No Result
View All Result

ଓଡ଼ିଶା ତାଜା ନ୍ୟୁଜ (୭ ଫେବୃଆରୀ ରବିବାର ) କଟକ – ସିନେ ସାମ୍ବାଦିକ ତଥା ଓଡିଶା ଚଳଚ୍ଚିତ୍ର ସଂଘ ର ପ୍ରାଣ ପ୍ରତିଷ୍ଠାତା ଧରଣୀଧର ଦାସ ଙ୍କ ପରଲୋକ । କଟକ ଡଗରପଡା ସ୍ଥିତ ତାଙ୍କ ବାସଭବନରେ ୮୨ ବର୍ଷ ବୟସରେ ପରଲୋକ ଘଟିଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ହୋଇ ଘରେ ଚିକିତ୍ସିତ ହେଉଥିଲେ। ଧରଣୀଧର ଦାସ ୧୯୩୮ ମସିହାରେ କଟକରେ ଜନ୍ମଗ୍ରହଣ କରିଥିଲେ ।
କଟକ ଡଗରପଡା ସ୍ଥିତ ତାଙ୍କ ଘରେ ସେ ଜାତୀୟ ଦୂରଦର୍ଶନ ଓ ଚଳଚ୍ଚିତ୍ର ପ୍ରତିଷ୍ଠାନ ନାମରେ ଓଡ଼ିଶାର ପ୍ରଥମ ସିନେମା ପ୍ରଶିକ୍ଷଣ ସ୍କୁଲ ଖୋଲିଥିଲେ । ଆଜିର ବହୁ ସିନେ ଓ ଟେଲି କଳାକାର ତାଙ୍କ ସ୍କୁଲ ରୁ ହିଁ ଅଭିନୟ ଶିକ୍ଷା ଗ୍ରହଣ କରି ଆଜି ପ୍ରତିଷ୍ଠିତ ହୋଇପାରିଛନ୍ତି ।
ସେ ଚଳଚ୍ଚିତ୍ର ସାହିତ୍ୟ ପତ୍ରିକା ଜୀବନ ରଙ୍ଗ ଓ ସମ୍ଭ୍ରାନ୍ତ ସାହିତ୍ୟ ପତ୍ରିକା ର ସମ୍ପାଦକ ଥିବା ସହ ଏକା ଧାରାରେ ଜଣେ ଔପନ୍ୟାସିକ ଓ ଲେଖକ ଥିଲେ । କାଦମ୍ବିନୀ, ଚିତ୍ର ପୁରୀ ସମ୍ମାନ ଓ ଚଳଚ୍ଚିତ୍ର ପ୍ରତିଭା ସମ୍ମାନ ଆଦି ଅନେକ ପୁରସ୍କାର ରେ ସମ୍ମାନିତ ହୋଇଥିଲେ । ତାଙ୍କ ବିୟୋଗରେ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି । (କଟକରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ)
No Result
View All Result