• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ହକି ର ଗଡ଼ ସୁନ୍ଦରଗଡ଼ରେ ମନ୍ତ୍ରୀ ତୁଷାରକାନ୍ତି ବେହେରା

Proprietor Abhimanyu Maharana by Proprietor Abhimanyu Maharana
January 28, 2021
in ଓଡ଼ିଶା, କ୍ରୀଡ଼ା, ସୁନ୍ଦରଗଡ଼, ହୋମ୍
0
ହକି ର ଗଡ଼ ସୁନ୍ଦରଗଡ଼ରେ ମନ୍ତ୍ରୀ ତୁଷାରକାନ୍ତି ବେହେରା
Share on FacebookShare on TwitterWhatsapp

 ଜିଲ୍ଲାର ସମସ୍ତ ସିନ୍ଥେଟିକ୍‌ ଟର୍ଫ ନିର୍ମାଣ ନେଇ ହେବ ଅନୁଧ୍ୟାନ

 କ୍ରୀଡ଼ା ଜଗତରେ ନୂଆ ଇତିହାସ ରଚିବ ସୁନ୍ଦରଗଡ଼

 ଆକାଶମାର୍ଗରୁ ଝଟକିବ ସୁନ୍ଦରଗଡ଼ ଜିଲ୍ଲାର ସୌନ୍ଦର୍ଯ୍ୟ

 ଜିଲ୍ଲା ପର୍ଯ୍ୟଟନକୁ ମିଳିବ ଦିଶା

ଓଡ଼ିଶା ତାଜା ନ୍ୟୁଜ୍ (୨୮ ଜାନୁୟାରୀ ଗୁରବାର ) ସୁନ୍ଦରଗଡ଼ :- ହକିର ଏନ୍ତୁଡ଼ିଶାଳ ଭାବେ ପରିଚିତ ସୁନ୍ଦରଗଡ଼ ଜିଲ୍ଲା ଆମ ରାଜ୍ୟ ତଥା ଦେଶ ପାଇଁ ଗର୍ବ । ଏହି ମାଟିର ସ୍ୱର୍ଗତ ମାଇକେଲ କିଣ୍ଡୋଙ୍କଠାରୁ ଆରମ୍ଭ କରି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ, ଲାଜୁରୁସ୍‌ ବାର୍ଲା, ପ୍ରବୋଧ ତିର୍କୀ, ଉଇଲିୟମ୍‌ ଖାଲ୍‌କୋ, ରୋସନ୍‌ ମିଞ୍ଜ ଆଦି ହକି ଖୋଳାଳି ଉନ୍ନତ ଖେଳ ପ୍ରଦର୍ଶନ କରି କେବଳ ଓଡ଼ିଶା ନୁହେଁ ସମଗ୍ର ଭାରତବର୍ଷକୁ ଗୌରବାନ୍ୱିତ କରିଛନ୍ତି । ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ ନିକଟରେ ସୁନ୍ଦରଗଡ଼ ଜିଲ୍ଲାରେ ୧୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ସମସ୍ତ ୧୭ଟି ବ୍ଲକ୍‌ରେ ସିନ୍ଥେଟିକ୍‌ ଟର୍ଫ ନିର୍ମାଣ ଲାଗି ପ୍ରକଳ୍ପର ଶିଳାନ୍ୟାସ ପରେ ରାଜ୍ୟ ହକିର ବ୍ୟାପକ ଉନ୍ନତି ପାଇଁ ପଥ ପରିଷ୍କାର ହୋଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏହି ଲକ୍ଷ୍ୟକୁ ତ୍ୱରିତ ବେଗରେ ଆଗେଇ ନେବା ପାଇଁ କ୍ରୀଡ଼ା ଓ ଯୁବସେବା, ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ସୁନ୍ଦରଗଡ଼ ଜିଲ୍ଲାକୁ ତିନିଦିନଆ ମାରାଥନ ଗସ୍ତ କରିଛନ୍ତି ।

