• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଟ୍ରାଫିକ ନିୟମକୁ ମାନୁନାହାନ୍ତି ଯୁବ ସମାଜ ଟ୍ରାଫିକ ପୋଷ୍ଟ ନିର୍ମାଣ ସହ ଟ୍ରାଫିକ ପୁଲିସ ମୃତୟନ ସକାଶେ ଦାବି

Proprietor Abhimanyu Maharana by Proprietor Abhimanyu Maharana
February 5, 2021
in ଓଡ଼ିଶା, ଗଞ୍ଜାମ, ହୋମ୍
0
ଟ୍ରାଫିକ ନିୟମକୁ ମାନୁନାହାନ୍ତି ଯୁବ ସମାଜ ଟ୍ରାଫିକ ପୋଷ୍ଟ ନିର୍ମାଣ ସହ ଟ୍ରାଫିକ ପୁଲିସ ମୃତୟନ ସକାଶେ ଦାବି
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୫ ଫେବୃଆରୀ ଶୁକ୍ରବାର )ହିଞ୍ଜିଳିକାଟୁ :- ହିଞ୍ଜିଳିକାଟୁ ସହର ଗଂଜାମ ଜିଲ୍ଲାର ୨ୟ ବୃହତମ ସହର ଭାବେ ମାନ୍ୟତା ପାଇବା ସହ ସେପ୍ଟମ୍ବର ୨୦୧୮ରେ ସ୍ଥାନୀୟ ସହରକୁ ପୌରପରିଷଦର ମାନ୍ୟତା ମିଳିଥିଲା । ଗଂଜାମ ଜିଲ୍ଲାର ୨ୟ ବୃହତମ ସହର ଭାବେ ପରିଗଣିତ ହୋଇଥିବା ହିଞ୍ଜିଳିକାଟୁ ସହରରେ ଏଯାବତ୍ ଟ୍ରାଫିକ ପୁଲିସ ମୃତୟନ କରାଯାଇନଥିବା ଯୋଗୁଁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ହିଞ୍ଜିଳିକାଟୁ ସହରରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ଗୁରୁତର ହେଉଥିବା ବେଳେ ପ୍ରତିଦିନ କିଛି ନା କିଛି ଛୋଟ ବଡ଼ ଦୂର୍ଘଟଣା ମାନ ଘଟୁଥିବାର ନଜିର ରହିଛି । ଅନ୍ୟପଟେ ବିଶେଷ କରି ଯୁବପିଢି ଟ୍ରାଫିକ ନିୟମ ଉଲଙ୍ଘନ କରୁଥିବାରୁ ସମସ୍ୟାକୁ ଦ୍ୱିଗୁଣିତ କରିଛି ।

ବିଶେଷ କରି ସହରରେ ବସବାସ କରୁଥିବା କଲେଜ ପାଠୁଆ ପିଲା, ଯୁବକ, ନାବାଳକ ଛାତ୍ର ଛାତ୍ରୀ ଖୋଲାଖୋଲି ଟ୍ରାଫିକ ନିୟମ ଉଲଂଘନ କରୁଥିବା ଅଭିଯୋଗ ହେଉଛି । ବେସରକାରୀ ଭାବେ ଏକ ସର୍ଭେରୁ ଜଣାପଡ଼ିଛି ଯେ, ହିଞ୍ଜିଳିକାଟୁ ଅଂଚଳରେ ଚଳାଚୁଳ କରୁଥିବା ଦୁଇ ଚକିଆ ମୋଟର ସାଇକେଲ ମଧ୍ୟରୁ ପ୍ରାୟ ୨୦ ରୁ ୨୫ ପ୍ରତିଶତ ମୋଟେର ସାଇକେଲ ନାବାଳକ ଛାତ୍ରଛାତ୍ରୀ ଓ କଲେଜ ପଢୁଆ ଶିକ୍ଷାର୍ଥୀ ମାନେ ଚଲାଇଥିବାର ଦେଖିବାକୁ ମିଳୁଛି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଟ୍ରାଫିକ ନିୟମ ଶତପ୍ରତିଶତ ଉଲଙ୍ଘନ କରୁଥିବା ଅଭିଯୋଗ ହେଉଛି । ବର୍ତମାନ ଯୁବପିଡି ଏନଫିଲ୍ଡ ବୁଲେଟ ଚାଳନା କରିବା ପାଇଁ ଅଧିକ ପସନ୍ଦ କରୁଥିବା ବେଳେ ବଜାରରେ ମଧ୍ୟ ଅଧିକାଂଶ ଯୁବପିଢି ବୁଲେଟ ମୋଟର ସାଇକେଲ ବ୍ୟବହାର କରୁଥିବାର ଦେଖିବାକୁ ମିଳୁଛି । ଅଧିକାଂଶ ଯୁବପିଢି ଚାଳନା କରୁଥିବା ବୁଲେଟ ମୋଟର ସାଇକେଲର ସାଇଲେନ୍ସରକୁ ବଦଳାଇ ଅଧିକ ବିକଟାଳ ଶବ୍ଦ ହେଉଥିବା ସାଇଲେନ୍ସର ବ୍ୟବହାର କରୁଥିବା ଯୋଗୁଁ ସହରରେ ଶବ୍ଦ ପ୍ରଦ୍ୟୁଷଣ ବଢିବାରେ ଲାଗିଛି ।

