No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨ ଫେବ୍ରୁଆରି,ମଙ୍ଗଳବାର ) ବଡ଼ଚଣା :- ବଡ଼ଚଣା ଥାନା ଅନ୍ତର୍ଗତ ଶାଳପଡା ଠାରେ ଶାଳପଡା ୟୁଥ କ୍ଲବ ଦ୍ୱାରା ରକ୍ତଦାନ ଶିବିର ଆୟୋଜିତ କରାଯାଇଥିଲା । ରକ୍ତଦାନ ମହାପୂଣ୍ୟ । ବୁନ୍ଦେ ରକ୍ତ ଯାହାର ମୂଲ୍ୟ ଅତୁଳନୀୟ । ରକ୍ତଦାନ ଦ୍ୱାରା ଅନେକ ପରିବାର ମୁହଁରେ ଖୁସି ଫେରିପାଇଥାନ୍ତି । ଶାଳପଡା ୟୁଥ କ୍ଲବ ର ଯୁବକ ମାନେ ମିଶି ଏହି ରକ୍ତଦାନ ଶିବିର ଆୟୋଜିତ କରିଥିବା ବେଳେ ଏହି

ରକ୍ତଦାନ ଶିବିରକୁ ସମାଜ ସେବି ତଥା ବିଜୁ ମହିଳା ଦଳର ସାଧାରଣ ସମ୍ପାଦିକା ଶ୍ରୀମତୀ ମନୋରମା ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିବା ବେଳେ ସମସ୍ତ ଯୁବପିଢ଼ିଙ୍କୁ ଏହି ରକ୍ତଦାନରେ ଯୋଗ ଦେବା ପାଇଁ ଉତ୍ସାହିତ କରିଥିଲେ । ଓ ଶାଳପଡା ୟୁଥକ୍ଲବର ସମସ୍ତ ଯୁବକଙ୍କୁ ଏପରି ମହାନ ଓ ପୁଣ୍ୟର କାମକୁ ପ୍ରଶଂଶିତ କରିବା ସହ ସମସ୍ତ ମେମ୍ବର ମାନଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଥିଲେ । ( ରିପୋର୍ଟ – ବିକାଶ ସାହୁ )
No Result
View All Result