ଓଡ଼ିଶା ତାଜା ନ୍ୟୁଜ୍ (୮ ଫେବୃଆରୀ, ସୋମବାର ) ରଣପୁର :- ଜାନୁଆରୀ ମାସ 8 ତାରିଖରେ ବିଦ୍ୟାଳୟରେ ଦଶମ ଶ୍ରେଣୀ ଖୋଲିଥିବା ଆଜି ସରକାରୀ ନିୟମ ଅନୁଯାୟୀ ନବମ ଶ୍ରେଣୀ ଖୋଲିଛି l ବିଦ୍ୟାଳୟରେ ସମସ୍ତ କରୋନା କଟକଣା ନିୟମକୁ ପାଳନ କରା ଯାଇଥିଲା l ବଜେନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବନଲତା ବେହେରା, ବରିଷ୍ଠ ଶିକ୍ଷକ ବସନ୍ତ କୁମାର ସାହୁ ତତ୍ଵାବଧାନରେ ତିଲୋତ୍ତମା ପୃଷ୍ଟି, ପ୍ରତିମା ଦେବୀ,
ଶତୃଘନ ପ୍ରଧାନ ଓ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହଯୋଗରେ ସହଯୋଗରେ ଛାତ୍ରଛାତ୍ରୀମାନେ ପ୍ରବେଶ କରିବା ସମୟରେ ସେମାନଙ୍କ ସ୍କ୍ରିନିଙ୍ଗ ଟେଷ୍ଟ, ମାସ୍କ ପ୍ରଦାନ ସହ ହାତ ସାନିଟାଇଜର କରାଯାଇଥିଲା l ସାମାଜିଜ ଦୂରତା ରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଥିଲା l ଛାତ୍ରଛାତ୍ରୀମାନଙ୍କୁ ୮ ଟି ବିଭାଗ କରି ପାଠ ପଢା ଯାଇଥିଲା l
ପ୍ରଥମ ଦିବସରେ ବିଦ୍ୟାଳୟକୁ ଆଜି 158 ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ l ନବମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ସକାଳ 8 ଟାରୁ 10.30 ପର୍ଯ୍ୟନ୍ତ ପାଠ ପଢା ଯାଇଥିଲା l ଏହାପରେ 11 ଟା ଠାରୁ ଅପରାହ୍ନ 4 ଟା ପର୍ଯ୍ୟନ୍ତ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମମାନଙ୍କୁ ପାଠ ପଢା ଯାଇଥିଲା l
ସେହିପରି ପ୍ରଧାନ ଶିକ୍ଷୟତ୍ରୀ ବିଦେଶିନୀ ପତିଙ୍କ ତତ୍ଵାବଧାନରେ ସମସ୍ତ କଟକଣାକୁ ପାଳନ କରି ଗୌରାଙ୍ଗପୁର ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଖୋଲା ଯାଇଛି l (ରଣପୁର ପ୍ରତିନିଧି ପ୍ରିୟମ୍ବଦା ମହାପାତ୍ରଙ୍କ ରିପୋର୍ଟ)