ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ : ବାଇକ-କାର ମୁହାଁମୁହିଁ ଧକ୍କା – ମନ୍ତ୍ରୀ ଦିଆନ ସୁରକ୍ଷିତ

ଓଡ଼ିଶା ତାଜା ନ୍ୟୁଜ୍ (୭ ଫେବୃଆରୀ ରବିବାର ) ଭୁବନେଶ୍ୱର :- ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ । ଏକ ସରକାରୀ କାର୍ଯ୍ୟକ୍ରମକୁ ଯିବା ସମୟରେ ଏହି ଦୁର୍ଘଟଣା ଘଟିଛି । ବୋଲିଗୁମ୍ମା ଛତରଲା ନିକଟରେ ବାଇକ-କାର ମୁହାଁମୁହିଁ ଧକ୍କା ।

ମନ୍ତ୍ରୀଙ୍କ ଗାଡିଚାଳକ ଓ ବାଇକ୍ ଚାଳକ ଆହତ । ମନ୍ତ୍ରୀ ଦିଆନ ସୁରକ୍ଷିତ ଅଛନ୍ତି । ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ ।