No Result
View All Result
ଓଡ଼ିଶା ତାଜା ନ୍ୟୁଜ (୩୦ ଜାନୁଆରୀ ଶନିବାର ) ଭୁବନେଶ୍ୱର/ଅଭିମନ୍ୟୁ :- କରୋନା ଯୋଗୁଁ ଦୀର୍ଘ ୯ ମାସ ଧରି ସ୍କୁଲ ବନ୍ଦ ଥିବାରୁ ଫି ଛାଡ କରିବାକୁ ନେଇ ବାଦ ବିବାଦ ଦେଖାଦେଇଥିଲା ଏହି ଘଟଣା ରେ ପୂର୍ଣ୍ଣଛେଦ ପକାଇ ରାଜ୍ୟ ସରକାର ବିଦ୍ୟାଳୟ ଓ ଗଣ ଶିକ୍ଷାବିଭାଗ ପକ୍ଷରୁ ଘରୋଇ ସ୍କୁଲ ଫି ଛାଡ କରିବା ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଙ୍କ ଏହି ପଦକ୍ଷେପ କୁ ସ୍ଵାଗତ ଜଣାଇଛି ବିଜୁ ଛାତ୍ର ଜନତା ଦଳ ।
ଏହା ସହ ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସଭାପତି ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ କହିଛନ୍ତି ଯେ ଏହି ପଦକ୍ଷେପ ନିଶ୍ଚିତ ଭାବେ ଅଭିଭାବକ ମାନଙ୍କୁ ସହାୟକ ହେବ ସହ ଅଭିଭାବକମାନଙ୍କୁ ଆଶ୍ୱସ୍ତି ପହଞ୍ଚାଇବା । ଏଣୁ ରାଜ୍ୟ ସରକାର ଙ୍କ ଏହି ସମୟାଚିତ ପଦକ୍ଷେପ କୁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସ୍ଵାଗତ ଜଣାଇବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ଧନ୍ୟବାଦ୍ ଓ କୃତଜ୍ଞତା ଜ୍ଞାପନ କରୁଛୁ ।
No Result
View All Result