No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୨୮ ଜାନୁୟାରୀ ଗୁରୁବାର ) ହିଞ୍ଜିଳିକାଟୁ :- ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ତହସିଲ ଅଧିନସ୍ଥ ଋଷିକୂଲ୍ୟା ନଦୀରୁ ବାଲି ଓ ବିଭିନ୍ନ ପାହାଡ଼ ଖାଦାନରୁ ରାତି ଅଧିଆ ପଥର ଚୋରା ଚାଲାଣ କରାଯାଉଥିବାର ନଜିର ରହିଛି । ଏହାକୁ ରୋକିବା ଲାଗି ଗଞ୍ଜାମ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ତହସିଲଦାରଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଏନଫୋର୍ସମେଂଟ ଟିମ୍ ଗଠନ କରାଯାଇ ଚଢାଉ ଜାରୀ ରହିଛି । ଗୁରୁବାର ଭୋରରେ ହିଞ୍ଜିଳିକାଟୁ ତହସିଲ ଶିଖରପୁର ପାହାଡ଼ରୁ ବେଆଇନ ଭାବେ ପଥର ଚାଲାଣ କରାଯାଉଥିବା ବେଳେ ହିଞ୍ଜିଳିକାଟୁ ରାଜସ୍ୱ ଏନଫୋର୍ସମେଂଟ ଟିମ୍ ଚଢାଉ କରିଛି । ସଂପୃକ୍ତ ପାହାଡ଼ରୁ ବେଆଇନ ଭାବେ ପଥର ଚୋରା ଚାଲାଣ କରୁଥିବା ଟ୍ରକ (ଓଆର ୦୭୧୫୭୧) କୁ ଜବତ କରାଯାଇଛି ।
ଜବତ ଟ୍ରକ ମାଲିକଙ୍କ ଠାରୁ ଜୋରିମାନା ବାବଦରେ ୨ଲକ୍ଷ ଟଙ୍କା ଆଦାୟ କରାଯେିବା ପରେ ଜବତ ଟ୍ରକ୍କୁ ଛଡ଼ା ଯାଇଥିବା ସୂଚନା ମିଳିଛି । ମୋଟା ଅଙ୍କର ଜୋରିମାନା ପରେ ଚୋରା ଚାଲାଣକରୀ ଟ୍ରକ, ଟିପ୍ପର ଓ ଟ୍ରାକ୍ଟର ମାଲିକଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି । ଅନ୍ୟ ପକ୍ଷରେ ଗତ କିଛି ଦିନ ଧରି ହିଞ୍ଜିଳିକାଟୁ ଘୋଡ଼ାହାଡ଼ ନଦୀରୁ ରାତିଅଧିଆ ବାଲି ଚାଲାଣ କରାଯାଉଥିବାର ଦେଖିବାକୁ ମିଳିଛି । ରାତି ଅଧିଆ ବାଲି ଚାଲାଣ କରାଯାଉଥିବା ବେଳେ ପ୍ରଶାସନକୁ କିପରି ଅଛପା ରହିଛି, ତାହା ବିରାଟ ପ୍ରଶ୍ନବାଚି ସୃଷ୍ଟି କରିଛି । ଏହାକୁ ନେଇ ସ୍ଥାନୀୟ ରାଜସ୍ୱ ପ୍ରଶାସନ ଓ ବାଲି ମାଫିଆଙ୍କ ମଧୁଚନ୍ଦ୍ରିକା ଚାଲିଥବା ନେଇ ଅଂଚଳର ବୁଦ୍ଧିଜୀବି ମହଲରେ ମତପ୍ରକାଶ ପାଇଛି । ( ରିପୋର୍ଟ – ଶୁସାନ୍ତ ପ୍ରଧାନ )
No Result
View All Result