• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ନିଯୁକ୍ତି ସମସ୍ୟା ନେଇ ରାଜ୍ୟପାଳଙ୍କୁ ଭେଟିଲା – ୟୁଥ୍ ଫର ଆକ୍ସନ

Proprietor Abhimanyu Maharana by Proprietor Abhimanyu Maharana
January 29, 2021
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ରାଜନୀତି, ହୋମ୍
0
ନିଯୁକ୍ତି ସମସ୍ୟା ନେଇ ରାଜ୍ୟପାଳଙ୍କୁ ଭେଟିଲା – ୟୁଥ୍ ଫର ଆକ୍ସନ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୨୯ ଜାନୁଆରି, ଶୁକ୍ରବାର ) ଭୁବନେଶ୍ୱର :- ରାଜ୍ୟରେ ବେକାରୀ ସମସ୍ୟାକୁ ନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ ଗଢ଼ିଉଠିଥିବା ୟୁଥ୍ ଫର୍ ଆକ୍ସନ ସଂଗଠନର ପ୍ରତିନିଧିମାନେ ଆଜି ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ୟୁଥ୍ ଫର ଆକ୍ସନ ସଂଗଠନର ୩୦ ଜଣିଆ ପ୍ରତିନିଧି ରାଜ୍ୟପାଳଙ୍କୁ ଭେଟି ରାଜ୍ୟରେ ଦିନକୁ ଦିନ ବେକାରୀ ସମସ୍ୟା ବୃଦ୍ଧି ପାଉଥିବା ବେଳେ ରାଜ୍ୟ ସରକାର ବେକାରୀଙ୍କ ନିଯୁକ୍ତି ପାଇଁ ରାଜ୍ୟରେ ଯେଉଁ କଂପାନିମାନେ କାଯ୍ୟ କରୁଛନ୍ତି ସେହି କଂପାନିମାନଙ୍କ ସହ ଯେଉଁ ଚୁକ୍ତିନାମା କରୁଛନ୍ତି ତାହା ପାଳନ କରାଯାଉନଥିବା ଅଭିଯୋଗ କରିଛନ୍ତି । ଗତ ୨୦ ବର୍ଷରେ ରାଜ୍ୟ ସରକାର ୨୦୦ରୁ ଅଧିକ କଂପାନିମାନଙ୍କ ସହ ଚୁକ୍ତି କରିଥିବା ବେଳେ ଚୁକ୍ତିପତ୍ରରେ କୁଶଳି, ଅର୍ଦ୍ଧକୁଶଳି ଏବଂ ଅଣକୁଶଳି ଶ୍ରମିକମାନଙ୍କ ପାଇଁ କଂପାନିମାନେ ୩୦ ପ୍ରତିଶତ, ୬୦ ପ୍ରତିଶତ, ୯୦ ପ୍ରତିଶତ ଅନୁସାରେ ନିଯୁକ୍ତି ଦେବାକଥା ତାହା କୌଣସି କଂପାନି ନିଯୁକ୍ତି କ୍ଷେତ୍ରରେ ମାନୁନଥିବା ଅଭିଯୋଗ କରିଛି ୟୁଥ୍ ଫର ଆକ୍ସନ ସଂଗଠନ ।

କେବେଳ ୧୦ ପ୍ରତିଶତ ସ୍ଥାନୀୟ ଅଂଚଳର ଯୁବକଙ୍କୁ ନିଯୁକ୍ତି ମିଳିପାରୁଛି । ସେହିପରି ଗତ ୨୦ ବର୍ଷରେ ରାଜ୍ୟର ୨୦ ଲକ୍ଷରୁ ଅଧିକ ଯୁବକ ଯୁବତୀ ନିଯୁକ୍ତିପାଇଁ ବିଭିନ୍ନ ଜିଲ୍ଲାରେ ଥିବା ଏମ୍ପେ୍ଲାମେଂଟ୍ ଏକ୍ସଚେଞ୍ଜରେ ଆବେଦନ କରିଥିବା ବେଳେ ସେମାନଙ୍କୁ ନିଯୁକ୍ତି ଯୋଗାଇବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ତେଣୁ ରାଜ୍ୟର ଯୁବକ ଯୁବତୀଙ୍କୁ ନିଯୁକ୍ତି କ୍ଷେତ୍ରରେ ରାଜ୍ୟପାଳ ମହୋଦୟ ହସ୍ତକ୍ଷେପ କରି କିଛି ସକରାତ୍ମକ ପଦକ୍ଷେପ ନେବାକୁ ୟୁଥ୍ ଫର ଆକ୍ସନ ସଂଗଠନ ପକ୍ଷରୁ ସଂଯୋଜକ ଦେବାଶିଷ ନାୟକ ଏବଂ ସହ ସଂଯୋଜକ ସୁଜିତ କୁମାର ସିଂହଙ୍କ ସହ ପ୍ରତିନିଧି ଦଳ ଅନୁରୋଧ କରିଛନ୍ତି ।
ୟୁଥ୍ ଫର୍ ଆକ୍ସନ ପକ୍ଷରୁ କୁହାଯାଇଛି ଯେ ସ୍କିଲ ଡେଭଲ୍ୟମେଂଟ ଆଣ୍ଡ ଟେକନିକାଲ ଡିପାର୍ଟମେଂଟ ତଥ୍ୟ ଅନୁସାରେ ୧୮ ଲକ୍ଷ ୮୧ ହଜାର ଯୁବକ, ବୈଷୟିକ ଶିକ୍ଷା ଗ୍ରହଣ କରିଥିବା ଯୁବକ ଯୁବତୀ ନିଯୁକ୍ତି ପାଇଁ ଆବେଦନ କରିଥିଲା ବେଳେ ୧୯,୨୫୦ଯାହାକି ମାତ୍ର୧ ପ୍ରତିଶତ ସରକାର ନିଯୁକ୍ତି ଦେବାରେ ସମର୍ଥ ହୋଇଛନ୍ତି ।