ଏହି ଗସ୍ତରେ ମନ୍ତ୍ରୀ ଶ୍ରୀ ବେହେରା ବିଶେଷ କରି ଜିଲ୍ଲାର ବାଲିଶଙ୍କରା, ବରଗାଁ, ବିଶ୍ରା, ବଣାଇ, ଗୁରୁଣ୍ଡିଆ, ହେମଗିରି, କୋଇଡ଼ା, କୁଆରମୁଣ୍ଡା, କୁତ୍ରା, ଲହୁଣିପଡ଼ା, ଲାଠିକଟା, ଲେଫି୍ରପଡ଼ା, ନୂଆଗାଁ, ରାଜଗାଙ୍ଗପୁର, ସବ୍‌ଡ଼େଗା, ସୁନ୍ଦରଗଡ଼ ଏବଂ ଟାଙ୍ଗରପାଲି ଆଦି ସମସ୍ତ ବ୍ଲକରେ ସିନ୍ଥେଟିକ୍‌ ଟର୍ଫ ନିର୍ମାଣ ନେଇ ସମସ୍ତ କାର୍ଯ୍ୟକୁ ଅନୁଧ୍ୟାନ କରିବେ । ବର୍ତ୍ତମାନ ପାନପୋଷରେ ଦୁଇଟି ଏବଂ ସୁନ୍ଦରଗଡ଼ର ଭବାନିପୁରରେ ଗୋଟିଏ ସିନ୍ଥେଟିକ୍‌ ଟର୍ଫ ଥିବାବେଳେ ସୁନ୍ଦରଗଡ଼ ସଦର ବ୍ଲକ୍‌ରେ ଆନୁଷଙ୍ଗିକ ବ୍ୟବସ୍ଥା ସହ ଫ୍ଲଡ୍‌ ଲାଇଟ୍‌ ଏବଂ ୧୫୦ ଜଣ ବସିବା ଭଳି ସୁବିଧା ଥାଇ ଅନ୍ୟ ଏକ ନିର୍ମାଣାଧୀନ ଟର୍ଫ ସଂପର୍କରେ ମଧ୍ୟ ମନ୍ତ୍ରୀ ଅନୁଧ୍ୟାନ କରିବେ । ଏଥି ସହିତ ୨୦୨୩ରେ ରାଉରକେଲାଠାରେ ହେବାକୁ ଥିବା ହକି ବିଶ୍ୱକପ ଲାଗି ନିର୍ମାଣ ହେବାକୁ ଥିବା ଦେଶର ସର୍ବବୃହତ ଷ୍ଟାଡିୟମ୍‌ ନିର୍ମାଣ ସଂପର୍କରେ ମନ୍ତ୍ରୀଙ୍କ ସମୀକ୍ଷା କାର୍ଯ୍ୟକ୍ରମ ରହିଛି ।

ଅନ୍ୟ ସମସ୍ତ ବ୍ଲକ୍‌ରେ ଟର୍ଫ ନିର୍ମାଣ ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଯଥା-ଚେଞ୍ଜିଂ ରୁମ୍‌, ଜିମ୍‌, ଶୌଚାଳୟ, ଅଫିସ, ଉତ୍ସବ ନିମନ୍ତେ ମଣ୍ଡପ ଏବଂ ପାର୍କିଂ ସୁବିଧା ନିର୍ମାଣ ବିଷୟରେ ମନ୍ତ୍ରୀ ବିଷଦ ଭାବେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଆଜି ପୂର୍ବାହ୍ନରେ ମନ୍ତ୍ରୀ ଶ୍ରୀ ବେହେରା ହେଲିକ୍ୟାପ୍‌ଟର ଯୋଗେ ଭୁବନେଶ୍ୱରରରୁ ଆସି କୋଇଡା ବ୍ଲକ୍‌ ଆଇଟିଆଇ ନିକଟରେ ଥିବା କମ୍ୟୁନିଟି ପଡ଼ିଆ ବୁଲି ଦେଖିବା ସହ ସିନ୍ଥେଟିକ୍‌ ଟର୍ଫ ନିର୍ମାଣ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ପରେ ଲହୁଣିପଡ଼ାରେ ହେବାକୁ ଥିବା ହକି ପଡ଼ିଆ, ବଣାଇ, ଗୁରୁଣ୍ଡିଆ, ଲାଠିକଟା ବ୍ଲକ୍‌ରେ ଥିବା ହକିପଡ଼ିଆ ବୁଲି ଦେଖିବା ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଏହି ସମସ୍ତ ପଡ଼ିଆରେ ହକି ଟର୍ଫ ନିର୍ମାଣ ହେଲେ ରାଜ୍ୟ ହକିର ଅନେକ ଉନ୍ନତି ସାଧିତ ହେବା ସହିତ ଜିଲ୍ଲାକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିବ । କେବଳ ସେତିକି ନୁହେଁ ନିର୍ମାଣ ପରେ ନୀଳରଙ୍ଗର ଏହି ଟର୍ଫଗୁଡ଼ିକ ଆକାଶ ମାର୍ଗରୁ ଜିଲ୍ଲାର ସୌନ୍ଦର୍ଯ୍ୟକୁ ବହୁଗୁଣିତ କରିବ ।

