No Result
View All Result
ଓଡିଶା ତାଜା ନ୍ୟୁଜ (୩ ଫେବୃଆରୀ ବୁଧବାର ) ରଣପୁର :- ରଣପୁର ବ୍ଲକ ପଟିଆ ପଞ୍ଚାୟତ ଗିରିଣ୍ଡା ଗ୍ରାମରେ ଏକତା ପରିଷଦ ତରଫରୁ ଏକ ପଞ୍ଚ ଦିବାସୀୟ ଶ୍ରମଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିର ରେ ଗାଁ ର ୫୦ ଜଣ ମିହିଳା ଓ ପୁରୁଷ ଶ୍ରମଦାନ କରି ଗାଁ ପୋଖରୀ ର ପୁଃନଉଦ୍ଦାର କରିଛନ୍ତି । ଶ୍ରମଦାନ ବଳରେ ଶ୍ରମଜୀବି ମାନେ ନିତ୍ୟ ବ୍ୟବହାର୍ଯ୍ୟ ରାସନ ସାମଗ୍ରି ଗ୍ରହଣ କରିଥିଲେ । ଏକାତା ପରିଷଦ ରାଜ୍ୟ ସଂଯୋଗକ ଶ୍ରୀଯୁକ୍ତ ବିଜୟ କୁମାର ପ୍ରଧାନ ବ୍ଲକ ର ଆହୁରି ୩ ଟି ଗ୍ରାମରେ ଏହିଭଳି ଶ୍ରମଦାନ ଶିବିର କରାଯିବ ବୋଲି ମନ୍ତବ୍ୟ କରିଛନ୍ତି । ଶ୍ରମଜିବି କୁ ସାମଗ୍ରୀ ବଟଂନ ବେଳେ ପୂର୍ବତନ ସମିତି ସଭ୍ୟ ଶ୍ରମତୀ ବିନି ଜେନା ,
ଗାଁ ସଭାପତି ଦୁଠଖିଶ୍ୟାମ ଜେନା ,ସାମାଜୀକ କର୍ମୀ ଦେବରାଜ ପ୍ରଧାନ , ମା ବନଦୁର୍ଗା ଜଙ୍ଗଲ କମିଟିର ସଭାପତି ଶ୍ରୀଯୁକ୍ତ ହରି ପ୍ରଧାନ ଙ୍କ ସନେତ ପ୍ରୟୋଗ ସମାଜସେବୀ ସନ୍ଥା , ଜର୍ମାନ କପୋରେସନ ଏବଂ ୱାର୍ଲେଟ ହଙ୍ଗରହିଲ ପ୍ରମୁଖ ସଂସ୍ଥାର କର୍ମକର୍ତା ମାନେ ଉପସ୍ଥିତ ଥିଲେ । କରୋନା ସମୟରେ ଭାଙ୍ଗି ପଡିଥିବା ବ୍ୟକ୍ତି ଙ୍କକୁ ସହାୟତା କରୁଥିବା ଗ୍ରାମବାସୀ ସଂସ୍ଥା କାର୍ଯ୍ୟ କର୍ତାଙ୍କୁ ସାଧୁାବଦ ଜ୍ଞାପନ କରିଥିଲେ । କାକର୍ଯ୍ୟକ୍ରମ ପରିଚାଳନାରେ ସଂଯୋଜକ ପ୍ରଦୀପ କୁମାର ମାଝି ଗାଁ ସମ୍ପାଦକ ଉପେନ୍ଦ୍ର କୁମାର ପ୍ରଧାନ ,ସମାଜସେବୀ ରାଜେନ୍ଦ୍ର ମାଝି ପ୍ରମୁଖ ସହାୟତା କରିଥିଲେ । ଅତିଥି ମାନେ ଶ୍ରମଦାନ ଶିବିର ରେ ଶ୍ରମକୁ ପ୍ରସ୍ତୁତ ଶୁଖିଲା ଖାଦ୍ୟ ସାମଗ୍ରୀ ବଟଂନ କରିଥିଲେ ।
No Result
View All Result