No Result
View All Result
ଓଡ଼ିଶା ତାଜା ନ୍ୟୁଜ (୭ ଫେବୃଆରୀ ରବିବାର ) ରାୟଗଡ :- ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ଡମ୍ବାଳ ଗ୍ରାମର ଦାନିଏଲ ଭୂୟାଁଙ୍କ ପୁଅ ସାମସନ ଭୂୟାଁ (୩୦) ଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଯାଇଅଛି l ଘଟଣାରୁ ପ୍ରକାଶ ଯେ ଡମ୍ବାଳ ଗ୍ରାମର ଜଣେ ବ୍ୟକ୍ତିଙ୍କ ବାହାଘର ଥିବା ହେତୁ ଉକ୍ତ ବାହାଘର ସକାଶେ କାର୍ଡ ବାଣ୍ଟିବା ସକାଶେ ସାମସନ ଗତକାଲି ଯାଇଥିଲେ କାର୍ଡ ବାଣ୍ଟିବା ପରେ ଗତକାଲି ସନ୍ଧ୍ୟାରେ ଗା କୁ ଫେରିଥିଲେ କିନ୍ତୁ ଘରକୁ ଫେରି ନ ଥିଲେ l ଗାଁରେ ଭଳିବଲ ଖେଳ ହେଉଥିବା ସ୍ଥାନକୁ ଯାଇ ଖେଳ ଦେଖୁଥୁଲେ ପରେ ସେ ଘରକୁ ନ ଫେରି କେଉଁଆଡ଼େ ଚାଲି ଯାଇଥିଲେ l ସାମସନ ବେଳେବେଳେ ମଦ ପିଇ ଘରକୁ ରାତିରେ ନଫେରି କେଉଁ ଆଡେ ରହୁଥିଲେ।ତାହା ଭାବି ଘର ଲୋକେ କିଛିଖୋଜା ଖୋଜି କରିନଥିଲେ ।
କିନ୍ତୁ ଆଜି ସମାସନ ଗାଁପାଖରେ ପଡ଼ିଥିବା ଦେଖି ଗାଁ ଲୋକେ ତାଙ୍କ ଘର ଲୋକଙ୍କୁ ଖବର ଦେଇଥିଲେ।ଘର ଲୋକ ଆସି ଦେଖିଲାବେଳକୁ ତାଙ୍କ ମୃତ୍ୟୁ ହୋଇଯାଇଥିଲା । ଏହି ଖବର ଶୁଣି ରାୟଗଡ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାକୁ ଅନୁଧ୍ୟାନ କରି ଶବକୁ ଜବତ କରି ଶବର ପଂଚନାମା କରି ବ୍ୟବଛେଦ ସକାଶେ ପାରଳାଖେମୁଣ୍ଡି ପଠାଇଛି । ରାୟଗଡ ଥାନା କେସ ନମ୍ବର ୦୧/୨୧ ରେ ଏକ ଆପମୃତ୍ୟୁ ମାମଲାରେ କେସ କରି ମୃତ୍ୟୁ କିଭଳି ହେଲା ତାଉପରେ ଅଧିକ ତଦନ୍ତ ଚାଲୁରଖୀ ଥିବା ଥାନା ଅଧିକାରୀ ଶ୍ରବଣ କୁମାର ମହାରଣା ପ୍ରକାଶ କରିଛନ୍ତି।ସବର ନାକ ଓ ପାଟିରୁ ରକ୍ତ ବାହାରୁଥିବା ହେତୁ ସାମସନ ଙ୍କ ମୃତ୍ୟୁକୁ ନେଇ ଲୋକଙ୍କ ମନରେ ସନ୍ଦେହ ଉପୁଜୁଛି।
No Result
View All Result