ଆସନ୍ତା ଦୁଇଦିନ ମନ୍ତ୍ରୀ ଜିଲ୍ଲାରେ ରହିବା ସହ ସମସ୍ତ ବ୍ଲକ୍‌ ଗସ୍ତ କରି ଟର୍ଫ ନିର୍ମାଣ ଉପରେ ବିସ୍ତୃତ ଅନୁଧ୍ୟାନ କରିବା ସହିତ ଜିଲ୍ଲାରେ ଥିବା ଦୁଇଟି କ୍ରୀଡ଼ା ହଷ୍ଟେଲ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି । ଏଥି ସହିତ ଅନ୍ୟାନ୍ୟ କ୍ରୀଡ଼ା ଭିତ୍ତିଭୂମି ଉପରେ ମନ୍ତ୍ରୀ ଶ୍ରୀ ବେହେରା ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ସୁକିନ୍ଦା ବିଧାୟକ ତଥା ସୁନ୍ଦରଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀ ପ୍ରୀତିରଞ୍ଜନ ଘଡ଼ାଇଙ୍କ ସମେତ ରାଉରକେଲା ବିଧାୟକ ଶ୍ରୀ ଶାରଦା ପ୍ରସାଦ ନାୟକ, ଉପଜିଲ୍ଲାପାଳ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଏବଂ ଲୋକପ୍ରତିନିଧିମାନେ ଉପସ୍ଥିତ ଥିଲେ । ପରେ ସ୍ଥାନୀୟ ବିଧାୟକଙ୍କ ଦ୍ୱାରା ହେଉଥିବା ଜନସଂପର୍କ କାର୍ଯ୍ୟକ୍ରମ ଏବଂ ଆମ ପରିବାର ପକ୍ଷରୁ ଅନୁଷ୍ଠିତ ରକ୍ତଦାନ ଶିବିରରେ ମନ୍ତ୍ରୀ ଶ୍ରୀ ବେହେରା ଯୋଗଦେଇଥିଲେ । ମନ୍ତ୍ରୀଙ୍କ ଏହି ଗସ୍ତ କ୍ରୀଡ଼ାବିତ୍‌, କ୍ରୀଡ଼ାପ୍ରେମୀ ଓ ଶୁଭେଚ୍ଛୁମାନଙ୍କ ମଧ୍ୟରେ ଆଶାର କିରଣ ସୃଷ୍ଟି କରିଛି । ମନ୍ତ୍ରୀଙ୍କ ଗସ୍ତ ଫଳରେ ସଂପୂର୍ଣ୍ଣ ଜିଲ୍ଲା ଚଳଚଞ୍ଚଳ ହୋଇଉଠିଛି । ଏଥି ସହିତ ସମସ୍ତ ବ୍ଲକ୍‌ରେ ଉନ୍ନୟନମୂଳକ କାର୍ଯ୍ୟକୁ ନେଇ ତତ୍ପରତା ଦେଖାଦେଇଛି ।

