No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୯ ଫେବୃଆରୀ ମଙ୍ଗଳବାର ) ଭୁବନେଶ୍ୱର :- ଆଜି ସନ୍ଧ୍ୟା ସାଢ଼େ ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା କ୍ୟାବିନେଟ ବୈଠକରେ ପ୍ରାୟ ୨୫ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଆସିବାକୁ ରହିଛି । ସେଥିମଧ୍ୟରେ ଏମଏସଏମଇ, ଏସଏସପିଡ଼ି, ପଞ୍ଚାୟତିରାଜ, ସ୍ବାସ୍ଥ୍ୟ ଓ ସାଧାରଣ ପ୍ରଶାସନ ବିଭାଗ ଭଳି ବିଭିନ୍ନ ବିଭାଗର କ୍ୟାଡର ରୁଲ୍ ସଂଶୋଧନ ରହିଛି । ସେହିପରି ରାଜ୍ୟ ସରକାରଙ୍କ ପକ୍ଷରୁ ଦିବ୍ୟାଙ୍ଗ ମାନଙ୍କ ପାଇଁ ଏକ ସେଣ୍ଟର ଅଫ୍ ଏକ୍ସଲେନ୍ସି କରାଯିବା ପାଇଁ ପ୍ରସ୍ତାବ ରହିଛି । ଏହାବାଦ୍ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ (ବିପିୟୁଟି)ର କ୍ୟାଡର ରୁଲ୍ ସଂଶୋଧନ ମଧ୍ୟ ରହିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ସମୀକ୍ଷକ ତଥା ଅଡିଟର-ସର୍ଭିସ୍ ରୁଲର ସଂଶୋଧନ ଅଣାଯିବ ବୋଲି ଜଣାଯାଇଛି । ଆସନ୍ତା ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ମନ୍ତ୍ରୀ ପରିଷଦର ଅନୁମୋଦନ ନିଆଯିବ ।
ତେବେ ୨୦୨୦-୨୧ ଆର୍ଥିକବର୍ଷ ଲାଗି ରାଜ୍ୟ ବଜେଟର ଆକାର ୧ଲକ୍ଷ ୬୧ହଜାର ୭୦୦ କୋଟିକୁ ବୃଦ୍ଧି କରାଯାଇଥିଲା, ହେଲେ କୋଭିଡ଼ ମହାମାରୀ ପାଇଁ ବେଜଟର ୫୦ ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇପାରିନାହିଁ । କୋଭିଡ଼ ପାଇଁ ନିର୍ମାଣ ଓ ଭିତ୍ତିଭୂମି କାର୍ଯ୍ୟ ପଛେଇ ଯାଇଥିବାରୁ ଏବେ ଏହି ବାବଦରେ ଖର୍ଚ୍ଚ ହେବ । ଚଳିତବର୍ଷ ପୌର ନିର୍ବାଚନ ଏବଂ ଆସନ୍ତାବର୍ଷ ପଞ୍ଚାୟତ ନିର୍ବାଚନ ରହିଛି । ଏହାକୁ ଦୃଷ୍ଟିରେ ରଖି କର୍ମଚାରୀଙ୍କ ଦରମା ବାବଦ ପ୍ରଶାସନିକ ଖର୍ଚ୍ଚକୁ ବାଦ୍ ଦେଲେ ସ୍ବାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ କରିବାକୁ ବଜେଟରେ ପ୍ରାଥମିକତା ଦିଆଯିବାର ସମ୍ଭାବନା ରହିଛି । ତେଣୁ ଆସନ୍ତା ଆର୍ଥିକବର୍ଷ ରାଜ୍ୟ ବଜେଟର ଆକାର ପ୍ରାୟ ୧ ଲକ୍ଷ ୭୫ ହଜାର କୋଟିକୁ ବୃଦ୍ଧି ପାଇବ ବୋଲି ଜଣାଯାଇଛି ।
No Result
View All Result