ଏପରିକି ଅନେକ ସମୟରେ ଆବେଦନ ଏବଂ ନିଯୁକ୍ତିକୁ ନେଇ ତାଳମେଳ ରହୁନଥିବା ଏବଂ ତଥ୍ୟରେ ବିଭ୍ରାନ୍ତି ରହୁଥିବା ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି । ଏପରିକି ୨୦୧୮ରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ୪ ଲକ୍ଷ କୋଟିରୁ ଅଧିକ ଟଙ୍କା ନିବେଶ ହୋଇଥିବା କହିଥିଲେ ଏବଂ ଏଥିରେ ୫ ଲକ୍ଷ ୯୧ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟିହେବ ବୋଲି ଘୋଷଣା କରିଥିଲେ, ଯାହାକି ବାସ୍ତବରେ ପରିଲିଖିତ ହୋଇନଥିବା ଅଭିଯୋଗ କରିଛି ୟୁଥ୍ ଫର୍ ଆକ୍ସନ । ଏପରିକି ମୁଖ୍ୟମନ୍ତ୍ରୀ ଏମ୍ପେ୍ଲାମେଂଟ ଜେନେରେସନ ପ୍ରୋଗ୍ରାମର ତଥ୍ୟ ଅନୁସାରେ ୧୧ ଲକ୍ଷ ଯୁବକ ଯୁବତୀ ସ୍କିଲ୍ ଡେଭଲପମେଂଟ ଟ୍ରେନିଂ ନେଇଥିବା ବେଳେ ବିଧାନସଭାରେ ମନ୍ତ୍ରୀ ଉତ୍ତର ଦେଇଛନ୍ତି ୧୩ ଲକ୍ଷଙ୍କୁ ସରକାର ନିଯୁକ୍ତି ଦେଇଛନ୍ତି । ଏଥିରୁ ସରକାର ନିଯୁକ୍ତି କ୍ଷେତ୍ରରେ ଢ଼ିଲା ପଣ ଆପଣାଉଥିବା ଅଭିଯୋଗ କରିଛି ୟୁଥ୍ ଫର ଆକ୍ସନ ସଂଗଠନ । ଏହା ସହ କରୋନା ମହାମାରୀ ସମୟରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ କ୍ଷେତ୍ର ଗଂଜାମ ଜିଲ୍ଲାକୁ କେବଳ ବାହାର ରାଜ୍ୟରେ କାମ କରୁଥିବା ୮ ଲକ୍ଷରୁ ଅଧିକ ଯୁବକ ଫେରିଥିଲେ । ସେମାନଙ୍କ ନିଯୁକ୍ତି ନେଇ ସରକାର କୌଣସି ପଦକ୍ଷେପ ନେଲେ ନାହିଁ କି ରାଜ୍ୟର କେତେ ଲୋକ ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି ତାହାର ତଥ୍ୟ ରାଜ୍ୟ ସରକାରଙ୍କ ପାଖରେ ନାହିଁ ।

ଆମ ରାଜ୍ୟରେ ଖଣିଜ ସଂପଦ ଭରପୁର ରହିଥିବା ବେଳେ ଅମ ରାଜ୍ୟର ଯୁବକମାନଙ୍କୁ ଚାକିରିମିଳୁନାହିଁ । ଏପରିକି ପାଣି, ବିଜୁଳି, ଲୋକ, ଏବଂ ସ୍ଥାନ ଆମ ରାଜ୍ୟରେ ସବୁ କିଛି ରହିଛି । ଏହାର ଫାଇଦା ଅନ୍ୟ ରାଜ୍ୟମାନେ ନେଉଥିବା ବେଳେ ଆମ ରାଜ୍ୟର ଯୁବକମାନେ ଗାଁ ଛାଡି, ସହର ଛାଡି ବାହାର ରାଜ୍ୟରେ ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି ରାଜ୍ୟ ସରକାର କଂପାନିମାନଙ୍କ ସହ ଚୁକ୍ତିନାମାରେ ସ୍ଥାନୀୟ ଅଂଚଳର ଯୁବକମାନଙ୍କ ପାଇଁ ଚାକିରି କ୍ଷେତ୍ରରେ ଯେତିକି ପ୍ରତିଶତ ନିଯୁକ୍ତି ରହିବା କଥା ଚୁକ୍ତିନାମା କରୁଛନ୍ତି ସେହି ଚୁକ୍ତିନାମା ଅନୁସାରେ କୌଣସି କଂପାନିମାନେ କାର୍ଯ୍ୟକରୁନାହାଁନ୍ତି କି ରାଜ୍ୟର ଯୁବକଙ୍କୁ ସେହି ଅନୁସାରେ ନିଯୁକ୍ତି ଦେଉନଥିବା ବାରମ୍ବାର ଓଡ଼ିଶାର ଯୁବକମାନେ ଆରଟିଆଇ ତଥ୍ୟ ମାଧ୍ୟମରେ ଜାଣିପାରିବା ସହ ବିଭିନ୍ନ ଜିଲ୍ଲାରେ ଯୁବ ସଂଗଠନମାନେ ଆନ୍ଦୋଳନ ମଧ୍ୟ କରିଛନ୍ତି ।

