No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୯ ଫେବୃଆରୀ ମଙ୍ଗଳବାର ) ଭୁବନେଶ୍ୱର :- ଓଡ଼ିଶା ବିଧାନସଭା ବିଭାଗୀୟ ଷ୍ଟାଣ୍ଡିଂ କମିଟି-୩ର ବୈଠକ ବିଧାନସଭା ପରିସରସ୍ଥ ୫୪ ନଂ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି । ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର କାର୍ଯ୍ୟାବଳୀ ସଂପର୍କରେ ଆଲୋଚନା ହୋଇଥିଲା । ବିଧାନସଭା ଷ୍ଟାଣ୍ଡିଂ କମିଟି ତରଫରୁ ତା.୧୧/୦୩/୨୦୨୦ରିଖରେ ପ୍ରଦାନ କରାଯାଇଥିବା ରିପୋର୍ଟ ଉପରେ ବିଭାଗ ତରଫରୁ କେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ତାହା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଉକ୍ତ ବୈଠକରେ କମିଟି ସଦସ୍ୟମାନଙ୍କ ସହ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପଦସ୍ଥ ଅଧିକାରୀ ଓ ବିଧାନସଭା ସଚିବ ଦାଶରଥୀ ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ ।
No Result
View All Result