No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୮ ଫେବୃଆରୀ, ସୋମବାର ) ରାୟଗଡ଼ :- ଗଜପତି ରାୟଗଡ଼ ଠାରେ ଆଜି ଭଲିବଲ ଟୁର୍ନାମେଣ୍ଟ ଅନୁଷ୍ଟିତ ହୋଇଯାଇଅଛି l ଆଜିର ଉଦଘାଟନ ଟୁର୍ନାମେଣ୍ଟ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବିଧାୟକ ଦାଶରଥି ଗମାଙ୍ଗ,ଓ ସମ୍ମାନିତ ଅତିଥି ଭାବେ R. ଉଦୟଗିରିର ଜିଲ୍ଲାପରିଷଦ ସଭ୍ୟ ଯାକୁବ ମାଝୀ, ପୁରୁଷୋତ୍ତମ ପାଣିଗ୍ରାହୀ, କମିଟି ସମ୍ପାଦକ ମାଫିଏଲ ସ୍ବାଳସିଂ, କୋଷାଧକ୍ଷ ଶ୍ରୀନିବାସ ପାଇକ, ଉପଦେଷ୍ଟା ଭାବେ ରାୟଗଡ ସରପଞ୍ଚ ଦିପ୍ତୀପ୍ରଭାଲାଲ ଶବରଙ୍କ ସହ କାଳିପ୍ରସାଦ ଦାସ ଓ ଦୈବାନିଧି ଶତପଥୀ ପ୍ରମୁଖ ମଞ୍ଜସିନ ଥିଲେ l ଆଜିର ଟୁର୍ନାମେଣ୍ଟ ସକାଶେ ଗତକାଲି ମହେନ୍ଦ୍ରଗିରି ଠାରୁ ମଶାଲ ଆସିଥିଲା l ଶିବ ମନ୍ଦିର ଠାରୁ ବ୍ଲକ ପର୍ଯ୍ୟନ୍ତ ମଶାଲ କୁ ନଗର ପରିକ୍ରମା କରି ବିଧାୟକଙ୍କ ସହ ଟୁର୍ନାମେଣ୍ଟର କମିଟି ସଭ୍ୟ ଓ ସ୍ଥାନୀୟ ଲୋକଙ୍କ ସହ ମିଶି ବହୁ ଆଡମ୍ବରରେ ଟୁର୍ନାମେଣ୍ଟ ପଡିଆ କୁ ଅଣାଯାଇଥିଲା l ଓ ପରେ ବିଧାୟକ ଶ୍ରୀ ଗମାଙ୍ଗ ଟୁର୍ନାମେଣ୍ଟର
ପତାକା ଉତ୍ତୋଳନ କରି ଉଦଘାଟନ କରିଥିଲେ l ଏହାପରେ ଆଜିର ଭଲିବଲ ଟୁର୍ନାମେଣ୍ଟ ଖେଳ ଆରମ୍ଭ ହୋଇଥିଲା l ଆଜିର ଖେଳରେ ମୋହନାର ST ପିଟର ଦଳ ସହ ନୂଆଗଡ ବ୍ଲକ ଛଣପଦାର ମାଣିକେଶ୍ବରୀ ଦଳ ସହ ଖେଳ ହୋଇଥିଲା ଆଜିର ଖେଳରେ ସ୍ଥାନୀୟ ହାଇସ୍କୁଲର ଖେଳ ଶିକ୍ଷକ ଜଗତ ଚନ୍ଦ୍ର କାର୍ଜୀ ଓ ଗଣ୍ଡାହତୀ ହାଇସ୍କୁଲ ଖେଳ ଶିକ୍ଷକ ସ୍ଥାନୀୟ ପାତ୍ର ରେଫେରୀ ଭାବେ ଯୋଗଦେଇଥିଲେ l ଆଜିର ଖେଳରେ ମୋହନାର ST ପିଟର ଦଳ ବିଜୟୀ ହୋଇଛନ୍ତି l ଉକ୍ତ ଟୁର୍ନାମେଣ୍ଟରେ ମୋଟ 48 ଗୋଟି ଦଳ ଖେଳିବାକୁ ରହିଥିବା ବେଳେ ଏହାର ଫାଇନାଲ ଖେଳ ମାର୍ଚ୍ଚ 8 ତାରିଖରେ ରଖିବାକୁ ସ୍ଥିର ହୋଇଛି l (ରିପୋର୍ଟ ସଂଜୀବ କୁମାର ପାଣି )
No Result
View All Result