No Result
View All Result

ଓଡ଼ିଶା ତାଜା ନ୍ୟୁଜ (୭ ଫେବୃଆରୀ ରବିବାର ) ରଣପୁର/ଭଞ୍ଜନଗର :- “ଗୁରୁଙ୍କୁ ନ ମଣିବ ନର, ଗୁରୁ ହିଁ ସାକ୍ଷାତ ଈଶ୍ୱର” ଏହି ଭାବ, ଭାବନା ଓ ଭାବମୂର୍ତ୍ତି ପୁରାଣ ଯୁଗର l “ଗୁରୁ ହିଁ ସାକ୍ଷାତ ପରଂବ୍ରହ୍ମ” ଅର୍ଥାତ ଗୁରୁ ହିଁ ଈଶ୍ୱର l ଜୀବନ ସଉଧର ମୂଳଭିତ୍ତି ଶିକ୍ଷାଳୟରେ ପଡିଥାଏ l ଚରିତ୍ର ଗଠନ ସେଠୁ ଵିଧିବଦ୍ଧ ଭାବରେ ହୁଏ l ଶିକ୍ଷାୟତନକୁ ସତ୍ୟ, ଶିବ ଓ ସୁନ୍ଦର କରିବାରେ ଶିକ୍ଷକ ହିଁ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ l ସେଥିପାଇଁ ଯୁଗେ ଯୁଗେ ଗୁରୁ ସମଗ୍ର ସମାଜର ନମସ୍ୟ ଅଟନ୍ତି l ଗୁରୁଙ୍କର ମାତ୍ର ପଦଟିଏ କଥା ଶିଷ୍ୟମାନଙ୍କ କୋଟି କୋଟି ପ୍ରାଣରେ କୋଟି କୋଟି ରୂପରେ ଉଦ୍ଭାସିତ ହୁଏ l

ଏହାକୁ ଆଧାର କରି ଗଞ୍ଜାମ ଜିଲ୍ଲା ଭଞ୍ଜନଗରର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଶିକ୍ଷକ ଶିକ୍ଷା ପ୍ରଶିକ୍ଷଣ ମହାବିଦ୍ୟାଳୟରେ ଛାତ୍ର ଓ ଗୁରୁମାନଙ୍କୁ ନେଇ ଏକ ମିଳନ କାର୍ଯ୍ୟ ବନ ବିହାର ପରିସରରେ ଅନୁଷ୍ଠିତ ହୋଇଥିଲା l ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ ସରୋଜିନୀ ବରାଇ ପ୍ରଥମେ ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ଏହି କାର୍ଯ୍ୟର ଶୁଭାରମ୍ଭ କରିଥିଲେ l ପ୍ରଶିକ୍ଷକ ଜୟେନ୍ଦ୍ରନାଥ ସ୍ୱାଇଁ, ସୁଦର୍ଶନ ଦାଶ, ସୁଶାନ୍ତ କୁମାର ପଣ୍ଡା, କରୁଣାକର ମଲ୍ଲିକ, ଅଶ୍ୱିନ କୁମାର ସାହୁ, ତ୍ରିନାଥ ବଳାଇମୁଣ୍ଡା, ପ୍ରଶିକ୍ଷିକା ବାଣୀ ବନ୍ଦନା ବିଶ୍ୱାଳ, ସୁହାନା ବେଗମ, ସରିତାରାଣୀ ମହାନ୍ତି ଯୋଗ ଦେଇ ଗୁରୁ-ଶିଷ୍ୟ ସମ୍ପର୍କରେ ବହୁ ଉପଦେଶ ଦେଇ ଗୁରୁ-ଶିଷ୍ୟ ସମ୍ପର୍କର ଗୁରୁତ୍ୱକୁ ବୁଝାଇ ଥିଲେ l ପ୍ରଶିକ୍ଷକ ଗଙ୍ଗାଧର ଦାଶ ଶାରୀରିକ ଅସୁସ୍ଥତା ଯୋଗୁଁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପାରି ନ ଥିଲେ l

ଶିଷ୍ୟମାନେ ଗୁରୁ ପରାୟଣ ହେବା ଉଚିତ ବୋଲି ଉପଦେଶ ଦେଇଥିଲେ l ବର୍ତ୍ତମାନ ଗୁରୁ-ଶିଷ୍ୟ ସମ୍ପର୍କ ନିବିଡ ନ ହୋଇ କଳୁଷିତ ହେବାରେ ଲାଗିଛି l ଏହି ଭାବନାକୁ କିପରି ପରିବର୍ତ୍ତନ କରି ସମ୍ପର୍କର ମହତ୍ୱକୁ କିପରି ସମସ୍ତେ ବୁଝି ପାରିବେ ସେଥିପାଇଁ ସମସ୍ତ ଛାତ୍ରଛାତ୍ରମାନଙ୍କୁ ପ୍ରଶିକ୍ଷକ ପ୍ରଶିକ୍ଷିକାମାନେ ଉପଦେଶ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ 2018, 2019 ଓ 2020 ବ୍ୟାଚର ମୋଟ 108 ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ l ଗୁରୁମାନଙ୍କୁ ଚନ୍ଦନ, ସିନ୍ଦୁର ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ଅନ୍-ଲାଇନ ମାଧ୍ୟମରେ କରାଯାଇଥିବା ୱାର୍କ ସମ୍ପର୍କରେ ଛାତ୍ରଛାତ୍ରୀମାନେ ଅଭିଜ୍ଞାତା ବର୍ଣନା କରିଥିଲେ l

ଏହି କାର୍ଯ୍ୟକ୍ରମରେ ଦେବାଶିଷ ସାହୁ, ମିଥୁନ ସ୍ୱାଇଁ, ବିଜୟା ଲକ୍ଷ୍ମୀ ନାୟକ, ସ୍ଵାଗତିକା ଦାଶ, ଅରୁଣ ନାୟକ, ସୁବ୍ରତ କୁମାର ପାଣିଗ୍ରାହୀ, ଲଳିତ କୁମାର ସ୍ୱାଇଁ, ଶିବ ପ୍ରସାଦ ପାଣି, ସୁଜାତା ଦାଶ, ସୁଶୀଲ କୁମାର ରଣା, ବିଭୁ ପ୍ରସାଦ ପଣ୍ଡା, ବିରୂପାକ୍ଷ ମହାପାତ୍ର, ପ୍ରହ୍ଲାଦ ସେଠିଙ୍କ ସହ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କାଟିଥିଲେ l ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ସମ୍ପୂର୍ଣ ସହଯୋଗ କରିଥିଲେ l ଶେଷରେ ଛାତ୍ରଛାତ୍ରୀମାନେ ସେମାନଙ୍କ ବିଦ୍ୟା ସେବା ପରାୟଣ ହେବା ଭଳି କାର୍ଯ୍ୟ କରିବେ ବୋଲି ଶପଥ ଗ୍ରହଣ କରିଥିଲେ l (ରଣପୁର ପ୍ରତିନିଧି ପ୍ରିୟମ୍ବଦା ମହାପାତ୍ରଙ୍କ ରିପୋର୍ଟ)
No Result
View All Result