫ ବାହାରୁଛି । ଖାଇଛି ସେ, କଦଳୀ ଖାଇକି ଯାଇଛି । ପୁଣି ଆଜି ରାତିରେ ଆସିବ । ଏଭଳି ଅଭିଯୋଗ କରି ଭୟଭୀତ ଅବସ୍ଥାରେ ଅଛନ୍ତି ଶ୍ୟାମାଚରଣପୁର ବାସିନ୍ଦା । ବନ ବିଭାଗ ଚୋର ପୋଲିସ ଖେଳ ବନ୍ଦ କରି ଓ ଜିଲ୍ଲା ପ୍ରଶାସନ ନୀରବଦ୍ରଷ୍ଟା ନସାଜି ଏଥିପ୍ରତି ବିହିତ ପଦକ୍ଷେପ ଜନସାଧାରଣରେ ଦାବି ହେଉଛି । (ରିପୋର୍ଟ୍, ଅମର ରଞ୍ଜନ ଦାସ )
No Result
View All Result