No Result
View All Result
ଓଡ଼ିଶା ତାଜା ନ୍ୟୁଜ (୩୦ ଜାନୁଆରୀ ଶନିବାର ) ବଡ଼ଚଣା :- ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ ଛତିଆ ଠାରେ ୨୬ ଜାନୁଆରୀ ୨O୨୧ ରେ ପ୍ରଭୁ ଶ୍ରୀପତିନାଥଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ବାର୍ଷିକ ଉର୍ତ୍ସବରେ ସମାଜସେଵୀ ତଥା ବିଜୁ ମହିଳା ଦଳର ସାଧାରଣ ସମ୍ପାଦିକା ଶ୍ରୀମତୀ ମନୋରମା ଆଚାର୍ଯ୍ୟଙ୍କୁ ପ୍ରଭୁ ଶ୍ରୀପତିନାଥଙ୍କ ବାର୍ଷିକ ଉତ୍ସବରେ ସମ୍ବୋଧିତ କରାଯାଇଛି । କରୋନା ଓ ନଈବଢ଼ି ସମୟରେ ଲୋକେ ଘରୁ ବାହାରି ପାରୁନଥିବା ବେଳେ ଗରିବ ଓ ଶ୍ରମିକ ମାନେ ଘରେ ବନ୍ଦ ହୋଇ ରହିଥିଲେ ଯାହା ଫଳରେ କିଛି ଲୋକଙ୍କ ପରିବାର ମଧ୍ୟ ଉପାସରେ ଦିନ କଟାଉଥିବା ଲୋକ ଙ୍କ ର ସାହାରା ହୋଇଥିଲେ ଶ୍ରୀମତୀ ଆଚାର୍ଯ୍ୟ ! ଲୋକଙ୍କ ଏଭଳି ଅସୁବିଧା ସମୟରେ ମନୋରମା ଆଚାର୍ଯ୍ୟ କୋଭିଡ-୧୯ ର କଡ଼ା କଟକଣାକୁ ଦୃଷ୍ଟିରେ ରଖି ଲୋକଙ୍କୁ ସହାୟତା କରିବା ସହିତ ଲୋକଙ୍କ ନିକଟରେ ଖାଦ୍ୟ ମାସ୍କ ପହଞ୍ଚେଇବା ସହ ଲୋକଙ୍କୁ ରାଜ୍ୟ ସରକାରଙ୍କ ନିୟମ ମାନି ଚଳିଵା ପାଇଁ ପରାମର୍ଶ ଦେଇଥିଲେ । ଶ୍ରୀ ପତିନାଥଙ୍କ ସମସ୍ତ କମିଟି ମେମ୍ବର ଶ୍ରୀମତୀ ଆଚାର୍ଯ୍ୟଙ୍କ ସାହାସିକତା ଓ ଲୋକଙ୍କ ପ୍ରତି ଭଲ ପାଇବାକୁ ସମ୍ମାନ ଜଣେଇ ଶ୍ରୀମତୀ ଆଚାର୍ଯ୍ୟଙ୍କୁ ଶ୍ରୀପତିନାଥଙ୍କ ବାର୍ଷିକ ଉତ୍ସବରେ ସମ୍ମାନୀତ କରିବା ସହ ସମ୍ବର୍ଦ୍ଧିତ କରିଛନ୍ତି ।
( ରିପୋର୍ଟ- ବିକାଶ ସାହୁ )
No Result
View All Result