No Result
View All Result
ଓଡ଼ିଶା ତାଜା ନ୍ୟୁଜ (୫ ଫେବୃଆରୀ ଶୁକ୍ରବାର )କୋରାଇ :- ୨୦୨୨ ମସିହା ସୁଦ୍ଧା ସମସ୍ତ ବାସହୀନ ଓ କଚାଘରକୁ ଥିବା ପକ୍କାଘର ପ୍ରଦାନ କରିବା ଲକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କୋଟା ବୃଦ୍ଧି କରିଛନ୍ତି । ହେଲେ କୋରାଇ ବ୍ଲକର ବିଭିନ୍ନ ପଂଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନୀୟମିତତା ଓ ଦୁର୍ନୀତି ହୋଇଥିବା ସହ ରାଜ୍ୟ ଶାସକଦଳ ପ୍ରତି ସରକାରୀ କର୍ମଚାରୀଙ୍କ ଉଦାରତା ପ୍ରତିବାଦରେ କୋରାଇ ବିଜେପି ପକ୍ଷରୁ ଆଜି (ଶୁକ୍ରବାର) ରାଜ୍ୟ ଯୁବମୋର୍ଚ୍ଚା ସଂପାଦକ ବିକ୍ରମ କେଶରୀ ବିଶ୍ୱାଳଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ କୋରାଇ ବିଡିଓ ଶ୍ୱେତା ସ୍ନିଗ୍ଧାଙ୍କୁ ଭେଟି ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଏଥି ସହିତ ଅନେକ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିଥିଲେ । ବିଜେପିର ଅଭିଯୋଗ ଅନୁଯାୟୀ ଅନେକ ପଂଚାୟତରେ ପ୍ରଧାନମନ୍ତ୍ରୀ ଆବସ ଯୋଜନାର ପ୍ରଦାନ ତାଲିକ ଉପରତଳ କରାଯିବା ସହ ଶାସକ ଦଳର କର୍ମୀଙ୍କୁ ଆବାସ ଯୋଜନାରେ ଅର୍ନ୍ତଭୁକ୍ତ କରାଯାଇଛି । ହେଲେ ଗରିବ ଦିନହିନ ଓ ଅଧିକାଂଶ ଯୋଗ୍ୟ ବ୍ୟକ୍ତିଙ୍କୁ ଏଥିରୁ ବାଦ ଦିଆଯାଇଛି । ପଂଚାୟତ ନିର୍ବାହୀ ଅଧିକାରୀ ଓ କନିଷ୍ଠ ଯବୀମାନେ ତଦନ୍ତ ସରଜମିନି ନକରି ଶାସକ ଦଳର ଚାପରେ ମୋଟ ଅଙ୍କର ପିସି ନେଇ ଅଯୋଗ୍ୟଙ୍କୁ ଆବାସ ଯୋଗାଇ ଦେଉଥିବା ବିଜେପି ଗୁରୁତର ଅଭିଯୋଗ ଆଣିଛି ।

ଏପରିକି ସୂଚନାଧିକାର କର୍ମୀ ଓ ଅନେକ ଅଭିଯୋଗକାରୀଙ୍କୁ ଏଥିରୁ ନିବୃତ ରହିବାକୁ ପ୍ରଶାସନ ଓ ଶାସକ ଦଳ ପକ୍ଷରୁ ଗୁଣ୍ଡାଙ୍କ ସହାୟତାରେ ଜୀବନରୁ ମାରି ଦେବାକୁ ଧମକଚମକ ଦେଖାଉଛନ୍ତି । ଏପରିକି ସୂଚନାଧିକର କର୍ମୀ ମନୋରଞ୍ଜନ ନାୟକଙ୍କୁ ମଧ୍ୟ ମାରିଦେବାକୁ ଶାସକ ଦଳର କର୍ମୀ ଧମକ ଦେଇଥିବା ଅଭିଯୋଗ ହୋଇଛି । ଅନ୍ୟପକ୍ଷରେ ସଦ୍ୟ ବ୍ଲକ ଯୁବବିଜେଡି ସଭାପତିଙ୍କ ସ୍ତ୍ରୀ ଅଙ୍ଗନବାଡି କର୍ମୀ ହୋଇଥିବା ସତ୍ୱେ ଦୁଇମହଲା କୋଠା, ଚାରିଚକିଆ ଯାନଥାଇ ମଧ୍ୟ ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କିପରି ସାମିଲ କରାଗଲା ବୋଲି ପ୍ରଶ୍ନ କରିଛି ବିଜେପି । ଏହିପରି ଭାବେ କୋରାଇର ଅଧିକାଂଶ ପଂଚାୟତରେ ସରକାରୀ ବାବୁ ଓ ଶାସକ ଦଳର କର୍ମୀ ଦ୍ୱାରା ଏପରି ଦୁର୍ନୀତି ହେଉଛି । ତେଣୁ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଆଜି ବିଡିଓଙ୍କ ନିକଟରେ ଦାବି କରୁଛି କୋରାଇ ବିଜେପି ପ୍ରତିନିଧି ମଣ୍ଡଳୀ । ଯଦି ଏହା ତୁରନ୍ତ ତଦନ୍ତ କରାନଯାଏ । ତେବେ ଆଗମୀ ଦିନରେ ବିଜେପି ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚରମ ଚେତାବନୀ ଦେଇଛି ବିଜେପି । ଆଜିର ଏହି ପ୍ରତିନିଧି ମଣ୍ଡଳୀରେ ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ପ୍ରକାଶ ଧଳ, ଜିଲ୍ଲା ଉପସଭାପତି ପ୍ରମୋଦ ନାୟକ, ମଣ୍ଡଳସଭାପତି ରବୀନ୍ଦ୍ର ବେହେରା, ପ୍ରମୋଦକୁମାର ସାହୁ, ନୀଳମାଧବ ଚକ୍ର, ସରପଂଚ ଦୀପ୍ତିମୟୀ କୁଅଁର, ସମିତିସଭ୍ୟା ଜୟନ୍ତୀ ସାହୁ, କ୍ଷୀରୋଦ ଦାସ, ବିଜୟ ଘଡାଇ, ମନ୍ମୋଥ ଜେନା, ଶଶିଭୁଷଣ ସେନାପତି, ରାକେଶ ଜେନା, ମାନସ ଦାସ, ସତ୍ୟବ୍ରତ ଦାସ, ଲଲାଟେନ୍ଦୁ ନାୟକ, ସୁବାସ ନାଥ, ଦିଗମ୍ବର ନାୟକ, ସୁରେନ୍ଦ୍ର କୁଅଁର, ସୁଜିତ ସ୍ୱାଇଁ, ଗୋପାଳ ସାହୁ, ଯତିନ ଦାସ, ଚକ୍ରଧର ସାହୁ, ଅରୂୁଣ ଦାସ, ମନୋଜ ଦାସ, ସୁବାସ ମଲ୍ଲିକ, ତୋଫାନ ରାଉତ, ପ୍ରତୀକ ରାଉତ ପ୍ରମୁଖ ବହୁକର୍ମୀ ସାମିଲ ହୋଇଥିଲେ । ( ରିପୋର୍ଟ – ରଶ୍ମିରେଖା ମଲ୍ଲିକ )
No Result
View All Result