No Result
View All Result
ଓଡ଼ିଶା ତାଜା ନ୍ୟୁଜ (୩୦ ଜାନୁଆରୀ ଶନିବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଏସପି ତପନ କୁମାର ପଟ୍ଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ ଏବଂଆର୍ ଉଦୟଗିରି ଏସ ଡି ପି ଓ , ମୋହନା ଆଇ ଆଇ ସିଙ୍କ ତତ୍ତ୍ଵାବଧାନରେ ଆଜି ସକାଳେ ମୋହନା ଥାନା ଅନ୍ତର୍ଗତ କମଳାପୁର ନାକା ଛକ ଠାରେ ମୋହନା ଥାନାର ଏସ ଆଇ ପିଙ୍କୀ ମୂର୍ମୁ ଓ ପୋଲିସ କର୍ମଚାରୀ ଡିଉଟି କରୁଥିବା ବେଳେ ଏକ ଯାହାର ନମ୍ବର ହେଲା JH 02 M7976କୁ ଓଟକାଇ ଖାନ ତଲାସ ନେବାରେ ଉକ୍ତ ଟ୍ରକ୍ର ରୁ ୧୮ଗୋଟି ଗଞେଇ ଭର୍ତ୍ତି ହୋଇଥିବା ଜରିବସ୍ତା ମିଳିଥିଲା l
ମୋହନା ଅତିରିକ୍ତ ତହସିଲଦାର ତଥା ଏଗଜିଟିଭ ମାଜିଷ୍ଟ୍ରେଟ ଆଶିଷ କୁମାର ପ୍ରଧାନ ଙ୍କ ଉପସ୍ଥିତିରେ ସମୁଦାୟ ଗଞ୍ଜେଇ ବସ୍ତା କୁ ଓଜନ କରିବାରୁ ସମୁଦାୟ ଗଞ୍ଜେଇ ୫୪୯କେଜି ୮୦୦ଗ୍ରାମ ହୋଇଥିଲା l ଯାହାର ଆନୁମାନିକ ମୁଲ୍ୟ ୩୦ଲକ୍ଷ ଟଙ୍କା ହେବ l ଟ୍ରକ୍ ଡ୍ରାଇଭର ଲାଲୁ କୁମାର ଯାଦବ କୁ ମୋହନା ପୋଲିସ ଗିରଫ କରିଛି l ଆସନ୍ତା କାଲି ତାଙ୍କୁ କୋର୍ଟ ଚାଲାଣ କରାଯିବ ଏ ବାବଦକୁ ମୋହନା ଥାନା ରେ କେସ ନଂ ୩୨/୨୧ରେଜିଷ୍ଟ୍ରି କରାଯାଇଛି l ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ତଦନ୍ତ କରୁଥିବା କହିଛନ୍ତି l (ଗରୁଡ଼ ଧ୍ଵଜ ଚୌଧୁରୀ)
No Result
View All Result