No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୮ ଫେବୃଆରୀ, ସୋମବାର ) ରଣପୁର :- ରଣପୁର ନିର୍ବାଚନ ମଣ୍ଡଳୀ ର ଚାନ୍ଦପୁର ଅଞ୍ଚଳ ରେ ଏବେ ବି ବେଆଇନ ଖଣି ଖନନ କୁ ରୋକି ଚାଲିଛି ଚାନ୍ଦପୁର ପୋଲିସ । ଚାନ୍ଦପୁର ପୋଲିସର ଲଗାତର ଖଣି ମାଫିଆ ଙ୍କ ଉପରେ ଚଢ଼ାଉ ଜାରି ରହିଥିବା ଫଳରେ ବହୁ ପରିମାଣ ରେ ଖଣି ଉପରେ ମାଫିଆ ରାଜ ଥମିଆସିଥିବା ଜଣା ଯାଇଛି । ଏବେ ଏକତାଳ ଖଣି ରେ କିଛି ମାଫିଆ ଙ୍କ ରାଜ ଏବେବି ଚାଲିଥିବା ଜଣା ଯାଉଛି । ଖଣି ମାଲିକ ମାନଙ୍କ ଖଣି ରୁ ବେଆଇନ ଭାବେ ଖଣି ଖୋଳି ପଥର ଉଠାଉଥିବା ଜଣାପଡିଛି ଫଳରେ ତହସିଲଦାର ଏବଂ ଚାନ୍ଦପୁର ଆଇ ଆଇସି ଙ୍କ ମିଳିତ ଚଢ଼ାଉ ରେ ଗତ କାଲି ତିନୋଟି ଖଣି ଉପରେ ଚଢଉ କରାଯାଇଛି ।
ଖଣି ଖନନ କୁ ରୋକାଯିବା ସଙ୍ଗେସଙ୍ଗେ ଖଣି ମାଲିକ ଙ୍କ ଠାରୁ ସମସ୍ତ ଜୋରିମାନା ଆଦାୟ କରାଯିବ ବୋଲି ସତର୍କ କରି ଦିଆଯାଇଛି । ଏକତାଳ ଖଣି , ଗୋୖରଚନ୍ଦ୍ରପୁର ଖଣି ସହିତ ଏକ ଜଙ୍କିଆ ପାଖ ଖଣି ଉପରେ ପୋଲିସ ଅଚାନକ ଚଢଉ କରିଥିବା ଜଣାପଡିଛି । ଚାନ୍ଦପୁର ପୋଲିସ ଖଣି ମାଲିକ ମାନଙ୍କୁ କଡ଼ା କଡି ସୂଚାଇ ଦେଇଛନ୍ତି ।
ଉଦ୍ଧତପଣିଆରୁ ବାଦ୍ ଆସୁନାହାନ୍ତି ଖଣି ମାଫିଆ ଥାନା ଅଧିକାରୀ ମାନଙ୍କ ଉପରେ ନଜର ରଖୁଥିବା କଥା ମଧ୍ୟ ସାମ୍ନା କୁ ଆସିଛି । ଯାହାଦ୍ୱାରା ପୋଲିସ ମଧ୍ୟ ଚୋର ଠାରୁ ଦୁଇ ପାଦ ଆଗରେ ରହିଛନ୍ତି ପୋଲିସ ଙ୍କ ଚକ୍ରାନ୍ତ ରେ ଛନ୍ଦି ହୋଇଯାଉଛନ୍ତି ମାଫିଆ ମାନେ । ବିଶେଷ ସୂତ୍ରରୁ ପ୍ରକାଶ ପାଇଛି କି ଆଗକୁ ପୋଲିସ ମାଫିଆ ଙ୍କୁ ଧରିବା ପାଈଁ ସବୁ ପ୍ରକାର ପ୍ରୟାସ ଚଳାଇଛି ଏବଂ ଏସ୍ ଟି ଏଫ୍ ଚଢ଼ାଉ ପାଈଁ ପୁର୍ବ ପ୍ରସ୍ତୁତି କରିରଖିଛନ୍ତି ପୋଲିସ ।
No Result
View All Result