ଛାତ୍ର ବିଜେଡି କର୍ମକର୍ତ୍ତା ଙ୍କୁ ଭର୍ଚୁଆଲ ମିଟିଂ ଦ୍ୱାରା ପୁରସ୍କୃତ କଲେ ମୁଖ୍ୟମନ୍ତ୍ରୀ – ନବୀନ ପଟ୍ଟନାୟକ

ଓଡ଼ିଶା ତାଜା ନ୍ୟୁଜ୍ (୨୮ ଜାନୁୟାରୀ ଗୁରବାର ) ଭୁବନେଶ୍ୱର :-  ଗତ୨୩ ରିଖ ସୋମବାର ଦିନ ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଉତ୍ସାହ ବାତାବରଣ ସୃଷ୍ଟି କରିବା ପାଇଁ ବିଜୁ ଜନତା ଦଳର ଲୋକାଭିମୁଖି କାର୍ଯ୍ୟ , ନବୀନ ପଟ୍ଟନାୟକ ଙ୍କ ଆଦର୍ଶ ଓ ବିଜୁ ବାବୁ ଙ୍କ ମହାନତା କୁ ପାଥେୟ କରି ଏକ ସଧାରଣଜ୍ଞାନ ପ୍ରତିଯୋଗିତା ଆୟୋଜନ କରଯାଇଥିଲା ।

 

ଏହି ପରିପ୍ରେକ୍ଷୀ ରେ ଗତ ପ୍ରତିଯୋଗିତା ରେ ଉତ୍ତୀର୍ଣ୍ଣ ହୋଇଥିବା ବିଜୁ ଛାତ୍ର ଜନତା ଦଳର ୧୦ ଜଣ କର୍ମକର୍ତ୍ତା ଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ପ୍ଲାଟଫର୍ମ ମାଧ୍ୟମ ରେ ଯୋଡ଼ି ହୋଇ ପୁରସ୍କୃତ କରିବା ସହ କୃତଜ୍ଞତା ଜ୍ଞାପନ କରିଥିଲେ ।

ଏହି କାର୍ଯ୍ୟକ୍ରମ ରେ ପୁରସ୍କୃତ ହୋଇଥିବା ବି.ସି.ଜେ.ଡି ର କର୍ମକର୍ତ୍ତା ହେଲେ ଅବ୍ଦୁଲ୍ଲା ହବିବ , ଅମରେନ୍ଦ୍ର ଧଳ , ହେମନ୍ତ କୁମାର ସାହୁ , ଇସ୍ସିତା ସାହୁ , ସ୍ଥିତ ପ୍ରଜ୍ଞା ପଣ୍ଡା , ରଶ୍ମି ରଞ୍ଜନ ପରିଡା , ରଞ୍ଜନ ଦାସ , ସ୍ମୃତି ଦାସ୍ , ସୌମ୍ୟ ପ୍ରକାଶ ବିଶ୍ୱାଳ ଓ ଆଶୁତୋଷ ସାହୁ ।

ଏହି କାର୍ଯ୍ୟକ୍ରମ କୁ ପାଥେୟ କରି ବିଜୁ ଛାତ୍ର ଜନତା ଦଳର ସମସ୍ତ କର୍ମକର୍ତ୍ତା ଙ୍କ ମଧ୍ୟରେ ଆହୁରି ଅଧିକ ଆଗ୍ରହ ଓ ଉତ୍ସାହ ଦେଖିବାକୁ ମିଳିବ ବିଜୁ ଛାତ୍ର ଜନତା ଦଳର ସଭାପତି ଶ୍ରୀ ତ୍ରିପାଠୀ ମତ ଦେଇଥିଲେ ।

ଏହି କାର୍ଯ୍ୟକ୍ରମ କୁ ବିଜୁ ଜନତା ଦଳର ରାଜ୍ୟ ସଧାରଣ ସମ୍ପାଦକ (ଯୁବ ଛାତ୍ର ବ୍ୟାପାର ) ପ୍ରଣବ ବଳବନ୍ତ ରାୟ ପରିଚାଳନା କରିଥିଲେ । ଏହା ସହ ଏହି କାର୍ଯ୍ୟକ୍ରମ ରେ ଭର୍ଚୁଆଲ ପ୍ଲାଟଫର୍ମ ରେ ବିଜୁ ଜନତା ଦଳର ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ଏବଂ ସମସ୍ତ ବିଜୁ ଛାତ୍ର ଜନତା ଦଳର ରାଜ୍ୟ କର୍ମ କର୍ତ୍ତା ସମେତ ବହୁ ପ୍ରାନ୍ତରରୁ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ ।