No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୭ ଫେବୃଆରୀ ରବିବାର ) କଟକ /ଅଭିମନ୍ୟୁ :- ଜଣାଶୁଣା ଲୋକପ୍ରିୟ ଏବଂ ଦୈନିକ ଖବର କାଗଜ ସମାଜ ଓ ପ୍ରଜାତନ୍ତ୍ରର ବିଜ୍ଞାପନ ମ୍ୟାନେଜର ପଦବୀରେ ଦୀର୍ଘଦିନଧରି କାର୍ଯ୍ୟ କରୁଥିବା ଏବଂ ଅବସର ନେଲାପରେ ବିଭିନ୍ନ ସାମାଜିକ ଅନୁଷ୍ଠାନ ସହିତ ଜଡ଼ିତ ରହିଥିବା ଶ୍ରୀ ମହାପାତ୍ରଙ୍କର କଟକ ସ୍ଥିତ ବାସଭବନରେ ଗତ ୫ତାରିଖରେ ପରଲୋକ ହୋଇଅଛି ।
ପୁରୀଜିଲ୍ଲା ସିଂଘମାପୁର ଗ୍ରାମରେ ୨୪ଅଗଷ୍ଟ ୧୯୩୦ମସିହାରେ ଜନ୍ମଗ୍ରହଣ କରିଥିବା ଶ୍ରୀ ମହାପାତ୍ର ପିଲାବେଳୁ ବାପା, ମା’ଙ୍କୁ ହରାଇ ନିଜର ଅଦମ୍ୟ ପ୍ରଚେଷ୍ଟା ବଳରେନିଜେ ମଣିଷ ହୋଇ କଟକ ଆସି ୧୯୫୮ ମସିହାରେ ଖ୍ରୀଷ୍ଟ ମହାବିଦ୍ୟାଳୟରୁ ସ୍ନାତୋକ ଏବଂ୧୯୭୨ ମସିହାରେ ମଧୁସୁଧନ ଆଇନ ମହାବିଦ୍ୟାଳୟରୁ ଆଇନରେ ସ୍ନାତୋକ ଡ଼ିଗ୍ରୀ ହାସଲ କରିଥିଲେ ।
ତାଙ୍କର ଚାକିରୀ ଜୀବନ ମଧ୍ୟରେ ସେ ପଦ୍ମବିଭୂଷଣ ଶ୍ରୀଯୁକ୍ତ ରାଧାନାଥ ରଥ,ପୂର୍ବତନ ମୁଖ୍ୟମନ୍ତ୍ରୀ ଡ଼ଃ.ହରେକୃଷ୍ଣ ମହତାବ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସହିତ ସଂଶ୍ଳିଷ୍ଟ ଥିଲେ । ଅବଶର ଗ୍ରହଣ କରିବା ପରେ ବିଶିଷ୍ଟ କ୍ରିୟା ଯୋଗୀ ପରମହଂସ ହରିହରାନନ୍ଦ ଗିରୀଙ୍କ ସହଯୋଗୀ ଭାବେ କ୍ରିୟାଯୋଗର ପ୍ରସାରରେ ନିଜକୁ ନିୟୋଜିତ କରିଥିଲେ ଏଥିସହ ନିଃସ୍ୱାର୍ଥ ସମାଜସେବା କରିବାକୁ ନିଜ ବ୍ରତଭାବେ ଧରି ନେଇଥିଲେ ।
ମୃତ୍ୟୁଶର୍ଯ୍ୟା ନିକଟରେ ତାଙ୍କର ଜ୍ୟେଷ୍ଠପୁତ୍ର ଡ଼ଃ.ଆଶୁତୋଷ ମହାପାତ୍ର, କନିଷ୍ଠ ପୁତ୍ର ଶ୍ରୀ ଅମରେନ୍ଦ୍ର ମହାପାତ୍ର, ଦୁଇ ଝିଅ ଜ୍ୱାଇଁ, ତିନି ପୁତ୍ରବଧୂ ଓ ନାତିନାତୁଣୀ ସମସ୍ତେ ଉପସ୍ଥିତ ଥିଲେ । ଗତ ଫେବୃୟାରୀ ୬ତାରିଖରେ ତାଙ୍କର ମରଶରୀରକୁ ପୁରୀର ସ୍ୱର୍ଗଦ୍ୱାରଠାରେ ଅନ୍ତିମ ସଂସ୍କାର କରାଯାଇଛି । ତାଙ୍କ ର ମୃତ୍ୟୁରେ ଶୋକର ଛାୟା ଖେଳି ଯାଇଛି ।
No Result
View All Result