• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପୋଚିଲିମା ସରକାରୀ ଆଇଟିଆଇରେ ଛାତ୍ରୀଙ୍କ ଲଙ୍କାକାଣ୍ଡ ; ଅଧ୍ୟାପକଙ୍କ ନିର୍ଯ୍ୟାତନା ପ୍ରତିବାଦରେ ଟାୟାର ଜାଳିଲେ ଓ ଗେଟରେ ତାଲା ଠୁଙ୍କିଲେ

Proprietor Abhimanyu Maharana by Proprietor Abhimanyu Maharana
February 7, 2021
in ଓଡ଼ିଶା, ଗଞ୍ଜାମ, ହୋମ୍
0
ପୋଚିଲିମା ସରକାରୀ ଆଇଟିଆଇରେ ଛାତ୍ରୀଙ୍କ ଲଙ୍କାକାଣ୍ଡ ; ଅଧ୍ୟାପକଙ୍କ ନିର୍ଯ୍ୟାତନା ପ୍ରତିବାଦରେ ଟାୟାର ଜାଳିଲେ ଓ ଗେଟରେ ତାଲା ଠୁଙ୍କିଲେ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୬ ଫେବୃଆରୀ ଶନିବାର )ହିଞ୍ଜିଳିକାଟୁ :- ଗୁରୁ ଶିଷ୍ୟର ପବିତ୍ର ସର୍ମ୍ପକରେ ଛିଟା ପଡ଼ିଛି । ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ କାର୍ଯ୍ୟରତ ଜୈନିକ ଇଲେକ୍ଟ୍ରିକାଲ ବିଭାଗର ଅଧ୍ୟାପକ, ଛାତ୍ରୀଙ୍କୁ ନିର୍ଯ୍ୟାତନା ଦେବା ମହଙ୍ଗା ପଡ଼ିଛି । ପ୍ରତିବାଦରେ ଛାତ୍ରୀ ମାନେ ସଂପୃକ୍ତ ଆଇଟିଆଇ ସମ୍ମୁଖରେ ଟାୟାର ଜାଳି ପ୍ରତିବାଦ ଜଣାଇବା ସହ ଗେଟ୍‌ରେ ତାଲା ଠୁଙ୍କି ଥିଲେ । ଏଭଳି ଏକ ଅଭାବନୀୟ ଘଟଣା ଶନିବାର ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ପୋଚିଲିମା ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ଦେଖିବାକୁ ମିଳିଛି । ପ୍ରକାଶ ଯେ , ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ପୋଚିଲିମା ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନର ଇଲେକ୍ଟ୍ରିକାଲ ବିଭାଗର ଅଧ୍ୟାପକ ଚନ୍ଦ୍ରକାନ୍ତ ଚାନ୍ଦୁଆ ବହୁ ସମୟରେ ଆଇଟିଆଇ ପରିସରରେ ଥିବା ଲେଡ଼ିଜ ହଷ୍ଟେଲକୁ ଯିବା ଆସିବା କରିବା ସହ ବହୁ ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ କରୁଥିବା ଅଭିଯୋଗ ହୋଇଛି । ଏପରିକି ଅଧ୍ୟାପକ ଜଣକ ପ୍ରାକ୍ଟିକାଲ ପରୀକ୍ଷାରେ କମ୍ ମାର୍କ ଦେବାର ବାହାନା କରି ବହୁ ସମୟରେ ବିଭିନ୍ନ ଛାତ୍ରୀଙ୍କୁ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ । ହଷ୍ଟେଲରେ ରହୁଥିବା ଛାତ୍ରୀ ମାନେ ଏକାଠି ହୋଇ ଶନିବାର ପ୍ରତିବାଦ ଜଣାଇଥିଲେ । ଆଇଟିଆଇ ସମ୍ମୁଖ ଗେଟ୍‌ରେ ତାଲା ପକାଇ ବନ୍ଦ କରିବା ସହ ଟାୟାର ଜାଳି ବିକ୍ଷୋଭ ପଦର୍ଶନ କରିଥିଲେ । ସଂପୃକ୍ତ ଅଧ୍ୟାପକଙ୍କୁ ଚାକିରିରୁ ବହିଷ୍କାର ଦାବି କରିଥିଲେ । ଖବର ପାଇ ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ଓ ପୁଲିସ ଫୋର୍ସ ଘଟଣା ସ୍ଥଳରେ ପଂହଚି ଉତ୍ୟକ୍ତ ଛାତ୍ରୀଙ୍କୁ ବୁଝାସୁଖା କରିବା ପରେ ବିକ୍ଷୋଭ ଥମିଥିଲା । ପରେ ନିର୍ଯ୍ୟାତନାର ଶୀକାର କିଛି ଛାତ୍ରୀ, ଥାନା ଆଇଆଇସି ଓ ଆଇଟିଆଇର ଅଧ୍ୟକ୍ଷଙ୍କ ଏକ ଆଲୋଚନା ସଭା କରାଯାଇଥିଲା ।