ତେବେ ସରକାର ଏସବୁକୁ ଦେଖି ନଦେଖିବା ପରି ମନେ କରୁଛନ୍ତି । ଏହିଭଳି ଏକ ଗଭୀର ପ୍ରସଙ୍ଗରେ ସରକାର ନିୟମକୁ ପାଳନ କରାଯାଉଛି କି ନାହିଁ ତାହାର ସମୀକ୍ଷା ମଧ୍ୟ କରିବା କଥା ଯାହା କେବେ କରାଯାଉନାହିଁ । ଦାବି ପତ୍ରରେ ଆହୁରି କୁହାଯାଇଛି ଯେ ଆମ ରାଜ୍ୟରେ ବେକାରୀ ସମସ୍ୟା ଉତ୍କଟ ଥିବାରୁ ରାଜ୍ୟ ବାହାରକୁ ଯୁବକମାନେ ଯାଇ ଶୋଷଣ, ନିର୍ଯାତନାର ଶିକାର ହେଉଥିବା ଅନେକ ଖବର ପ୍ରତିଦିନ ଗଣମାଧ୍ୟମରେ ପ୍ରକାଶ ପାଉଛି । ବାହାର ରାଜ୍ୟରେ ସ୍ପଳ୍ପ ଦରମାରେ କାର୍ଯ୍ୟ କରିବା ସହ ନିଜ ନିଜ ପରିବାରକୁ ଛାଡି ମାନସିକ ନିର୍ଯାତନାରେ ଦିନ ବିତାଉଛନ୍ତି । ଗୁଜରାଟ, ମହାରାଷ୍ଟ୍ର, ତାମିଲନାଡୁ ଏପରିକି ଆନ୍ଧ୍ରପ୍ରଦେଶକୁ ପ୍ରତିଦିନ ହଜାର ହଜାର ଯୁବକ ଦାଦନ ଖଟିବାକୁ ଯାଉଥିବା ଦେଖାଯାଉଛି । ତେଣୁ ଯେଉଁ କଂପାନିମାନେ ଚୁକ୍ତିପତ୍ରକୁ ମାନୁନାହାଁନ୍ତି ସେମାନେଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ନିଯୁକ୍ତି ନେଇ ସଠିକ୍ ତଥ୍ୟ ଏବଂ ଆଜି ପର୍ଯ୍ୟନ୍ତ ରାଜ୍ୟର କେତେ ବେକାରୀ ଅଛନ୍ତି କେତେ ନିଯୁକ୍ତି ଦିଆଯାଇଛି ତାହାର ତଥ୍ୟ ରାଜ୍ୟ ସରକାର ସଠିକ୍ ଭାବେ ରାଜ୍ୟବାସୀଙ୍କୁ ଜଣାଇବାକୁ ରାଜ୍ୟପାଳ ମହୋଦୟ ପଦକ୍ଷେପ ନେବାପାଇଁ ଦାବି ପତ୍ରରେ ଉଲ୍ଲେଖ କରିଛି ୟୁଥ୍ ଫର ଆକ୍ସନ ସଂଗଠନ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

May 1, 2026
ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

May 1, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨-୧ ଗୋଲରେ ଶରଣକୁଳ ଏଫ.ସି ଡିଏଭି ଏଫ.ସି ନୟାଗଡ ଠାରୁ ବିଜୟୀ

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨-୧ ଗୋଲରେ ଶରଣକୁଳ ଏଫ.ସି ଡିଏଭି ଏଫ.ସି ନୟାଗଡ ଠାରୁ ବିଜୟୀ

May 1, 2026
ଇଟାମାଟି ପଂଚାୟତ ପି.ଇ.ଓ ଙ୍କୁ ବ୍ଲକରେ ଦିଆଗଲା ଅବସର କାଳୀନ ସମ୍ୱର୍ଦ୍ଧନା

ଇଟାମାଟି ପଂଚାୟତ ପି.ଇ.ଓ ଙ୍କୁ ବ୍ଲକରେ ଦିଆଗଲା ଅବସର କାଳୀନ ସମ୍ୱର୍ଦ୍ଧନା

May 1, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

May 1, 2026
ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

May 1, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version