ମନ୍ତ୍ରୀଙ୍କ ଏହି ଗସ୍ତ କ୍ରୀଡ଼ାପ୍ରେମୀଙ୍କ ମହଲରେ ଏକ ଉତ୍ସବର ବାତାବରଣ ସୃଷ୍ଟି କରିଛି । କ୍ରୀଡ଼ାର ବିକାଶ ପ୍ରତି ଦୃଢ଼ ପ୍ରତିଜ୍ଞାବଦ୍ଧ ଶ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ଆଗାମୀ ଦିନରେ କ୍ରୀଡ଼ାକୁ ଏବଂ ଓଡ଼ିଶାକୁ ଶୀର୍ଷରେ ପହଞ୍ଚାଇବା ଲାଗି ଯେଉଁ ଲକ୍ଷ୍ୟ ରଖିଛି ତାହା ନିଶ୍ଚୟ ପୂରଣ ହେବ ବୋଲି ସାଧାରଣରେ ହୃଦବୋଧ ହେଉଥିବା ପରିଲକ୍ଷିତ ହେଉଛି । ଏହି ଗସ୍ତ କାର୍ଯ୍ୟକ୍ରମ ସଂପର୍କରେ ମନ୍ତ୍ରୀ ଶ୍ରୀ ବେହେରା ତାଙ୍କ ବକ୍ତବ୍ୟ ରଖି କହିଲେ ଯେ ସ୍ପୋର୍ଟସ୍ ର ୟୁଥ୍‌ , ୟୁଥ୍‌ ଫର ଫ୍ୟୁଚର୍ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏଜେଣ୍ଡାକୁ ନେଇ ଏଠାକାର ଯୁବକ୍ରୀଡ଼ାବିତ୍‌ଙ୍କୁ ଭେଟିବା ପରେ କ୍ରୀଡା ଓ ହକିକୁ ନେଇ ସେମାନଙ୍କ ଭିତରେ ଥିବା ଉତ୍ସାହ ମତେ ବେଶ୍‌ ଆନନ୍ଦିତ କରିଛି । ଆଶା କରୁଛି, ସୁନ୍ଦରଗଡ଼ର କ୍ରୀଡ଼ାବିତଙ୍କ ଏହି ଉତ୍ସାହ ଆଗାମୀ ଦିନରେ ହକିରେ ଇତିହାସ ରଚିବା ସହ ଆଗାମୀ ୨୦୨୩ରେ ବିଶ୍ୱକପ ହକିକୁ ଅତି ଉତ୍କୃଷ୍ଟ ମାନର କରିବା ପାଇଁ ଆମକୁ ପ୍ରେରଣା ଯୋଗାଇବ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Vigilance Day against Child Marriage on the Occasion of Akshaya Tritiya

ଅକ୍ଷୟ ତୃତୀୟା ଅବସରରେ ବାଲ୍ୟ ବିବାହ ବିରୋଧରେ ସତର୍କତା ଦିବସ ପାଳିତ

April 23, 2026
Vigilance Day against Child Marriage on the Occasion of Akshaya Tritiya

Vigilance Day against Child Marriage on the Occasion of Akshaya Tritiya

April 23, 2026
ଶ୍ରମ କୋଡ ପ୍ରତ୍ଯାହାର ଦାବିରେ ସିଟୁର ବିକ୍ଷୋଭ

ଶ୍ରମ କୋଡ ପ୍ରତ୍ଯାହାର ଦାବିରେ ସିଟୁର ବିକ୍ଷୋଭ

April 23, 2026
କୋଷ୍ଟାଲ ମାରାଥନ ଓଡିଶା ପର୍ଯ୍ୟଟନ କୁ ଅଧିକ ଋଦ୍ଧିମନ୍ତ କରିବ

କୋଷ୍ଟାଲ ମାରାଥନ ଓଡିଶା ପର୍ଯ୍ୟଟନ କୁ ଅଧିକ ଋଦ୍ଧିମନ୍ତ କରିବ

April 23, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Vigilance Day against Child Marriage on the Occasion of Akshaya Tritiya

ଅକ୍ଷୟ ତୃତୀୟା ଅବସରରେ ବାଲ୍ୟ ବିବାହ ବିରୋଧରେ ସତର୍କତା ଦିବସ ପାଳିତ

April 23, 2026
Vigilance Day against Child Marriage on the Occasion of Akshaya Tritiya

Vigilance Day against Child Marriage on the Occasion of Akshaya Tritiya

April 23, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version