No Result
View All Result
ଓଡ଼ିଶା ତାଜା ନ୍ୟୁଜ (୩୦ ଜାନୁଆରୀ ଶନିବାର )ସୁନ୍ଦରଗଡ଼ :- କ୍ରୀଡ଼ା, ଯୁବସେବା, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ତିନିଦିନିଆ ମାରାଥନ ଗସ୍ତର ଶେଷଦିନରେ ସୁନ୍ଦରଗଡ଼ ଜିଲ୍ଲାର ଟାଙ୍ଗରପାଲି ବ୍ଲକ୍ ମିନିଷ୍ଟାଡିୟମ୍, ହେମଗିରି ବ୍ଲକ୍ ମୁଖ୍ୟାଳୟରେ ଥିବା ପଡ଼ିଆ, ଲେଫି୍ରପଡା ବ୍ଲକ୍ର ଜୟରାମ ହାଇସ୍କୁଲ, ବାଲିଶଙ୍କରା ବ୍ଲକ୍ର ବାଳିକା ହାଇସ୍କୁଲ ନିକଟରେ ଥିବା ତିଲେଇକାନି କମୁ୍ୟନିଟି ପଡ଼ିଆ ଏବଂ ସବ୍ଡେଗା ବ୍ଲକ୍ର ଗାଈବେର ମିଶନ ସ୍କୁଲ ପଡ଼ିଆ ବୁଲି ଦେଖିଥିଲେ ।
ମନ୍ତ୍ରୀ ଶ୍ରୀ ବେହେରା ଜିଲ୍ଲାର ସମସ୍ତ ବ୍ଲକ୍ରେ ଚିହ୍ନଟ ହୋଇଥିବା ପଡ଼ିଆକୁ ଅନୁଧ୍ୟାନ କରିବା ସହ ଟର୍ଫ ନିର୍ମାଣ ଲାଗି ସମସ୍ତ ବ୍ୟବସ୍ଥା ବିଷୟରେ ଜିଲ୍ଲା ଏବଂ ବ୍ଲକ୍ର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ଟର୍ଫ ନିର୍ମାଣ ସହ ଚେଞ୍ଜିଂରୁମ୍, ଜିମ୍, ଶୌଚାଳୟ, କାର୍ଯ୍ୟାଳୟ, ପାର୍କିଂ ସ୍ଥଳ ନିର୍ମାଣ, ସାଧାରଣ କ୍ରୀଡ଼ା ଉତ୍ସବ ନିମନ୍ତେ ମଣ୍ଡପ ନିର୍ମାଣ ବିଷୟରେ ବିଷଦ ଆଲୋଚନା କରିଥିଲେ । ହକି ଟର୍ଫ ନିର୍ମାଣ ନେଇ ଜିଲ୍ଲାରେ କ୍ରୀଡ଼ାବିତ୍ଙ୍କଠାରୁ ଆରମ୍ଭ କରି ସାଧାରଣ ଜନତା ଏବଂ ସରକାରୀ ଅଧିକାରୀମାନଙ୍କଠାରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଥିଲା ।
ମାନ୍ୟବର ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ଼ ଜିଲ୍ଲାକୁ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା ଲାଗି ଯେଉଁ ଲକ୍ଷ୍ୟ ରଖିଛନ୍ତି, ତାହା ଖୁବ୍ଶୀଘ୍ର ପୂରଣ ହେବ ବୋଲି ଗସ୍ତ ଅବସରରେ ମନ୍ତ୍ରୀ ଶ୍ରୀ ବେହେରା ପ୍ରକାଶ କରିଥିଲେ ।ଖୁବ୍ଶୀଘ୍ର ଜିଲ୍ଲାରେ ନିର୍ମାଣ ହେବାକୁ ଥିବା ସମସ୍ତ ୧୭ ଟର୍ଫ ନିର୍ମାଣ କରାଯିବା ସହ ପିଲାମାନେ ଏକ ନିଆରା ଅନୁଭୂତି ନେଇପାରିବେ । ଏଥି ସହିତ ଜିଲ୍ଲାବାସୀଙ୍କ ହକି ପ୍ରତି ଏବଂ ରାଜ୍ୟ ସରକାରଙ୍କ ପ୍ରତି ଥିବା ଭଲପାଇବାକୁ ସେ କେବେହେଲେ ଭୁଲିପାରିବେ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ବେହେରା ସୁନ୍ଦରଗଡ଼ ଜିଲ୍ଲା ଗସ୍ତ ଅବସରରେ ମତବ୍ୟକ୍ତ କରିଥିଲେ ।
No Result
View All Result