No Result
View All Result
ଓଡିଶା ତାଜା ନ୍ୟୁଜ (୩ ଫେବୃଆରୀ ବୁଧବାର ) କୋରାଇ :- କୋରାଇ ବ୍ଲକର ବରିଷ୍ଠ କିରାଣି ସୁନିଲ କୁମାର ରାଉତଙ୍କ ପୁଅ ସୌମ୍ୟରଞ୍ଜନ ସାମଲ(ରାଉତ) ଅନ୍ଲାଇନ୍ ମାଧ୍ୟମରେ ନେସଲେ ମଂଚ ଚକୋଲେଟ କମ୍ପାନୀ ପକ୍ଷରୁ ଜାତୀୟ ସ୍ତରୀୟ ‘ଟ୍ୟାଲେଂଟ ଷ୍ଟାର-୨୦୨୦’ ଅନୁଷ୍ଠିତ ପ୍ରତିଯୋଗିତାରେ ଭାଗ ନେଇଥିଲା । ଏଥିନିମନ୍ତେ ସୌମ୍ୟରଞ୍ଜନ ‘ସାଡୋ ପପେଟ ଆକ୍ଟ’ ମାଧ୍ୟମରେ ‘ମେରା ଭାରତ ମହାନ’ ଶୀର୍ଷକ ୩ମିନିଟ ୧୩ସେକେଣ୍ଡର ଏକ ଭିଡିଓ ପ୍ରସ୍ତୁତକରି ପ୍ରଦର୍ଶିତ କରିଥିଲେ ।

ଯାହାକୁକି ଜାତୀୟ ସ୍ତରର ବରିଷ୍ଠ ଓ ଅଭିଜ୍ଞ ବିଚାରକ ମଣ୍ଡଳୀଙ୍କ ଦ୍ୱାରା ମନୋନୀତ ହୋଇ ୨ୟ ସ୍ଥାନ ମିଳିବା ସହ କମ୍ପାନୀ ପକ୍ଷରୁ ୧ଲକ୍ଷଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି । ଏଥିସହିତ ମଧ୍ୟ ଓଡିଶା ସରକାରଙ୍କ ଅଧୀନସ୍ଥ ନନ୍ଦନକାନ ପ୍ରାଣୀ ଉଦ୍ୟାନ ପକ୍ଷରୁ ବିଶ୍ୱ ହାତୀ ଦିବସ ଓ ବିଶ୍ୱ ଶାଗୁଣା ଦିବସ ଉପଲକ୍ଷେ ଅନଲାଇନରେ ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେଇ ପ୍ରଥମ ଓ ଦ୍ୱିତୀୟ ସ୍ଥାନଅଧିକାର କରି ଅଂଚଳପାଇଁ ଗୌରବ ଆଣିଛନ୍ତି । ନନ୍ଦନକାନନ ଜୁଲୋଜି ପାର୍କ ପକ୍ଷରୁ ସୌମ୍ୟରଞ୍ଜନଙ୍କୁ ପ୍ରଥମ ଓ ଦ୍ୱିତୀୟ ହୋଇଥିବା ଯୋଗୁ ପୁରସ୍କାର ସ୍ୱରୂପ ଟ୍ରଫି

ସହିତ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି । ସୌମ୍ୟରଞ୍ଜନ ପ୍ରାରମ୍ଭରୁ ଯାଜପୁରରୋଡ ବୀଣାପାଣୀ ସଂଗୀତ ନିକେତନର ଚିତ୍ରଶିଳ୍ପୀ ଗୁରୁମା ନିବେଦିତା ମହାପାତ୍ରଙ୍କ ଠାରୁ ଶିକ୍ଷାଲାଭ କରିଥିଲେ ବେଳେ ଏବେ ଭୁବନେଶ୍ୱର ସ୍ଥିତ ବିଭୁତି କାନୁନଗୋ ଚାରୁ ଓ କଳା ଡିଗ୍ରୀ ମହାବିଦ୍ୟାଳୟର ୨ୟ ବର୍ଷର ଛାତ୍ରଭାବେ ଅଧ୍ୟୟନ କରୁଛନ୍ତି । ପ୍ରତିଭାଦୀପ୍ତ ସୌମ୍ୟରଞ୍ଜନର ଏହି କୃତି ପାଇଁ ବିଭିନ୍ନ ଅନୁଷ୍ଠାନ, ବୁଦ୍ଧିଜୀବୀ, ସାହିତ୍ୟିକ, କଳାପ୍ରେମୀ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ଶୁଭେଚ୍ଛା ପୂର୍ବକ ଅଭିନନ୍ଦନ ଜଣାଇବା ସହ ତା’ର ଉତରୋତର ଉନ୍ନତି କାମନା କରିଛନ୍ତି । ( ରିପୋର୍ଟ – ରଶ୍ମିରେଖା ମଲ୍ଲିକ )
No Result
View All Result