No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨,ଫେବ୍ରୁଆରି,ମଙ୍ଗଳବାର ) ଭୁବନେଶ୍ୱର :- ଶ୍ରୀ ସିମେଂଟ୍ର କର୍ପୋରେଟ୍ ସାମାଜିକ ଦାୟିତ୍ୱ (ସିଏସ୍ଆର୍)ର ଏକ ଅଂଶଭାବେ ବରିଷ୍ଠ ନାଗରିକମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ପ୍ରୋଣାମ ପ୍ରକଳ୍ପକୁ ସମର୍ଥନ କରି ଅଧିକ ସୁଦୃଢ କରିପାରିଛି । ଚଳଚିତ୍ର ନିର୍ଦ୍ଦେଶକ ଗୌତମ ଘୋଷ ଓ ଅନ୍ୟାନ୍ୟ ଅତିଥିମାନଙ୍କ ଉପସ୍ଥିତିରେ କଲିକତା ପୁଲିସ୍ କମିଶନର ଅନୁଜ ଶର୍ମାଙ୍କ ଦ୍ୱାରା ପ୍ରୋଣାମର ଏକ ସମ୍ପୂର୍ଣ୍ଣ ସୁସଜ୍ଜିତ କାର୍ଯ୍ୟାଳୟର ଉଦ୍ଘାଟନ କରାଯାଇଛି । ପ୍ରୋଣାମ ପ୍ରକଳ୍ପ ହେଉଛି କଲିକତାର ବରିଷ୍ଠ ନାଗରିକମାନଙ୍କ ପାଇଁ ଭାରତରେ ଏକ ସ୍ୱତନ୍ତ୍ର ସମୁଦାୟ-ସେବା ମଡେଲ । ପ୍ରୋଣାମ ପ୍ରକଳ୍ପକୁ ସହରରେ ଥିବା ବେସରକାରୀ ସଂଗଠନ (ଏନ୍ଜିଓ) ଦି ବେଙ୍ଗଲ ସହିତ କଲିକତା ପୁଲିସ୍ର ସହଭାଗିତାରେ ପରିଚାଳନା କରାଯାଉଛି ଏବଂ ଶ୍ରୀ ସିମେଂଟ୍ ୨୦୧୦ରେ ଏହାର ଆରମ୍ଭ ପରଠାରୁ ଏହାକୁ ସମର୍ଥନ କରିଆସୁଛି ।
ପ୍ରୋଣାମରେ ବର୍ତମାନ ସୁଦ୍ଧା ପ୍ରାୟ ୨୦,୦୦୦ ବରିଷ୍ଠ ନାଗରିକ ପଞ୍ଜୀକରଣ କରିଛନ୍ତି ଏବଂ ଏହାର ପରିସରକୁ ସମ୍ପ୍ରସାରିତ କରିବା ଓ ଅଧିକରୁ ଅଧିକ ବରିଷ୍ଠ ନାଗରିକଙ୍କୁ ଏହି ପ୍ରକଳ୍ପରେ ସାମିଲ କରିବା ପାଇଁ ଏକ ବୃହତ୍ ଚାହିଦା ମଧ୍ୟ ରହିଛି । କରୋନା ସମୟରେ ପ୍ରୋଣାମର ସ୍ୱେଚ୍ଛାସେବୀମାନେ ସହରରେ ଏକା ରହୁଥିବା ବୟସ୍କ ବ୍ୟକ୍ତିମାନଙ୍କୁ ଔଷଧ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ ପ୍ରଦାନ କରିଥିଲେ । ଏହି ଅବସରରେ ଦି ବେଙ୍ଗଲର ଅଧ୍ୟକ୍ଷ ଓ ଶ୍ରୀ ସିମେଂଟ୍ର ପରିଚାଳନା ନିର୍ଦ୍ଦେଶକ, ଶିଳ୍ପପତି ହରି ମୋହନ ବାଙ୍ଗୁର କହିଛନ୍ତିଯେ, ବିଗତ ବର୍ଷଗୁଡିକରେ ପ୍ରୋଣାମ ପ୍ରକଳ୍ପ ଅଧିକ ବିକଶିତ ହୋଇଛି ଏବଂ ସୁରକ୍ଷା ଓ ନୈତିକ ସହାୟତା ପ୍ରଦାନକରି ସହରର ବରିଷ୍ଠ ନାଗରିକମାନଙ୍କ ନିକଟରେ ପହଂଚିଛି । କରୋନା ମହାମାରୀ ସମୟରେ ପ୍ରୋଣାମର କର୍ମଚାରୀମାନେ କଲିକତା ପୁଲିସ୍ ସହଯୋଗରେ ଏହି ବରିଷ୍ଠ ନାଗରିକମାନଙ୍କ ସହ ଦୃଢତାର ସହ ଠିଆ ହୋଇଥିଲେ ।
ସେହିପରି ପୁଲିସ କମିଶ୍ନର, ଅନୁଜ ଶର୍ମା କହିଛନ୍ତିଯେ, ବରିଷ୍ଠ ନାଗରିକଙ୍କ ପାଇଁ ଏହି ନୂତନ କାର୍ଯ୍ୟାଳୟ କିମ୍ବା ଏମର୍ଜେନ୍ସି କୋଅର୍ଡିନେସନ ରୁମ୍ ସହରରେ ବୟସ୍କ ବ୍ୟକ୍ତିମାନଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ଲାଗୁଥିବା ସମୟ ହ୍ରାସ କରିବାରେ ସାହାଯ୍ୟ କରିବ । କଲିକତା ପୁଲିସ୍ରେ ବରିଷ୍ଠ ନାଗରିକଙ୍କ ପାଇଁ କଲ୍ କରି ନିଜ ସମସ୍ୟା ଜଣାଇବା ଲାଗି ଏକ ସମର୍ପିତ ବରିଷ୍ଠ ନାଗରିକ ହେଲ୍ପଲାଇନ୍ ନମ୍ବର ରହିଛି । ଏହି ପ୍ରୋଣାମ କାର୍ଯ୍ୟାଳୟ ୦୩୩୨୪୧୯୦୭୪୦ ହେଲ୍ପଲାଇନ୍ ନମ୍ବର ସହିତ ୨୪ ଘଂଟା କାର୍ଯ୍ୟ କରୁଛି । ମୁଁ ଖୁସି ଯେ, ପ୍ରୋଣାମର ଏବେ ଏକ ଅତିରିକ୍ତ ଷ୍ଟେଟ୍-ଅଫ୍-ଦି-ଆର୍ଟ କାର୍ଯ୍ୟାଳୟ ରହିଛି । ପ୍ରୋଣାମ ବର୍ଷ ସାରା ବରିଷ୍ଠ ନାଗରିକଙ୍କ ପାଇଁ ଏକାଧିକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରୁଛି । ସଦସ୍ୟତା ଚାହୁଁଥିବା ବରିଷ୍ଠ ନାଗରିକ ମାନଙ୍କଠାରୁ ପ୍ରୋଣାମ ପ୍ରତି ମାସରେ ହାରାହାରି ୧୦୦୦ ଆବେଦନ ଗ୍ରହଣ କରୁଛି ।
No Result
View All Result