No Result
View All Result
ଓଡ଼ିଶା ତାଜା ନ୍ୟୁଜ (୪ ଫେବୃଆରୀ ଗୁରୁବାର ) ଯାଜପୁର :- ବିବାହକୁ ୨ ମାସ ନପୁରୁଣୁ ବେକରେ ରଶି ଲଗାଇ ଝୁଲି ପଡିଲେ ଯୁବକ। ପେଶାରେ ସେ ଜଣେ ସପ୍ଟଓ୍ବେର ଇଞ୍ଜିନିୟର । ବିଳମ୍ବିତ ରାତିରେ ପରିବାର ଲୋକେ ଶୋଇଥିବା ବେଳେ ଇଞ୍ଜିନିୟର ଯୁବକ ଏଭଳି ଚରମ ନିଷ୍ପତ୍ତି ନେଇଥିଲେ। ସେ କାହିଁକି ଆତ୍ମହତ୍ୟା କଲା, ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ। ଘରର ଭେଣ୍ଡିଆ ପୁଅକୁ ହରାଇ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି। ଜଣେ ସରଳ ଓ ଶାନ୍ତ ସ୍ବଭାବର ଯୁବକ କାହିଁକି ଆତ୍ମହତ୍ୟା କଲେ, ତାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

ସୂଚନାଯୋଗ୍ୟ ଯେ, ମୃତକ ହେଲେ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକର ମଙ୍ଗଳପୁର ଗାଁର ପ୍ରଶାନ୍ତ ରାୟଙ୍କ ପୁଅ ଜିତେନ ରାୟ। ତାଙ୍କ ବୟସ ମାତ୍ର ୩୨ ବର୍ଷ। ମିଳିଥିବା ସୂଚନା ମୁତାବକ, ଗତ ୨ ତାରିଖ ରାତି ୧୨ଟା ପରେ ବି ଜିତେନ ଘରକୁ ଫେରି ନଥିଲେ। ଏ ନେଇ ପରିବାର ଲୋକେ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ ।
ଶେଷରେ ଘର ନିକଟରେ ଥିବା ଏକ ପୁରୁଣା ଘରେ ସେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଦେଖିଥିଲେ । ପ୍ରଥମେ ତାଙ୍କୁ ନିକଟସ୍ଥ ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଅକୁ ହରାଇ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି । ଗତ ବର୍ଷ ଡିସେମ୍ବର ୯ ତାରିଖରେ ଜିତେନ ବିବାହ କରିଥିଲେ । ତେବେ ଜିତେନ ଜଣେ ଶିକ୍ଷିତ ଯୁବକ, ହେଲେ ସେ ଏଭଳି ଚରମ ନିଷ୍ପତ୍ତି କାହିଁକି ନେଲେ, ତାହା ବର୍ତ୍ତମାନ ସୁଦ୍ଧା ସନ୍ଦେହ ଘେରରେ ରହିଛି । (ଦୀପ୍ତିମାନ ପତି, ଯାଜପୁର )
No Result
View All Result