No Result
View All Result
ଓଡିଶା ତାଜା ନ୍ୟୁଜ (୩ ଫେବୃଆରୀ ବୁଧବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା କାଶୀନଗର ବ୍ଲକର ସଦର ମହକୁମା କାଶୀନଗର ଠାରେ ଥିବା କ୍ଷୁଦ୍ର ଜଳ ସେଚନ ବିଭାଗର କାର୍ଯ୍ୟଳୟ ରହିଛି । କିନ୍ତୁ କୌଣସି ସମୟରେ କାର୍ଯ୍ୟଳୟକୁ ଗଲେ କୌଣସି ଅଧିକାରୀଙ୍କ ଦେଖାମିଳୁନାହିଁ ବୋଲି କାଶୀନଗର ରଇତ ସଂଘ ଓ କୃଷକ ସଂଘର ପ୍ରଶାନ୍ତମିଶ୍ରଅଭିଯୋଗ କରିଛନ୍ତି ସେମାନେ କହିଛନ୍ତି ଯେ , ସବୁଦିନ ଅନୁଜ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କ ଚୌକି ଖାଲି ପଡିଥାଉଛି , ଉପସ୍ଥିତ ଥିବା ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ପଚାରିଲେ ଉତ୍ତର ମିଳୁଛି ବାବୁମାନେ ଫିଲ୍ଡ ୱାର୍କରେ ବାହାରକୁ ଯାଇଛନ୍ତି ଯଦି ବିଭାଗୀୟ ଅଧିକାରୀ ମାନେ ସବୁଦିନ ଫିଲ୍ଡ ୱାର୍କ କରିବେ ତାହାହେଲେ କୃଷକ ମାନେ ନିଜ ସମସ୍ୟା ସମ୍ପର୍କରେ କାହାକୁ ଜଣାଇବେ ।
କାଶୀନଗର ରଇତ ସଂଘ ସଭାପତି ପ୍ରଶାନ୍ତ ମିଶ୍ର କହିଛନ୍ତି ଯେ , ସଂଘ ତରଫରୁ ଏକ ପ୍ରସ୍ତାବ ଦିଆଯାଇଥିଲା କି ଅନ୍ତତଃ ସପ୍ତାହକୁ ୩ଦିନ ସାକ୍ଷାତ ସମୟ ସ୍ଥିର କରି ଅଫିସ ସାମ୍ନାରେ ବୋର୍ଡଟିଏ ଲଗାଇଲେ ସମୟ ଅନୁଯାଇ କୃଷକ ମାନେ ଯାଇ ଅଧିକାରୀଙ୍କ ସହ ସାକ୍ଷାତ କରିପାରିବେ କିନ୍ତୁ ସେହି ବ୍ୟବସ୍ଥା ହୋଇପାରିନାହିଁ । ଏ ସମ୍ପର୍କରେ ବିଭାଗୀୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପଚାରିବା ରେ କହିଛନ୍ତି ଆବଶକୀୟ ଷ୍ଟାଫ ନଥିବାରୁ ଏହିପରି ଅସୁବିଧା ହେଉଛି , ତେବେ ରଇତ ସଂଘର ଏହି ପ୍ରସ୍ତାବ ଗ୍ରହଣୀୟ ସେ ଏହି ବିଷୟରେ ଅନୁଜଯନ୍ତ୍ରୀଙ୍କୁ ଜଣାଇବେ , ତେବେ ଲିଖିତ ଭାବେ କାଶୀନଗର କାର୍ଯ୍ୟଳୟରେ ଅଭିଯୋଗ ଓ ପ୍ରସ୍ତାବ ଦେବାକୁ ପରାମର୍ଶ ଦେଇଛନ୍ତି । (ରିପୋର୍ଟ – ଗରୁଡ଼ ଧ୍ୱଜ ଚୌଧୁରୀ )
No Result
View All Result