ସଂପୃକ୍ତ ଅଧ୍ୟାପକଙ୍କୁ ବହିଷ୍କାର କରାଯିବା ସହ ହଷ୍ଟେଲ ଛାତ୍ରୀଙ୍କୁ ଖାଇବା ଖର୍ଚ୍ଚ ବାବଦରେ ମିଳୁଥିବା ୧୫ଶହ ଟଙ୍କା ପରିବର୍ତେ ୧୩ଶହ ଟଙ୍କା ପ୍ରଦାନ କରାଯାଉଛି , ଏବାବଦରେ ଅବଶିଷ୍ଟ ବକେୟା ଟଙ୍କା ପ୍ରଦାନ କରାଯିବାକୁ ଛାତ୍ରୀ ମାନେ ଜିଦ୍ ଧରି ବସିଥିଲେ । ଘଟଣାର ତଦନ୍ତ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଆଇଆଇସି ଶ୍ରୀ ଦାସ ଓ ଆଇଟିଆଇ ଅଧ୍ୟକ୍ଷ ଅମୁଲ୍ୟ କୁମାର ପଣ୍ଡା ପ୍ରତିଶୃତି ଦେବା ପରେ ବିକ୍ଷୋଭ ହଟିଥିଲା । ପ୍ରକାଶ ଥାଉକି, ହଷ୍ଟେଲ ସୁପରିଟେଣ୍ଡଂଟ ଚିତ୍ରସେନ କଦମସିଂ ବହୁ ସମୟରେ ଅନୁପସ୍ଥିତ ରହୁଥିବା ବେଳେ ସଂପୃକ୍ତ ଇଲେକ୍ଟ୍ରିକାଲ ବିଭାଗର ଅଧ୍ୟାପକ ଚାନ୍ଦୁଆ ମହୋଦୟ ଛାତ୍ରୀ ହଷ୍ଟେଲ ପରିଚାଳନା ଦାୟିତ୍ୱ ନିର୍ବାହ କରୁଥିବା ବେଳେ ଏଭଳି ଅପ୍ରୀତିକର ଘଟଣା ଦେଖିବାକୁ ମିଳିଛି । ନିର୍ଯ୍ୟାତନା ଘଟଣା ନେଇ ଛାତ୍ରୀ ମାନେ ଆଇଟିଆଇ ଅଧ୍ୟକ୍ଷ ଶ୍ରୀ ପଣ୍ଡାଙ୍କୁ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ଅଧ୍ୟକ୍ଷ ଘଟଣା ପ୍ରତି କର୍ଣ୍ଣପାତ କରୁନଥିବା ଛାତ୍ରୀ ମାନେ ଅଭିଯୋଗ କରିଥିବା ବେଳେ ଅଧ୍ୟକ୍ଷ ପଣ୍ଡା ଏହାକୁ ଖଣ୍ଡନ କରିଛନ୍ତି । ଘଟଣାର ସ୍ଥାୟୀ ସମାଧାନ କରାନଗଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରାଯିବ ଏଥି ସକାଶେ କଲେଜ ଅଧ୍ୟକ୍ଷ ଓ ଲେଡ଼ିସ ହଷ୍ଟେଲ ସୁପରିଟେଣ୍ଡଂଟ ଦାୟୀ ରହିବେ ବୋଲି ଆଇଟିଆଇର ବହୁ ଶିକ୍ଷାର୍ଥୀ କହିଛନ୍ତି । ଆଳୁ ଆଳୁ କୋଳୁ ଖୋଳୁ ମହାଦେବ ମିଳିିବା ନ୍ୟାୟରେ ଶନିବାର ପୋଚିଲିମା ଆଇଟିଆଇର ବହୁ ଗୁମର ରହସ୍ୟର ପର୍ଦ୍ଦାଫାଶ ପଦାକୁ ଆସିଛି । ( ରିପୋର୍ଟ : ଶୁସାନ୍ତ ପ୍ରଧାନ )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ମୁଁ ହାରି ନାହିଁ : ତେଣୁ ରାଜ ଭବନ ଯିବି ନାହିଁ – ମୁଁ ଇସ୍ତଫା ଦେବି ନାହିଁ – ଦିଦି

