No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧ ଫେବୃଆରୀ ସୋମବାର ) ନୂଆଦିଲ୍ଲୀ – ଧାନ ସଂଗ୍ରହ ବାବଦରେ ୨୦୧୩ରେ ଚାଷୀଙ୍କୁ ୬୩ ହଜାର କୋଟି ଦିଆଯାଇଥିଲା । ୨୦୧୯ରେ ଚାଷୀଙ୍କୁ ଉତ୍ପାଦିତ ଧାନ ପାଇଁ ୧, ୪୧, ୯୩୦ କୋଟି ମିଳିଛି । ଚଳିତ ବର୍ଷ ଏହା ୧, ୭୨, ୭୫୨ କୋଟି ହେବ ବୋଲି ଆକଳନ କରାଯାଇଛି । କାରଣ ଏଥର ଚାଷୀଙ୍କ ଫସଲ ଅଧିକ ପରିମାରଣରେ ଅମଳ ହୋଇଛି । ସେହିପରି କୃଷି ଋଣର ପରିମାଣକୁ ୧୬.୫ ଲକ୍ଷ କୋଟି ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି !!
ଅନ୍ୟପକ୍ଷରେ ସ୍ୱାମିତ୍ୱ ଯୋଜନାରେ ୧.୮୦ ଲକ୍ଷ ଲୋକଙ୍କୁ ଜମିପଟ୍ଟା ଯୋଗାଇ ଦିଆଯାଇଛି । ଚଳିତ ବର୍ଷ ଏହି ଯୋଜନା ସବୁ ରାଜ୍ୟରେ କାର୍ଯ୍ୟକାରୀ କରାଯିବ । ବର୍ତ୍ତମାନ ଏହା କେବଳ ଆସାମରେ କାର୍ଯ୍ୟକାରୀ ହେଉଛି । ଭାରତ ସରକାର ୫ଟି ମେଗା ଫିସେରୀ ହାର୍ବର ପାଇଁ ବ୍ୟୟବରାଦ କରିଛନ୍ତି । ୫ଟି ପ୍ରସ୍ତାବିତ ମେଗା ଫିସେରୀ ହାର୍ବର ମଧ୍ୟରେ ପାରାଦୀପ ମଧ୍ୟ ରହିଛି । ପାରଦୀପରେ ଖୁବଶୀଘ୍ର ଫିସେରୀ ହାର୍ବର ସ୍ଥାପନ କରାଯିବ !!
ଆଉ ୧ ହଜାର ମଣ୍ଡିକୁ ସରକାରଙ୍କ ଡିଜିଟାଲ ପ୍ଲାଟଫର୍ମ ଇନାମରେ ସାମିଲ କରାଯିବ । ଗତବର୍ଷ ଗହମର ଏମଏସପି ପାଇଁ ୭୫,୧୦୦ କୋଟି ଟଙ୍କା ଦିଆଯାଇଛି । ପୂର୍ବରୁ ସରକାରଙ୍କ ଏମଏସପି ଯୋଗୁ ୩୫.୫୭ ଲକ୍ଷ ଚାଷୀ ଲାଭବାନ ହେଉଥିଲେ । ହେଲେ ଏବେ ଚାଷୀଙ୍କ ସଂଖ୍ୟା ୪୩ ଲକ୍ଷକୁ ବୃଦ୍ଧି ପାଇଛି । ଚାଷ କ୍ଷେତ୍ର ଭିତ୍ତିଭୂମି ପାଇଁ ପାଣ୍ଠିକୁ ୪୦ ହଜାର କୋଟି ଟଙ୍କାକୁ ବୃଦ୍ଧି କରାଯିବ । ସେହିପରି ଅଣୁ ଜଳ ସେଚନ ଫସଲ ପାଇଁ ପାଣ୍ଠିକୁ ଦୁଇ ଗୁଣ କରି ୧୦ ହଜାର କୋଟି ଟଙ୍କା କରାଯାଇଛି !!
No Result
View All Result