No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨,ଫେବ୍ରୁଆରି,ମଙ୍ଗଳବାର ) ପଦ୍ମପୁର :- ପଦ୍ମପୁର ସହର ନେହେରୁ ଗଲି ଠାରେ ଗତ ଦୁଇ ଦିନ ହୋଇ ଚାଲିଥିବା ଭାଗବତ ଗୀତା ସପ୍ତାହ ର ତୃତୀୟ ଦିନରେ ଆଜି ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଓ ରାଜ୍ୟ ବିଜେପି ଯୁବମୋର୍ଚା ସମ୍ପାଦକ ପ୍ରିତେଶ କୁମାର ବହିଦାର ଯୋଗ ଦେଇଥିଲେ ।

ପ୍ରତିଦିନ ଭାଗବତ ସପ୍ତାହ ର ଅଲୌକିକ ଏବଂ ଆଧ୍ୟାତ୍ମିକ ପରିବେଶରେ ବହୁ ସଂଖ୍ୟାରେ ଲୋକ ଯୋଗ ଦେଇ ଗୀତ ପାଠ ଶୁଣିବା ସହ ଭଗବାନଙ୍କ ପ୍ରତି ନିଜର ଅତ୍ମୀୟତା ଏବଂ ଭକ୍ତି ଭାବରେ ଲିନ ହୋଇଯାଉଥିବା ବେଳେ ଶ୍ରୀ ସୁଦର୍ଶନ ପରଡିଆ ଏବଂ ତାଙ୍କ ଧର୍ମପତ୍ନୀ ସୁଭାଶିନୀ ପରଡିଆ କର୍ତ୍ତା ଭାବରେ ଦାୟିତ୍ୱ ବହନ କରୁଥିବା ବେଳେ

ଅଞ୍ଚଳର ସମସ୍ତେ ମିଶି ଆଧ୍ୟାତ୍ମିକତା ର ଏହି ଭାବ ବହୁ ଉଚ୍ଚ କୋଟିର ଏବଂ ଆଗାମୀ ପିଢ଼ି ମାନଙ୍କ ପାଇଁ ପ୍ରେରଣା ଦାୟୀ ରହିବ ବୋଲି ବୁଦ୍ଧିଜୀବୀ ମହଲ ରେ ଚର୍ଚ୍ଚା ହେଉଛି ।(ରିପୋର୍ଟ – ନିରୋଜ କୁମାର ପାଣୀ)
No Result
View All Result