No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୩୧ ଜାନୁଆରି ,ରବିବାର ) ଢେଙ୍କାନାଳ :- ଆଜି ଜିଲ୍ଲା ସ୍ଵାସ୍ଥ୍ୟ ସମିତି ଏବଂ ରୋଟାରୀ କ୍ଲବ ସହଯୋଗରେ ଆୟୋଜିତ ଜାତୀୟ କାର୍ଯ୍ୟକ୍ରମ କୁ ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଶିଶୁକୁ ପଲସ୍ ପୋଲିଓ ବୁନ୍ଦା ଖୁଆଇ ଶୁଭାରମ୍ଭ କରିଛନ୍ତି । ଏହି ଜାତୀୟ ସ୍ଵାସ୍ଥ୍ୟ କାର୍ଯ୍ୟକ୍ରମ ରେ ଜିଲ୍ଲାର ସମସ୍ତ ସ୍ଵାସ୍ଥ୍ୟ କେନ୍ଦ୍ରରେ ପୋଲିଓ ବୁନ୍ଦା ଦେବାର ବ୍ୟବସ୍ଥା କରାଯିବା ସହ ଆସନ୍ତା ୨ ଦିନ ମଧ୍ୟରେ ଖାଇ ନଥିବା ଶିଶୁ ମାନଙ୍କୁ ଚିହ୍ନଟ କରାଯାଇ ପଲସ୍
ପୋଲିଓ ବୁନ୍ଦା ଦିଆଯିବ ଏବଂ ଜିଲ୍ଲାରୁ ପୋଲିଓ ସମ୍ପୂର୍ଣ୍ଣ ଲୋପ କରିବାକୁ ଏହି କାର୍ଯ୍ୟକ୍ରମ ରେ ଜନସାଧାରଣ ସହଯୋଗ କରିବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସୁଜାତା ରାଣୀ ମିଶ୍ର , ଡା ଜ୍ୟୋତିଷ ଚନ୍ଦ୍ର ମହାପାତ୍ର, ସୋନାଲି ପ୍ରିୟଦର୍ଶିନୀ , ରକ୍ତଦାତା ଅନୁପ୍ରେରକ ସଂଘର ସଭାପତି ବିରଞ୍ଚି ନାରାୟଣ ପାଣି, ରୋଟାରୀ କ୍ଲବର କର୍ମକର୍ତ୍ତା, ମୁଖ୍ୟ ଚିକିତ୍ସାଳୟ ସ୍ଵାସ୍ଥ୍ୟ ଅଧିକାରୀ ଏବଂ ସ୍ଵାସ୍ଥ୍ୟ କର୍ମୀମାନେ ଉପସ୍ଥିତ ଥିଲେ । ( ରିପୋର୍ଟ – ଅମର ରଞ୍ଜନ ଦାସ )
No Result
View All Result