No Result
View All Result
ଓଡ଼ିଶା ତାଜା ନ୍ୟୁଜ (୪ ଫେବୃଆରୀ ଗୁରୁବାର ) ଜଟଣୀ :- ଭୁବନେଶ୍ୱର ରେଲୱେ ଷ୍ଟେସନରେ ସ୍ଥାପିତ ହେଲା ଡିସ୍ପୋଜେବଲ୍ ଶୟନ ସରଞ୍ଜାମ ଏବଂ କୋଭିଡ୍ -19 ସାମଗ୍ରୀ ବିକ୍ରୟ ପାଇଁ କିଓସ୍କ | ଭୁବନେଶ୍ୱର ରେଳ ଷ୍ଟେସନ ହେଉଛି ପୂର୍ବ ତଟ ରେଳପଥର ପ୍ରଥମ ଷ୍ଟେସନ ଯେଉଁ ଠାରେ ଏହି କିଓସ୍କ ସ୍ଥାପିତ ହୋଇଛି । ନୂତନ ଅଭିନବ ଅଣ-ଭଡା ରାଜସ୍ୱ ଯୋଜନା (NINFRIS) ଅଧୀନରେ ଗ୍ରହଣ କରାଯାଇଥିବା ଏକ ପଦକ୍ଷେପ | ମହାମାରୀ କୋଭିଡ-19 ସମୟରେ ଯାତ୍ରୀମାନଙ୍କୁ ଏକ ଆରାମଦାୟକ ଏବଂ ନିରାପଦ ଯାତ୍ରା ଯୋଗାଇବା ଏହାର ଲକ୍ଷ୍ୟ | କୋଭିଡ-19 ର ପ୍ରସାରକୁ ରୋକିବା ପାଇଁ ରେଳବାଇ ଟ୍ରେନରେ ଏସି କୋଚ୍ ରେ ଯାଉଥିବା ଯାତ୍ରୀଙ୍କୁ ବେଡସିଟ୍, ତକିଆ ଏବଂ କମ୍ବଳ ଯୋଗାଇବା ସେବାକୁ ପ୍ରତ୍ୟାହାର କରିନେଇଛି | ତେଣୁ ଏହି ପ୍ରସଙ୍ଗରେ, ଯାତ୍ରୀମାନଙ୍କ ସୁବିଧା ପାଇଁ, ଭୁବନେଶ୍ୱର ରେଳ ଷ୍ଟେସନରେ ଡିସପୋଜେବଲ୍ ଚାଦର, ତକିଆ, ଅନ୍ୟ ଆରାମପ୍ରଦାୟକ ବସ୍ତୁ ଏବଂ ଅନ୍ୟାନ୍ୟ କୋଭିଡ-19 ସମ୍ବନ୍ଧୀୟ ସାମଗ୍ରୀ ବିକ୍ରୟ ପାଇଁ ଗୋଟିଏ କିଓସ୍କ ସ୍ଥାପନ କରାଯାଇଛି | ଭୁବନେଶ୍ୱର ରେଳ ଷ୍ଟେସନ ହେଉଛି ପୂର୍ବ ତଟ ରେଳପଥର ପ୍ରଥମ ଷ୍ଟେସନ ଯେଉଁ ଠାରେ ଏହି କିଓସ୍କ ସ୍ଥାପିତ ହୋଇଛି |
ଏହି କିଓସ୍କର ସେବା ଭୁବନେଶ୍ୱର ରେଳ ଷ୍ଟେସନର ପ୍ଲାଟଫର୍ମ ନଂ 1 ରେ ମେସର୍ଷ ଅଗ୍ରୱାଲ ଟ୍ରେଡିଂ କର୍ପୋରେସନ୍ ଦ୍ୱାରା ପ୍ରଦାନ କରାଯାଇଛି | ଯାତ୍ରୀମାନେ ନିତ୍ମ ରେ ଉଦ୍ଦିଷ୍ଟ ସ୍ଵଳ୍ପ ମୂଲ୍ୟ ରେ କମ୍ବଳ, ବେଡସିଟ୍, ତକିଆ ଇତ୍ୟାଦି କିଣିବାର ଏହି ସୁବିଧା ପାଇପାରିବେ |
କମ୍ବଳ 150 / –
ଡିସ୍ପୋଜେବଲ ବେଡସିଟ୍ ଗୋଟିଏ 50 / –
ଡିସପୋଜେବଲ୍ ଡବଲ୍ ବେଡସିଟ୍ 100 / –
ଏୟାର ପିଲୋ 100 / –
ଉପରୋକ୍ତ ସାମଗ୍ରୀ ବ୍ୟତୀତ ଫେସ୍ ସିଲ଼ଡ, ଗ୍ଲୋଭସ୍, ମାସ୍କ, ସାନିଟାଇଜର ଇତ୍ୟାଦି କୋଭିଡ ସାମଗ୍ରୀ ଗୁଡିକ ମଧ୍ୟ କିଓସ୍କରେ ନାମମାତ୍ର ମୂଲ୍ୟରେ ଉପଲବ୍ଧ ହେଉଛି | ଆଗାମୀ ଦିନରେ ପୁରୀ ଏବଂ ଖୋର୍ଦ୍ଧା ରୋଡ଼ ରେଳ ଷ୍ଟେସନରେ ଏହି ପ୍ରକାର କିଓସ୍କ ସେବା ଯୋଗାଇ ଦିଆଯିବ | ଯାତ୍ରୀ ଙ୍କ ସୁବିଧା ପାଇଁ ତଥା ମହାମାରୀ କୋଭିଡ-19 ସମୟରେ ଯାତ୍ରୀମାନଙ୍କୁ ଆରାମଦାୟକ ତଥା ନିରାପଦ ଯାତ୍ରା ଯୋଗାଇବା ପାଇଁ ଖୋର୍ଦ୍ଧା ରୋଡ଼ ମଣ୍ଡଳ ପ୍ରତ୍ୟେକ ନୂତନ ଉପାୟ ଏବଂ ଯୋଜନା ଗ୍ରହଣ କରୁଛି | ( ଜଟଣୀ ରୁ ଇଫତେଖାର ଅଲ୍ଲୀ )
No Result
View All Result