ମୁଁ ହାରି ନାହିଁ : ତେଣୁ ରାଜ ଭବନ ଯିବି ନାହିଁ – ମୁଁ ଇସ୍ତଫା ଦେବି ନାହିଁ – ଦିଦି

May 5, 2026
ଏପ୍ରିଲ୍ ମାସରେ ୧୮ ଲକ୍ଷ ଲୋକଙ୍କୁ ୫ କି.ଗ୍ରା ଗ୍ୟାସ୍ ସିଲିଣ୍ଡର ଗଲା କୁଆଡ଼େ ..?  – ମହାସଂଘ

ଏପ୍ରିଲ୍ ମାସରେ ୧୮ ଲକ୍ଷ ଲୋକଙ୍କୁ ୫ କି.ଗ୍ରା ଗ୍ୟାସ୍ ସିଲିଣ୍ଡର ଗଲା କୁଆଡ଼େ ..? – ମହାସଂଘ

May 5, 2026
ଟ୍ରାଇଡେଂଟ ଗୃପ ପକ୍ଷରୁ ତକ୍ଷଶିଳା – ୨୦୨୬ ନିଯୁକ୍ତି କାର୍ଯ୍ୟକ୍ରମ

ଟ୍ରାଇଡେଂଟ ଗୃପ ପକ୍ଷରୁ ତକ୍ଷଶିଳା – ୨୦୨୬ ନିଯୁକ୍ତି କାର୍ଯ୍ୟକ୍ରମ

May 5, 2026
ସମସ୍ତେ ମିଳିମିଶି ଲୋକଙ୍କ ମୌଳିକ ସମସ୍ୟାର ସମାଧାନ କରି ଏକାମ୍ର ନିର୍ବାଚନ ମଣ୍ଡଳୀ ଓ ରାଜ୍ୟ କୁ ବିକଶିତ କରିବା ଅଭିମୁଖେ ଆଗେଇ ନେବାକୁ ଆମେ ସଂକଳ୍ପ ନେବା – ବାବୁ ସିଂ

ସମସ୍ତେ ମିଳିମିଶି ଲୋକଙ୍କ ମୌଳିକ ସମସ୍ୟାର ସମାଧାନ କରି ଏକାମ୍ର ନିର୍ବାଚନ ମଣ୍ଡଳୀ ଓ ରାଜ୍ୟ କୁ ବିକଶିତ କରିବା ଅଭିମୁଖେ ଆଗେଇ ନେବାକୁ ଆମେ ସଂକଳ୍ପ ନେବା – ବାବୁ ସିଂ

May 5, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ମୁଁ ହାରି ନାହିଁ : ତେଣୁ ରାଜ ଭବନ ଯିବି ନାହିଁ – ମୁଁ ଇସ୍ତଫା ଦେବି ନାହିଁ – ଦିଦି

ମୁଁ ହାରି ନାହିଁ : ତେଣୁ ରାଜ ଭବନ ଯିବି ନାହିଁ – ମୁଁ ଇସ୍ତଫା ଦେବି ନାହିଁ – ଦିଦି

May 5, 2026
ଏପ୍ରିଲ୍ ମାସରେ ୧୮ ଲକ୍ଷ ଲୋକଙ୍କୁ ୫ କି.ଗ୍ରା ଗ୍ୟାସ୍ ସିଲିଣ୍ଡର ଗଲା କୁଆଡ଼େ ..?  – ମହାସଂଘ

ଏପ୍ରିଲ୍ ମାସରେ ୧୮ ଲକ୍ଷ ଲୋକଙ୍କୁ ୫ କି.ଗ୍ରା ଗ୍ୟାସ୍ ସିଲିଣ୍ଡର ଗଲା କୁଆଡ଼େ ..? – ମହାସଂଘ

May 5, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version