No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୭ ଫେବୃଆରୀ ରବିବାର ) ନୟାଗଡ଼ :- ସାହିତ୍ୟ ମହାକୁମ୍ଭ ନୟାଗଡ଼ ସାହିତ୍ୟ ଉତ୍ସବରେ ନୟାଗଡ଼ ବିଧାୟକ ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଉଦଘାଟନ କରି ନିଜର ମତ ବ୍ୟକ୍ତ ରଖିଥିଲେ । ଆଜିର ଏହି କାର୍ଯ୍ୟକ୍ରମ ଦଶପଲ୍ଲା ସ୍ଥିତ କୁଆଁରିଆ ଡ୍ୟାମ ରେ ଅନୁଷ୍ଠିତ ହୋଇଥିଲା ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ ଭାବେ କବି ଓ ଚିନ୍ତକ ହରପ୍ରସାଦ ଦାଶ, ଶିଶୁ ସାହିତ୍ୟିକ ଦାଶ ବେନୁହୁର , ସମ୍ମାନିତ ଅତିଥୀ ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇଥିଲେ । ସାହିତ୍ୟ ଓ ଆଲୋଚନା ପର୍ବରେ ବହୁ ସାରସ୍ବତ ସାଧକ ଯୋଗ ଦେଇଥିବା ଜଣାଯାଇଛି ।

ଏହି ଅବସରରେ କଥାକାର ହାଡ଼ିବନ୍ଧୁ କହାକୁଡ଼ଙ୍କ ପୁସ୍ତକ ‘କେବଳ କଥା’, ସରୋଜ ପଣ୍ଡାଙ୍କ ‘ଏବଂ ରୂପାନ୍ତର’, ସୂରୁପ ନାୟକଙ୍କ ‘ଅନ୍ଧାରର ଆରାଧନା’ ରିଙ୍କୁ ଟଙ୍କଙ୍କ ‘ଜୀଗିଷା’ ଓ ଶୁଭଲକ୍ଷ୍ମୀ ସେନାପତିଙ୍କ ଇଂରାଜୀ କବିତା ସଂକଳନ ‘ଟି ଅଫ୍ ଉନ୍ମୋଚିତ ହୋଇଥିଲା । ( ରିପୋର୍ଟ/ଅଶ୍ଵିନୀ କୁମାର ସାହୁ )
No Result
View All Result