No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧ ଫେବୃଆରୀ ସୋମବାର )ପାରଳାଖେମୁଣ୍ଡି :-ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ପ୍ୟାଲେସ ସାମନା’ରେ ଥିବା ଅର୍ବାନ-ବ୍ୟାଙ୍କ ପଡିଆ ଠାରେ ଆଜି ସକ୍ଷମ-୨୦୨୧-ଇନ୍ଧନ ତୈଳ ଓ ଗ୍ୟାସ’ର ସଂରକ୍ଷଣ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଭାରତ ସରକାର’ଙ୍କ ପେଟ୍ରୋଲିଅମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ’ର ପ୍ରାୟୋଜିତ’ରେ ପେଟ୍ରୋଲିଅମ କଞ୍ଜରଭେସନ ରିସର୍ଚ୍ଚ ଏସୋସିଏସନ ଏବଂ ଅଏଲ ଇଣ୍ଡଷ୍ଟ୍ରି’ର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଇନ୍ଧନ ଯୁକ୍ତ ତୈଳ ଓ ଗ୍ୟାସ’ର ଅପ-ବ୍ୟବହାର’କୁ ରୋକିବା ଏବଂ ଏହାର ସଂରକ୍ଷଣତା’ର ଆବଶ୍ୟକତା ଉପରେ ଜନସାଧାରଣ ମଧ୍ୟରେ ବିଭିନ୍ନ ବାର୍ତ୍ତା ଦେଇ ସଚେତନ କରାଇବା ଏହି କାର୍ଯ୍ୟକ୍ରମ’ର ମୁଖ୍ୟ ଉଦ୍ଦେଶ୍ୟ । ଏହି ଅବସର’ରେ ଏକ ସଚେତନତା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲl କାର୍ଯ୍ୟକ୍ରମ’ରେ ପାରଳାଖେମୁଣ୍ଡି ବିଧାୟକ ଶ୍ରୀ କେ: ନାରାୟଣ ରାଓ ଏବଂ
ଆଇଓସିଏଲ:’ର ଜେନେରାଲ ମ୍ୟାନେଜର ଶ୍ରୀ କୁମାର ଜ୍ୟୋତି ରାୟ ଚୌଧୁରୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଇନ୍ଧନ ଯୁକ୍ତ ତୈଳ ଓ ଗ୍ୟାସ’ର ଅଯଥା ବ୍ୟବହାର’କୁ କିଭଳି ରୋକାଯିବ ଏବଂ ଏହାକୁ କିଭଳି ସଂରକ୍ଷଣ କରି ପରିବେଶ ନିୟନ୍ତ୍ରଣ କରିହେବ ଓ ଏଥିସହିତ ଭବିଷ୍ୟତ ପିଢ଼ିପାଇଁ ଏକ ଉତ୍ତମ ବାତାବରଣ ସୁନିଶ୍ଚିତ କରିବା ସହ ଏକ ନୂଆ ଏବଂ ସୁସ୍ଥ ବାତାବରଣ ନିର୍ମାଣ ହୋଇପାରିବ , ସେ ଦିଗରେ ସମସ୍ତେ ଯତ୍ନବାନ ହେବାକୁ ଆହ୍ବାନ କରିଥିଲେ ।ସ୍ୱାସ୍ଥ୍ୟ ପର୍ଯ୍ୟବରଣ ଏବଂ ଇନ୍ଧନ ସଂରକ୍ଷଣ ପାଇଁ ସାଇକଲ ଚଳାଇବା ଉପରେ ଗୁରୁତ୍ୱାରୋପ କରିଥିଲେ ।ପରେ ଏହି ଉପରୋକ୍ତ ସଂରକ୍ଷଣତା ଉପରେ ଉପସ୍ଥିତ ସମସ୍ତଙ୍କୁ ଶପଥ ପାଠ କରା ଯାଇଥିଲା ।ଏହାପରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ’ର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଇନ୍ଧନ ତୈଳ ଓ
ଗ୍ୟାସ’ର ଅନାବଶ୍ୟକ ବ୍ୟବହାର’କୁ ରୋକିବା ଓ ସଂରକ୍ଷଣତା ଉପରେ ବିଭିନ୍ନ ପ୍ଲା-କାର୍ଡ ଧରି ଏକ ସଚେତନତା ମୂଳକ ସାଇକଲ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା ।ଏହି କାର୍ଯ୍ୟକ୍ରମ’ରେ ଏରିଆ ସେଲସ ମ୍ୟାନେଜର ଆଇଓସିଏଲ: ଶ୍ରୀ ଦେବାଶିଷ ନାୟକ , ସେଲସ ଅଫିସର ଏଚପିସିଏଲ-ଶ୍ରୀ ଶୁଭନ କୁମାର ସାହୁ , ଆସିଷ୍ଟାଣ୍ଚ ମ୍ୟାନେଜର ବିପିସିଏଲ:- ପ୍ରସନ୍ନ ପ୍ରଧାନ , ଏଚପି-ଗ୍ୟାସ ଓ ଭାରତ-ଗ୍ୟାସ’ର ଡିଷ୍ଟ୍ରିବୁଟର ଓ କର୍ମଚାରୀ ଗଣ ଇଣ୍ଡିଆନ ଅଏଲ ଓ ହିନ୍ଦୁସ୍ଥାନ ପେଟ୍ରୋଲିଅମ ପେଟ୍ରୋଲ ଟ୍ୟାଙ୍କ’ର ମାଲିକ ଓ କର୍ମଚାରୀ ଗଣ ପ୍ରମୁଖ ଯୋଗ ଦେଇଥିଲେ ।ଏସଡିପି’ର ଶ୍ରୀ ନରସିଂହ ବେହେରା ଏବଂ ଏଚପି: ଗ୍ୟାସ’ର ଶ୍ରୀ ବିଜୟ କୁମାର ପ୍ରଧାନ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା ଓ ସହଯୋଗ କରିଥିଲେ ପାରଳାଖେମୁଣ୍ଡି (ଗରୁଡ଼ ଧ୍ୱଜ ଚୌଧୁରୀ)
No Result
View All Result