ପ୍ରକାଶ ଥାଉକି, ଗତ ୨୦୦୭ ମସିହାରେ ହିଞ୍ଜିଳିକାଟୁ ସହରରେ ଟ୍ରାଫିକ ନିୟନ୍ତ୍ରଣ ସକାଶେ ୨ ଜଣ ଟ୍ରାଫିକ କନେଷ୍ଟବଳଙ୍କୁ ନିଯୁକ୍ତି ଦିଆଯାଇଥିଲା । ୨୦୧୦ ମସିହାରେ ସ୍ଥାନୀୟ ସହରରେ କାର୍ଯ୍ୟରତ ୨ଜଣ କନେଷ୍ଟବଳ ମଧ୍ୟରୁ ଜଣେ ପଦୋନ୍ନତି ପାଇ ଅନ୍ୟତ୍ର ସ୍ଥାନାନ୍ତରିତ ହୋଇଯାଇଥିବା ବେଳେ ଗତ ୨୦୧୨ ମସିହାରେ ଅନ୍ୟ ଜଣଙ୍କୁ ପ୍ରତ୍ୟାହାର କରାଯାଇଥିଲା । ସହରରେ ଦିନକୁ ଦିନ ଗୁରୁତର ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିବା ବେଳେ ଦୀର୍ଘ ୯ ବର୍ଷ ଧରି ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ପ୍ରାଣକେନ୍ଦ୍ର ହିଞ୍ଜିଳିକାଟୁ ପୌରାଂଚଳରେ ଏଯାବତ୍ କୌଣସି ଟ୍ରାଫିକ ପୋଲିସଙ୍କୁ ନିଯୁକ୍ତି କରାଯାଉନାହିଁ । ଦିନକୁ ଦିନ ସ୍ଥାନୀୟ ସହରାଂଚଳରେ ଗାଡ଼ି ମୋଟର ସଂଖ୍ୟା ହୁ ହୁ ବଢି ଚାଲିଥିବା ବେଳେ ଟ୍ରାଫିକ ବ୍ୟବସ୍ଥା ନଥିବା ଯୋଗୂୁଁ ସ୍ଥାନୀୟ ଅଂଚଳର ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ହିଞ୍ଜିଳିକାଟୁ ପୌରାଂଚଳରେ ତୁରନ୍ତ ଟ୍ରାଫିକ ପୋଷ୍ଟ ନିର୍ମାଣ କରିବା ସହ ଟ୍ରାଫିକ ପୋଲିସ ନିଯୁକ୍ତି କରିବା ପାଇଁ ଅଂଚଳର ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି । (ରିପୋର୍ଟ – ଶୁସାନ୍ତ ପ୍ରଧାନ )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

CSIR-IMMT strengthens industry partnerships with Engineers India Limited and LOHUM to accelerate indigenous critical minerals technologies

ସ୍ୱଦେଶୀ ଗୁରୁତ୍ୱପୂର୍ଣ୍ଣ ଖଣିଜ ପ୍ରଯୁକ୍ତିର ବିକାଶକୁ ତ୍ୱରାନ୍ୱିତ କରିବା ଳକ୍ଷ ନେଇ ସିଏସ୍‌ଆଇଆର୍‌-ଆଇଏମ୍‌ଏମ୍‌ଟି ଇଞ୍ଜିନିୟର୍ସ ଇଣ୍ଡିଆ ଲିମିଟେଡ୍ ଏବଂ ଲୋହମ୍‌ ମଧ୍ୟରେ ଶିଳ୍ପ ସହଭାଗିତା

July 27, 2026

ଲବଣଗିରି ପାହାଡ଼ରେ ଶ୍ରୀ ଜଗନ୍ନାଥ ମନ୍ଦିରରେ ବାହୁଡ଼ାଯାତ୍ରା ଅନୁଷ୍ଠିତ ହୋଇଯାଇଛି

ମହାପ୍ରଭୁଙ୍କ ଅଧରଚୁମ୍ବୀ ତୁମ୍ବାକୃତି ମାଟିହାଣ୍ଡିରେ ଅର୍ପଣ ହେଲା ଅଧରପଣା

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

CSIR-IMMT strengthens industry partnerships with Engineers India Limited and LOHUM to accelerate indigenous critical minerals technologies

ସ୍ୱଦେଶୀ ଗୁରୁତ୍ୱପୂର୍ଣ୍ଣ ଖଣିଜ ପ୍ରଯୁକ୍ତିର ବିକାଶକୁ ତ୍ୱରାନ୍ୱିତ କରିବା ଳକ୍ଷ ନେଇ ସିଏସ୍‌ଆଇଆର୍‌-ଆଇଏମ୍‌ଏମ୍‌ଟି ଇଞ୍ଜିନିୟର୍ସ ଇଣ୍ଡିଆ ଲିମିଟେଡ୍ ଏବଂ ଲୋହମ୍‌ ମଧ୍ୟରେ ଶିଳ୍ପ ସହଭାଗିତା

July 27, 2026
CSIR-IMMT strengthens industry partnerships with Engineers India Limited and LOHUM to accelerate indigenous critical minerals technologies

CSIR-IMMT strengthens industry partnerships with Engineers India Limited and LOHUM to accelerate indigenous critical minerals technologies

July 27, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version