No Result
View All Result

ଓଡ଼ିଶା ତାଜା ନ୍ୟୁଜ (୩୦ ଜାନୁଆରୀ ଶନିବାର ) ଢେଙ୍କାନାଳ :- ଆଜି ଜିଲ୍ଲା କାଠଗଡା ସହରାଞ୍ଚଳ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ରରେ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଫାଇଲେରିଆ ନିରାକରଣ ଅଭିଯାନ ତଥା ସାର୍ବଜନୀନ ବାତଜ୍ୱର ଔଷଧ ସେବନ କାର୍ଯ୍ୟକ୍ରମ ସମ୍ପର୍କରେ ଷ୍ଟାଫ୍ ନର୍ସ, ଆଶାଦିଦି ଏବଂ ସ୍ଵାସ୍ଥ୍ୟକର୍ମୀଙ୍କୁ ନେଇ ଏକ ତାଲିମ ପ୍ରଦାନ କରାଯାଇଛି ।

ଆସନ୍ତା ଫେବୃୟାରୀ ୧୦ ତାରିଖରୁ ଏହି ଅଭିଯାନ ଆରମ୍ଭ ହେବାକୁ ଥିବାବେଳେ ଏହି ଔଷଧ ସେବନ କାର୍ଯ୍ୟକ୍ରମରେ ଗର୍ଭବତୀ ମହିଳା, ରୋଗାକ୍ରାନ୍ତ ବ୍ୟକ୍ତି ଏବଂ ଦୁଇ ବର୍ଷରୁ କମ ପିଲାଙ୍କୁ ଛାଡ଼ି ବାକି ସମସ୍ତଙ୍କୁ ଡି.ଈ.ସି ସହିତ ଅଲଜେଣ୍ଡାବଲ ବଟିକା ସରକାରଙ୍କ ତରଫରୁ ସମ୍ପୁର୍ଣ୍ଣ ମାଗଣାରେ ଦିଆଯିବ। ଆଶାକର୍ମୀ କିମ୍ବା ତାଲିମପ୍ରାପ୍ତ ସ୍ଵେଚ୍ଛାସେବୀମାନେ ଘରକୁ ଘର ଯାଇ ପରିବାରର ସଦସ୍ୟ ମାନଙ୍କୁ ବୟସ ଅନୁପାତରେ ବଟିକା ଖୁଆଇବେ। (ରିପୋର୍ଟ୍, ଅମର ରଞ୍ଜନ ଦାସ)
No Result
View All Result