No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧ ଫେବୃଆରୀ ସୋମବାର ) କୋରାଇ :- କୋରାଇ ବ୍ଲକ ଅନ୍ତର୍ଗତ ତାହାରପୁର ଗ୍ରାମରେ ଅଖିଭାଇ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଂଟର ଉଦଯାପନୀ ତଥା ଫାଇନାଲ ମ୍ୟାାଚ ଅନୁଷ୍ଠିତ ହୋଇଯାଇଛି । ଏଥିରେ ତେଜରାଇଡର କ୍ଲବ କଡମାକୁ ୭ୱିକେଟରେ ରାଧାରମଣ କ୍ଲବ ମୁଳୁସରଗଡା ପରାସ୍ତକରି ଚଳିତବର୍ଷ ଚାମ୍ପିଆନ ହୋଇଛି । ତେଜରାଇଡର କ୍ଲବ କଡମା ଟସ ଜିଣି ପ୍ରଥମେ ବ୍ୟାଂଟି କରି ନିର୍ଦ୍ଧିାରିତ ୮ଓଭର ମଧ୍ୟରେ ସମସ୍ତ ୱିକେଟ ହରାଇ ୬୫ରନ କରିଥିଲା । ଜବାବରରେ ରାଧାରଣମ କ୍ଲବ ମୁଳୁସରଗଡା ୭.୩ ଓଭରରେ ୩ୱିକେଟ ବିନିମୟରେ ଆବଶ୍ୟକ ରନକରି ବିଜୟ ଲକ୍ଷ ହାସଲ କରିଥିଲେ । ଅନୁଷ୍ଠିତ ଖେଳକୁ ସରୋଜ ସାହୁ ଓ ସାଇପ୍ରସାଦ ବେହେରା ପରିଚାଳନା କରିଥିଲେ । ପରେ ଫାଇନାଲ ଖେଳର ପୁରସ୍କାର ବିତରଣ ଉତ୍ସବ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଥିଲା ।

ଏଥିରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ତାହାରପୁର ସରପଂଚ ଶରତଚନ୍ଦ୍ର ଜେନା ଓ ସ୧ାନତି ଅତିଥି ଭାବେ ତୁଳତୀ ସରପଂଚ ଦୀପ୍ତିମୟୀ କୁଅଁର, ଯୁବନେତା ବିଭୁତି ଭୁଷଣ ବଳିଆର ସିଂହ, ଅଧ୍ୟାପକ ମଳୟ କୁମାର ମଲ୍ଲିକ, ସାମ୍ବାଦିକ ପବିତ୍ର ମୋହନ ରାଉତରାୟ ପ୍ରମୁଖ ଯୋଗଦେଇ ବିଜୟୀ ମୁଳୁସରଗଡା କ୍ଲବକୁ ନଗଦ ଅର୍ଥ ରାଶି ସହ ଚମ୍ପିଆନ ଟ୍ରଫି ଓ କଡମା କ୍ଲବକୁ ନଗଦ ଅର୍ଥ ରାଶି ସହ ରନର୍ସ କପ ପ୍ରଦାନ କରିଥିଲେ । ଫାଇନାଲ ମ୍ୟାଚେରେ ଭଲ ଖେଳ ପ୍ରଦର୍ଶନ କରିଥିବା କଡମ କ୍ଲବର ସୌମ୍ୟରଞ୍ଜନଙ୍କୁ ମ୍ୟାନଅଫ ଦି ମ୍ୟାଚ ଭାବେ ପୁରସ୍କୃତ କରାଯାଇଥିଲା । ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଅଖିଭାଇ ସ୍ମାରକୀ କ୍ରିକେଟ କ୍ଲବର ଦେବଦତ ଜେନା, ସୁନ୍ଦରାୟ ନାରାୟଣ ନାୟକ, ରୋହିତ ରାଉତ, ବାବୁନି ସାହୁଙ୍କ ସମେତ ସମସ୍ତ କର୍ମକର୍ତା ଓ ସଦସ୍ୟ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ । ( ରିପୋର୍ଟ ରଶ୍ମିରେଖା ମଲ୍ଲିକ )
No Result
View All Result