No Result
View All Result
ଓଡ଼ିଶା ତାଜା ନିୟୁଜ୍ (୮ ଫେବୃଆରୀ ସୋମବାର) ଢେଙ୍କାନାଳ:- ଜିଲ୍ଲାରେ ଫାଇଲେରିଆ ନିରାକରଣ ଓ ସାର୍ବଜନୀନ ବାତଜ୍ୱର ଔଷଧ ସେବନ କାର୍ଯ୍ୟକ୍ରମ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ଗୃହରେ ଅନୁଷ୍ଠିତ ହୋଇଯାଇଅଛି। ଆସନ୍ତା ଫେବୃୟାରୀ ମାସ ୧୦ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଦୁଇବର୍ଷରୁ କମ୍ ବୟସର ଶିଶୁ, ଗର୍ଭବତୀ ମହିଳା ଓ ଅଧିକ ଦିନ ରୋଗରେ ପୀଡିତ ଥିବା ଲୋକମାନଙ୍କୁ ଛାଡି ସମସ୍ତଙ୍କୁ ଫାଇଲେରିଆ ଔଷଧ ସେବନ ପାଇଁ ଆଶା, ଅଙ୍ଗନବାଡ଼ି ଓ ସ୍ଵାସ୍ଥ୍ୟ କର୍ମୀମାନେ ଘର ଘର ବୁଲି ଓ ସମସ୍ତ ସରକାରୀ, ବେସରକାରୀ ଅଫିସ୍ ମାନଙ୍କୁ ଯାଇ ଏହି ଫାଇଲେରିଆ ଔଷଧ ସେବନ କରାଇବେ। ଏହି ଦିବସରେ ଯେପରି ସମସ୍ତେ ଫାଇଲେରିଆ ଔଷଧ ଖାଦ୍ୟ ଖାଇ ସାରି ସେବନ କରିବେ ଓ ଜିଲ୍ଲାର ସବୁ
ବିଭାଗର ଅଧିକରୀ, କର୍ମକର୍ତ୍ତା ଓ ଲୋକମାନଙ୍କ ମିଳିତ ସହଯୋଗରେ ଫାଇଲେରିଆ ମୁକ୍ତ କରିବାକୁ ଜିଲ୍ଲାପାଳ ଆହ୍ୱାନ ଦେଇଛନ୍ତି। ବ୍ଲକ ସ୍ତରରେ ସ୍ବାସ୍ଥ୍ୟକର୍ମୀ, ସରପଞ୍ଚ, ୱାର୍ଡ ମେମ୍ବର, ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟ, ଗାଁ କଲ୍ୟାଣ ସମିତିର ସଦସ୍ୟ,ଆଶା, ଅଙ୍ଗନବାଡ଼ି ଓ ସ୍ଵେଚ୍ଛାସେବୀ ଅନୁଷ୍ଠାନର କର୍ମୀମାନଙ୍କୁ ଭଲ ଭାବରେ ପ୍ରଶିକ୍ଷଣ ଓ ସଚେତନ କରିବା ପାଇଁ ବ୍ଲକ ମେଡିକାଲ ଅଫିସର ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସ୍କୁଲ ଓ ମହାବିଦ୍ୟାଳୟର ପିଲାମାନଙ୍କୁ ଓ ଶିକ୍ଷକ ମାନଙ୍କୁ କିପରି ସଚେତନ କରାଇବା ସହ ଫେବୃଆରୀ ୧୦ ରୁ ୧୯ ତାରିଖ ଭିତରେ ଏହି ଫାଇଲେରିଆ ଔଷଧ ସେବନ କରିବେ। ଜିଲ୍ଲା ଶିକ୍ଷା ଅଧିକାରୀ, ସ୍ବାସ୍ଥ୍ୟକର୍ମୀ ଓ ପିସିଆଇ କର୍ମଚାରୀମାନଙ୍କୁ ଆଦେଶ ଦେଇଥିଲେ। ସହରାଞ୍ଚଳ ଓ ଗ୍ରାମାଞ୍ଚଳର ଲୋକମାନଙ୍କୁ ଏହି ଦିନରେ ଫାଇଲେରିଆ ଔଷଧ ଖାଇ ସାରି ସେବନ କରିବା ପାଇଁ ଜିଲ୍ଲାପାଳ ଅନୁରୋଧ କରିଥିଲେ। ସମସ୍ତ ସରକାରୀ ବେସରକାରୀ ଅଫିସ୍, ଶିଳ୍ପସଂସ୍ଥା, ଆପାର୍ଟମେଣ୍ଟ, ଇଟାଭାଟି ଓ ଯେଉଁ ସବୁ ସ୍ଥାନରେ “ଗୋଦର ଗୋଡ” ହାଇଡ଼୍ରୋସିଲ୍ ଓ ଫାଇଲେରିଆ ପଜିଟିଭ୍ ଆସିଛି,ବିଗତ ଦିନରେ ସେହି ସ୍ଥାନ ମାନଙ୍କୁ ଗୁରୁତ୍ଵ ଦେବା ପାଇଁ କହିଥିଲେ। ଏହି ଫାଇଲେରିଆ ଔଷଧ ସମ୍ପୂର୍ଣ୍ଣ ନିରାପଦ,ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ। ଆସନ୍ତା ଫେବୃୟାରୀ ୧୦ ତାରିଖରେ ଏହି ଔଷଧ ସେବନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ସେହିଦିନ ଅପରାହ୍ନ ୩ ଟା ସମୟରେ ସମସ୍ତ ସରକାରୀ ଓ
ବେସରକାରୀ କର୍ମଚାରୀମାନେ ନିଜ ନିଜ କାର୍ଯ୍ୟାଳୟରେ ପେଟ ପୁରା ଖାଇ ସାରି ଏହି ଫାଇଲେରିଆ ଔଷଧ ସେବନ କରିବାକୁ ଜିଲ୍ଲାପାଳ ଆହ୍ୱାନ ଦେଇଛନ୍ତି।
ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀମତୀ ସୁଜାତା ରାଣୀ ମିଶ୍ର, ରାଜ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅଧିକାରୀ ଡା ବି ପି ଦତ୍ତ, ପ୍ରକଳ୍ପ ନିର୍ଦ୍ଦେଶକ ନରୋତ୍ତମ ବେହେରା, ଜନସ୍ବାସ୍ଥ୍ୟ ଅଧିକାରୀ ଡା ଜ୍ୟୋତିଷ ଚନ୍ଦ୍ର ମହାପାତ୍ର, ଉପ-ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ, ଡେପୁଟି କଲେକ୍ଟର ସୀତାଂଶୁ ଶେଖର ଦାସ, ଜିଲ୍ଲା ମ୍ୟାଲେରିଆ ଅଧିକାରୀ ହିମାଂଶୁ ଶେଖର ହେମ୍ବ୍ରମ ଓ ଅନ୍ୟାନ୍ୟ ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ। (ରିପୋର୍ଟ୍, ଅମର ରଞ୍ଜନ ଦାସ)
No Result
View All Result